ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର, ଋଣ କରାଇ‌ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ

The Sakala Picture
Published On

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫ ହଜାର ଲାଞ୍ଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ଅନୁସାରେ ସୁନିଲ କୁମାର ମିଶ୍ର ପିଏମ୍‌ଇଜିପି ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ […]

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫ ହଜାର ଲାଞ୍ଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ।

ମିଳିଥିବା ସୂଚନା ଅନୁସାରେ ସୁନିଲ କୁମାର ମିଶ୍ର ପିଏମ୍‌ଇଜିପି ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିପିନ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ।

ଏହାପରେ ଆଜି ଯୋଜନା ମୁତାବକ ସୁନିଲ କୁମାର ମିଶ୍ର ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ବିପିନ ଦେହୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେବାର ଅଳ୍ପ ସମୟ ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରଙ୍ଗବୋଳା ୫୦୦୦ ଟଙ୍କା ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ। ଏବେ ଭିଜିଲାନ୍ସ ବିଭାଗ ବିପିନ ଦେହୁରୀଙ୍କର ତିନୋଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଥିବା ସୂଚନା ମିଳିଛି ।

21 Dec 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର