ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ଵରର ୪୮ ପଞ୍ଚାୟତରେ ବନ୍ୟା ପରିସ୍ଥିତି

The Sakala Picture
Published On

ବାଲେଶ୍ଵର: ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଥିବା ଗାଲୁଡିହି ବ୍ୟାରେଜରୁ ଗତକାଲି ପୁର୍ବାହ୍ନରେ ୮୦୦୦ କ୍ୟୁମେକ ପାଣି ଛାଡିବା ପରେ ରାତିରୁ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ଗୋଟାଏ ସମୟରେ ନଦୀର ଜଳପତ୍ତନ ରାଜଘାଟ ଠାରେ ୧୦.୫୯ ମିଟର ରେ ପ୍ରବାହିତ ହେଉଛି। ଏଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ଆଜି ସକାଳ ୬ ଟାରୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ କରିଥିଲା। ନଦୀର ଜଳପତ୍ତନ […]

ବାଲେଶ୍ଵର: ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଥିବା ଗାଲୁଡିହି ବ୍ୟାରେଜରୁ ଗତକାଲି ପୁର୍ବାହ୍ନରେ ୮୦୦୦ କ୍ୟୁମେକ ପାଣି ଛାଡିବା ପରେ ରାତିରୁ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ଗୋଟାଏ ସମୟରେ ନଦୀର ଜଳପତ୍ତନ ରାଜଘାଟ ଠାରେ ୧୦.୫୯ ମିଟର ରେ ପ୍ରବାହିତ ହେଉଛି। ଏଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ଆଜି ସକାଳ ୬ ଟାରୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ କରିଥିଲା। ନଦୀର ଜଳପତ୍ତନ ବୃଦ୍ଧି ଯୋଗୁଁ ନଦୀର ନିମ୍ନ ଅବବାହିକା କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଭୋଗରାଇ,ଜଳେଶ୍ଵର,ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ନଥିବାରୁ ବନ୍ୟାଜଳ ପ୍ରଖର ସ୍ରୋତରେ ଗାଁ ଗଣ୍ଡା ଭିତରକୁ ମାଡ଼ି ଆସୁଛି। ଫଳରେ ନଦୀତଟ ଓ ଏହାର ଆଖପାଖ ରେ ଥିବା ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ୧୭ ଟି ପଞ୍ଚାୟତ,ଜଳେଶ୍ଵର ବ୍ଲକର ନଦୀ ୧୩ ଟି ପଞ୍ଚାୟତ,ବସ୍ତା ବ୍ଲକର ୭ ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକର ୧୧ ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଭୋଗରାଇ, ଜଳେଶ୍ଵର ଓ ବାଲିଆପାଳ ଅଞ୍ଚଳର ୨୩ ରୁ ଉର୍ଦ୍ଧ ଗାଁ ଏକପ୍ରକାର ଜଳବନ୍ଦୀ ରହିଥିବାର କୁହାଯାଇଛି। ବାଲିଆପାଳ ବ୍ଲକ ର ବିଷ୍ଣୁପୁର ଓ କୁଦମାନସିଂ,ରଣପୁର ଜଳେଶ୍ଵର ବ୍ଲକର ଶ୍ରୀରାମପୁର ପଞ୍ଚାୟତର ମାଳିପାଳ ଗାଁ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ବିଛିନ୍ନ ରହିଛି। କମର୍ଦ୍ଦା ବାଲିଆପାଳ ରାସ୍ତାର ଉଲୁଣ୍ଡା ନିକଟରେ ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି। ବନ୍ୟା ଯୋଗୁଁ ବିଭିନ୍ନ ନଦୀତଟ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ କ୍ଷତି ହେବା ଆଶଙ୍କା କରାଯାଉଛି। ବନ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ତରଫରୁ ଜଳେଶ୍ଵର ସବଡିଭିଜନର ସବୁଠାରୁ ବିପଦ ସଙ୍କୁଳ ସ୍ଥାନ କୁହାଯାଉଥିବା ଭୋଗରାଇର ଭୋଗରାଇ ଲକ୍,ରଣକୋଠା, ଖାଳଯୋଡି ସ୍ଲୁଇସ ଠାରେ ୫ ହଜାର ଲେଖାଏଁ ବାଲିବସ୍ତା ସହ ବଲା ମହଜୁଦ ରଖାଯାଇଛି ବୋଲି ଜଳେଶ୍ୱର ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

