ଘର କଳିରୁ ବଢୁଛି ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ୱର: ଘର କଳିରୁ ବଢୁଛି ଆତ୍ମହତ୍ୟା । ୨୦୧୯ ତୁଳନାରେ ଦେଶରେ ୨୦୨୦ ମସିହାରେ ଶତ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା । ଏନସିଆରବି ରିପୋର୍ଟ ମଧ୍ୟ ସମାନ କଥା କହୁଛି । ଏନସିଆରବିର ସଡ଼କ ଦୁର୍ଘଟଣା ଏବଂ ଆତ୍ମହତ୍ୟାର ବାର୍ଷିକ ରିପୋର୍ଟରେ ଏ ତଥ୍ୟ ପ୍ରକାଶ ପାଇଛି । ଦେଶରେ ହେଉଥିବା ଆତ୍ମହତ୍ୟାର ୩ ଭାଗରୁ ୧ ଭାଗ ଘରୋଇ କଳି, ଅସୁସ୍ଥତା ଯୋଗୁଁ ଘଟିଛି । ପୂର୍ବରୁ ପରୀକ୍ଷାରେ ବିଫଳତା ପାଇଁ ହେଉଥିବା ଆତ୍ମହତ୍ୟା […]

ଭୁବନେଶ୍ୱର: ଘର କଳିରୁ ବଢୁଛି ଆତ୍ମହତ୍ୟା । ୨୦୧୯ ତୁଳନାରେ ଦେଶରେ ୨୦୨୦ ମସିହାରେ ଶତ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା । ଏନସିଆରବି ରିପୋର୍ଟ ମଧ୍ୟ ସମାନ କଥା କହୁଛି । ଏନସିଆରବିର ସଡ଼କ ଦୁର୍ଘଟଣା ଏବଂ ଆତ୍ମହତ୍ୟାର ବାର୍ଷିକ ରିପୋର୍ଟରେ ଏ ତଥ୍ୟ ପ୍ରକାଶ ପାଇଛି । ଦେଶରେ ହେଉଥିବା ଆତ୍ମହତ୍ୟାର ୩ ଭାଗରୁ ୧ ଭାଗ ଘରୋଇ କଳି, ଅସୁସ୍ଥତା ଯୋଗୁଁ ଘଟିଛି । ପୂର୍ବରୁ ପରୀକ୍ଷାରେ ବିଫଳତା ପାଇଁ ହେଉଥିବା ଆତ୍ମହତ୍ୟା ହାର୍ କମିଛି । ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳ ହେବାରୁ କମ୍ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ଘରୋଇ କଳି ବା ସମସ୍ୟା ପାଇଁ ଆତ୍ମହତ୍ୟା ବଢ଼ିଛି । ଦେଶ ସହ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି ।୨୦୧୯ ମସିହାରେ ଓଡ଼ିଶାରେ ଘରୋଇ କଳହ ପାଇଁ ୨ ହଜାର ୭୭୯ଟି ଆତ୍ମହତ୍ୟା ମାମଲା ଆସିଥିବା ବେଳେ ୨୦୨୦ରେ ଏହା ପାଖାପାଖି ୬୦ ପ୍ରତିଶତ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

୨୦୨୦ ମସିହାରେ ଘରୋଇ କଳହ ପାଇଁ ଓଡ଼ିଶାରେ ୪ ହଜାର ୫୦୬ଟି ଆତ୍ମହତ୍ୟା ମାମଲା ଆସିଛି । ଆତ୍ମହତ୍ୟା ମାମଲା ୬୨ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା ମାମଲା କମିଛି । ୨୦୧୯ରେ ପରୀକ୍ଷାରେ ଅଣ-କୃତ୍ୟକାର୍ଯ୍ୟ ପାଇଁ ୭୪ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହା ୧୭କୁ ଖସି ଆସିଛି । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ବଢ଼ିବା ପଛରେ ମୁଖ୍ୟ କାରଣ କରୋନା ଲକଡାଉନ୍ । କାରଣ ଲକଡାଉନ୍ ପାଇଁ ସବୁକିଛି ଠପ୍ ହୋଇଯିବା ପରେ ସମସ୍ତେ ଘରେ ବନ୍ଦୀ ହୋଇ ଯାଇଥିଲେ । ନିଯୁକ୍ତିରୁ ନେଇ ରୋଜଗାର, ସ୍ୱାସ୍ଥ୍ୟରୁ ନେଇ ଅର୍ଥ ଓ ମାନସିକ ଦୁଃଶ୍ଚିନ୍ତା ଭିତରେ ସମସ୍ତେ ଗତି କରୁଥିଲେ । ଯାହା ଫଳରେ ଆତ୍ମହତ୍ୟା ବଢ଼ିଛି ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

21 Nov 2021 By The Sakala

ଘର କଳିରୁ ବଢୁଛି ଆତ୍ମହତ୍ୟା

ଭୁବନେଶ୍ୱର: ଘର କଳିରୁ ବଢୁଛି ଆତ୍ମହତ୍ୟା । ୨୦୧୯ ତୁଳନାରେ ଦେଶରେ ୨୦୨୦ ମସିହାରେ ଶତ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା । ଏନସିଆରବି ରିପୋର୍ଟ ମଧ୍ୟ ସମାନ କଥା କହୁଛି । ଏନସିଆରବିର ସଡ଼କ ଦୁର୍ଘଟଣା ଏବଂ ଆତ୍ମହତ୍ୟାର ବାର୍ଷିକ ରିପୋର୍ଟରେ ଏ ତଥ୍ୟ ପ୍ରକାଶ ପାଇଛି । ଦେଶରେ ହେଉଥିବା ଆତ୍ମହତ୍ୟାର ୩ ଭାଗରୁ ୧ ଭାଗ ଘରୋଇ କଳି, ଅସୁସ୍ଥତା ଯୋଗୁଁ ଘଟିଛି । ପୂର୍ବରୁ ପରୀକ୍ଷାରେ ବିଫଳତା ପାଇଁ ହେଉଥିବା ଆତ୍ମହତ୍ୟା ହାର୍ କମିଛି । ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳ ହେବାରୁ କମ୍ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ଘରୋଇ କଳି ବା ସମସ୍ୟା ପାଇଁ ଆତ୍ମହତ୍ୟା ବଢ଼ିଛି । ଦେଶ ସହ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି ।୨୦୧୯ ମସିହାରେ ଓଡ଼ିଶାରେ ଘରୋଇ କଳହ ପାଇଁ ୨ ହଜାର ୭୭୯ଟି ଆତ୍ମହତ୍ୟା ମାମଲା ଆସିଥିବା ବେଳେ ୨୦୨୦ରେ ଏହା ପାଖାପାଖି ୬୦ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୦ ମସିହାରେ ଘରୋଇ କଳହ ପାଇଁ ଓଡ଼ିଶାରେ ୪ ହଜାର ୫୦୬ଟି ଆତ୍ମହତ୍ୟା ମାମଲା ଆସିଛି । ଆତ୍ମହତ୍ୟା ମାମଲା ୬୨ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ୨୦୧୯ ତୁଳନାରେ ୨୦୨୦ରେ ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା ମାମଲା କମିଛି । ୨୦୧୯ରେ ପରୀକ୍ଷାରେ ଅଣ-କୃତ୍ୟକାର୍ଯ୍ୟ ପାଇଁ ୭୪ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହା ୧୭କୁ ଖସି ଆସିଛି । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ବଢ଼ିବା ପଛରେ ମୁଖ୍ୟ କାରଣ କରୋନା ଲକଡାଉନ୍ । କାରଣ ଲକଡାଉନ୍ ପାଇଁ ସବୁକିଛି ଠପ୍ ହୋଇଯିବା ପରେ ସମସ୍ତେ ଘରେ ବନ୍ଦୀ ହୋଇ ଯାଇଥିଲେ । ନିଯୁକ୍ତିରୁ ନେଇ ରୋଜଗାର, ସ୍ୱାସ୍ଥ୍ୟରୁ ନେଇ ଅର୍ଥ ଓ ମାନସିକ ଦୁଃଶ୍ଚିନ୍ତା ଭିତରେ ସମସ୍ତେ ଗତି କରୁଥିଲେ । ଯାହା ଫଳରେ ଆତ୍ମହତ୍ୟା ବଢ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର