ଭାରସାମ୍ୟ ହରାଇ ଘରକୁ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ପରିବାର

ସୋନପୁର : ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା […]
ସୋନପୁର : ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି।
ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା ଥାନା ପୁଲିସ ପହଞ୍ଚିବାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯିବ ବୋଲି ସୂଚନା ମିଳିଛି । ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।