02 Aug 2021 By The Sakala

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ଵରର ୪୮ ପଞ୍ଚାୟତରେ ବନ୍ୟା ପରିସ୍ଥିତି

ବାଲେଶ୍ଵର: ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଥିବା ଗାଲୁଡିହି ବ୍ୟାରେଜରୁ ଗତକାଲି ପୁର୍ବାହ୍ନରେ ୮୦୦୦ କ୍ୟୁମେକ ପାଣି ଛାଡିବା ପରେ ରାତିରୁ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ଗୋଟାଏ ସମୟରେ ନଦୀର ଜଳପତ୍ତନ ରାଜଘାଟ ଠାରେ ୧୦.୫୯ ମିଟର ରେ ପ୍ରବାହିତ ହେଉଛି। ଏଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ଆଜି ସକାଳ ୬ ଟାରୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ କରିଥିଲା। ନଦୀର ଜଳପତ୍ତନ ବୃଦ୍ଧି ଯୋଗୁଁ ନଦୀର ନିମ୍ନ ଅବବାହିକା କୁହାଯାଉଥିବା ବାଲେଶ୍ବର ଜିଲ୍ଲାର ଭୋଗରାଇ,ଜଳେଶ୍ଵର,ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ନଥିବାରୁ ବନ୍ୟାଜଳ ପ୍ରଖର ସ୍ରୋତରେ ଗାଁ ଗଣ୍ଡା ଭିତରକୁ ମାଡ଼ି ଆସୁଛି। ଫଳରେ ନଦୀତଟ ଓ ଏହାର ଆଖପାଖ ରେ ଥିବା ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ୧୭ ଟି ପଞ୍ଚାୟତ,ଜଳେଶ୍ଵର ବ୍ଲକର ନଦୀ ୧୩ ଟି ପଞ୍ଚାୟତ,ବସ୍ତା ବ୍ଲକର ୭ ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକର ୧୧ ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଭୋଗରାଇ, ଜଳେଶ୍ଵର ଓ ବାଲିଆପାଳ ଅଞ୍ଚଳର ୨୩ ରୁ ଉର୍ଦ୍ଧ ଗାଁ ଏକପ୍ରକାର ଜଳବନ୍ଦୀ ରହିଥିବାର କୁହାଯାଇଛି। ବାଲିଆପାଳ ବ୍ଲକ ର ବିଷ୍ଣୁପୁର ଓ କୁଦମାନସିଂ,ରଣପୁର ଜଳେଶ୍ଵର ବ୍ଲକର ଶ୍ରୀରାମପୁର ପଞ୍ଚାୟତର ମାଳିପାଳ ଗାଁ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ବିଛିନ୍ନ ରହିଛି। କମର୍ଦ୍ଦା ବାଲିଆପାଳ ରାସ୍ତାର ଉଲୁଣ୍ଡା ନିକଟରେ ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି। ବନ୍ୟା ଯୋଗୁଁ ବିଭିନ୍ନ ନଦୀତଟ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ କ୍ଷତି ହେବା ଆଶଙ୍କା କରାଯାଉଛି। ବନ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ତରଫରୁ ଜଳେଶ୍ଵର ସବଡିଭିଜନର ସବୁଠାରୁ ବିପଦ ସଙ୍କୁଳ ସ୍ଥାନ କୁହାଯାଉଥିବା ଭୋଗରାଇର ଭୋଗରାଇ ଲକ୍,ରଣକୋଠା, ଖାଳଯୋଡି ସ୍ଲୁଇସ ଠାରେ ୫ ହଜାର ଲେଖାଏଁ ବାଲିବସ୍ତା ସହ ବଲା ମହଜୁଦ ରଖାଯାଇଛି ବୋଲି ଜଳେଶ୍ୱର ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର