‘ସୁଭଦ୍ରା’ ଯନ୍ତ୍ରଣା‘: ଆଧାର ସହିତ ଫୋନ୍‌ ନମ୍ବର ଲିଙ୍କ ପାଇଁ ସୁନା ବନ୍ଧକ ରଖି କିଣିଲେ ମୋବାଇଲ୍‌

The Sakala Picture
Published On

ବ୍ରହ୍ମପୁର/ଆର. ଉଦୟଗିରି: ‘ସୁଭଦ୍ରା’ ଯୋଜନା ପାଇଁ ସୁନା ବନ୍ଧକ। ଗଜପତି ଜିଲ୍ଲା ଆର୍‌. ଉଦୟଗିରି ବ୍ଲକ୍‌ରୁ ଏଭଳି ଏକ ଅଭାବନୀୟ ଚିତ୍ର ପଦାକୁ ଆସିଛି। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍‌ କିଣିଛନ୍ତି। ମୋବାଇଲ୍‌ ନ ଥିଲେ ଆଧାର କାର୍ଡ ସହିତ ଫୋନ୍‌ ନମ୍ବର ସଂଯୋଗ ହୋଇପାରିବନି ଏବଂ ସେ ଏହି ଯୋଜନାର ଫାଇଦା ପାଇପାରିବେନି ବୋଲି ତାଙ୍କୁ […]

ବ୍ରହ୍ମପୁର/ଆର. ଉଦୟଗିରି: ‘ସୁଭଦ୍ରା’ ଯୋଜନା ପାଇଁ ସୁନା ବନ୍ଧକ। ଗଜପତି ଜିଲ୍ଲା ଆର୍‌. ଉଦୟଗିରି ବ୍ଲକ୍‌ରୁ ଏଭଳି ଏକ ଅଭାବନୀୟ ଚିତ୍ର ପଦାକୁ ଆସିଛି। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍‌ କିଣିଛନ୍ତି। ମୋବାଇଲ୍‌ ନ ଥିଲେ ଆଧାର କାର୍ଡ ସହିତ ଫୋନ୍‌ ନମ୍ବର ସଂଯୋଗ ହୋଇପାରିବନି ଏବଂ ସେ ଏହି ଯୋଜନାର ଫାଇଦା ପାଇପାରିବେନି ବୋଲି ତାଙ୍କୁ କୁହାଯିବାରୁ ସେ ଏପରି କରିଥିବା କହିଛନ୍ତି। ଏହାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏହି ଆଦିବାସୀ ବ୍ୟକ୍ତିଜଣକ ମୋବାଇଲ କିଣିବା ପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍‌ କିଣିବା ଲାଗି ଯାଇଥିଲେ। ସେଠାରେ ସେ ଘଟଣାକ୍ରମ କହିବା ପରେ ଦୋକାନୀଜଣକ ତାଜୁବ୍‌ ହୋଇଯାଇଥିଲେ। ବର୍ତ୍ତମାନ କାମଦାମ ନଥିବା ବେଳେ କୁଲି କରିବାକୁ ମଧ୍ୟ ଯାଇ ହେଉନାହିଁ। ତେଣୁ ‘ସୁଭଦ୍ରା’‌ ଯୋଜନା‌‌ରେ କିଛି ଫାଇଦା ପାଇଯିବା ପାଇଁ ସେ ସୁନା ବନ୍ଧା ପକାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି। ତେବେ ଏ ସଂପର୍କରେ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ। ପ୍ରଶାସନ ଏ ବିଷୟରେ ତର୍ଜମା କରି ସୁଭଦ୍ରା ଆବେଦନ ସମ୍ପର୍କରେ ଆଦିବାସୀ ଇଲାକାରେ ସ୍ୱତନ୍ତ୍ର ଶିବିର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନା ମହିଳାଙ୍କ ମଧ୍ୟରେ ଉତ୍ସାହ ଆଣିବ, ସ୍ୱାବଲମ୍ବୀ କରିବାର ରାହା ଦେଖାଇବ, ପ୍ରତ୍ୟେକ ମହିଳା ହାତଖର୍ଚ୍ଚ ପାଇପାରିବେ; ଆଦି ବିଭିନ୍ନ ମତମନ୍ତବ୍ୟ ଏବେ ବଜାରଘାଟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଲୋକେ ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ସୁଯୋଗରେ ଦଲାଲ ସକ୍ରିୟ ହୋଇଉଠିଛନ୍ତି। ସେମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଫନ୍ଦି କରି ଲୁଟିବାକୁ ଚେଷ୍ଟା ଚଳାଇଛନ୍ତି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଏପରି କିଛି ଦଲାଲ ସକ୍ରିୟ ହେବାରେ ଲାଗିଥିବା ନଜରକୁ ଆସୁଛି। ଉପରୋକ୍ତ ଘଟଣା ତାହାର ଜ୍ବଳନ୍ତ ପ୍ରମାଣ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର