ମହାନତା ଦେଖାଇଲେ 5T ସଚିବ, ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା

The Sakala Picture
Published On

ସୋନପୁର: ଦୁର୍ଦ୍ଦିନରେ ଥିବା ଏକ ବୁଣାକାର ପରିବାରକୁ ମହାନତା ଦେଖାଇଲେ 5T ସଚିବ ଭି.କେ ପାଣ୍ଡିଆନ। ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗାଁରେ ପରିବାର ମୁଖ୍ୟ  ହରିହର ମେହେରଙ୍କ ଦେହାନ୍ତ ପରେ ବେସାହାରା ହୋଇଯାଇଥିଲେ ପୁରା ପରିବାର। ପରିବାର ଉପରେ ଦୁଃଖର ବୋଝ ମାଡି ବସିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ 5T ସଚିବଙ୍କ ନଜରକୁ […]

ସୋନପୁର: ଦୁର୍ଦ୍ଦିନରେ ଥିବା ଏକ ବୁଣାକାର ପରିବାରକୁ ମହାନତା ଦେଖାଇଲେ 5T ସଚିବ ଭି.କେ ପାଣ୍ଡିଆନ। ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗାଁରେ ପରିବାର ମୁଖ୍ୟ  ହରିହର ମେହେରଙ୍କ ଦେହାନ୍ତ ପରେ ବେସାହାରା ହୋଇଯାଇଥିଲେ ପୁରା ପରିବାର। ପରିବାର ଉପରେ ଦୁଃଖର ବୋଝ ମାଡି ବସିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ 5T ସଚିବଙ୍କ ନଜରକୁ ଆସିଥିଲା। ତୁରନ୍ତ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର  ଜିଲ୍ଲପାଳଙ୍କୁ 5T ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

5T ସଚିବଙ୍କ ନିର୍ଦ୍ଦେଶ ପାଇ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଟିମ୍  ଗାଁରେ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ। ଯଥା ଶୀଘ୍ର ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବି ଦେଇଛନ୍ତି। ଶାନ୍ତିଙ୍କ ବଡଝିଅକୁ ସରକାରୀ ଆଇଟିଆଇରେ ମାଗଣାରେ ରହିବା, ଖାଇବା ସହ ତାଲିମ ପ୍ରଦାନ କରାଯିବ। ସରକାର ସମସ୍ତ ପଢାଖର୍ଚ୍ଚ ବହନ କରିବେ। ସାନ ପୁଅକୁ ମାସିକ ୪ ହଜାର ଟଙ୍କା ଲେଖାଏଁ ବର୍ଷେ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ଗୋଟିଏ  ଝିଅକୁ ସୋନପୁର ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୂଜ ଦାଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନାଯୋଗ୍ୟ ଶାନ୍ତି ମେହେରଙ୍କ ସ୍ବାମୀ ହରିହର ମେହେରଙ୍କ ମାତ୍ର ୪୨ ବର୍ଷ ବୟସରେ ରୋଗରେ ପଡି ଗତ ମାର୍ଚ୍ଚ ୧୩ ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀ ଠିକ୍ ଥିବାବେଳେ ଲୁଗାବୁଣି ଖୁସିରେ ଚଳୁଥିଲେ ପରିବାର। ମାତ୍ର ହରିହରଙ୍କ ମୃତ୍ୟୁପରେ ତିନି ଝିଅ ଓ ଗୋଟିଏ ପୁଅଙ୍କୁ କିଭଳି ମଣିଷ କରିବେ ସେହି ଚିନ୍ତାରେ ଶାନ୍ତିଙ୍କୁ ବୁଦ୍ଧିବାଟ ଦେଖା ଯାଉ ନଥିଲା। ବଡ଼ ଝିଅ ସଙ୍ଗୀତା ( ୧୭ ) ମାଟ୍ରିକ ପାସ୍‌ କରିବା ପରେ ଅର୍ଥାଭାବରୁ ପାଠରେ ଡୋରି ବନ୍ଧା ହୋଇଥିଲା। ତେବେ ସ୍ବାମୀ ଜୀବିତ ଥିବାବେଳେ ତାଙ୍କ ଚିକିତ୍ସାରେ ସବୁକିଛି ସମ୍ବଳ ଶେଷ ହୋଇ ଯାଇଥିଲା ଏବଂ ଅର୍ଥ ଅଭାବରୁ ପରିବାର ଚଳାଇବା କି ପିଲାମାନଙ୍କୁ ପାଠ ପଢାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ଏବେ ଏହି ସାହାଯ୍ୟ ପାଇଲାପରେ ସେ 5T ସଚିବ ତଥା ରାଜ୍ୟ ସରାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

25 Jun 2023 By The Sakala

ମହାନତା ଦେଖାଇଲେ 5T ସଚିବ, ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା

ସୋନପୁର: ଦୁର୍ଦ୍ଦିନରେ ଥିବା ଏକ ବୁଣାକାର ପରିବାରକୁ ମହାନତା ଦେଖାଇଲେ 5T ସଚିବ ଭି.କେ ପାଣ୍ଡିଆନ। ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗାଁରେ ପରିବାର ମୁଖ୍ୟ  ହରିହର ମେହେରଙ୍କ ଦେହାନ୍ତ ପରେ ବେସାହାରା ହୋଇଯାଇଥିଲେ ପୁରା ପରିବାର। ପରିବାର ଉପରେ ଦୁଃଖର ବୋଝ ମାଡି ବସିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ 5T ସଚିବଙ୍କ ନଜରକୁ ଆସିଥିଲା। ତୁରନ୍ତ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର  ଜିଲ୍ଲପାଳଙ୍କୁ 5T ସଚିବ ନିର୍ଦ୍ଦେଶ ଦେଇଥିଲେ ।

5T ସଚିବଙ୍କ ନିର୍ଦ୍ଦେଶ ପାଇ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଟିମ୍  ଗାଁରେ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ। ଯଥା ଶୀଘ୍ର ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବି ଦେଇଛନ୍ତି। ଶାନ୍ତିଙ୍କ ବଡଝିଅକୁ ସରକାରୀ ଆଇଟିଆଇରେ ମାଗଣାରେ ରହିବା, ଖାଇବା ସହ ତାଲିମ ପ୍ରଦାନ କରାଯିବ। ସରକାର ସମସ୍ତ ପଢାଖର୍ଚ୍ଚ ବହନ କରିବେ। ସାନ ପୁଅକୁ ମାସିକ ୪ ହଜାର ଟଙ୍କା ଲେଖାଏଁ ବର୍ଷେ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ଗୋଟିଏ  ଝିଅକୁ ସୋନପୁର ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୂଜ ଦାଶ କହିଛନ୍ତି।

ସୂଚନାଯୋଗ୍ୟ ଶାନ୍ତି ମେହେରଙ୍କ ସ୍ବାମୀ ହରିହର ମେହେରଙ୍କ ମାତ୍ର ୪୨ ବର୍ଷ ବୟସରେ ରୋଗରେ ପଡି ଗତ ମାର୍ଚ୍ଚ ୧୩ ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀ ଠିକ୍ ଥିବାବେଳେ ଲୁଗାବୁଣି ଖୁସିରେ ଚଳୁଥିଲେ ପରିବାର। ମାତ୍ର ହରିହରଙ୍କ ମୃତ୍ୟୁପରେ ତିନି ଝିଅ ଓ ଗୋଟିଏ ପୁଅଙ୍କୁ କିଭଳି ମଣିଷ କରିବେ ସେହି ଚିନ୍ତାରେ ଶାନ୍ତିଙ୍କୁ ବୁଦ୍ଧିବାଟ ଦେଖା ଯାଉ ନଥିଲା। ବଡ଼ ଝିଅ ସଙ୍ଗୀତା ( ୧୭ ) ମାଟ୍ରିକ ପାସ୍‌ କରିବା ପରେ ଅର୍ଥାଭାବରୁ ପାଠରେ ଡୋରି ବନ୍ଧା ହୋଇଥିଲା। ତେବେ ସ୍ବାମୀ ଜୀବିତ ଥିବାବେଳେ ତାଙ୍କ ଚିକିତ୍ସାରେ ସବୁକିଛି ସମ୍ବଳ ଶେଷ ହୋଇ ଯାଇଥିଲା ଏବଂ ଅର୍ଥ ଅଭାବରୁ ପରିବାର ଚଳାଇବା କି ପିଲାମାନଙ୍କୁ ପାଠ ପଢାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ଏବେ ଏହି ସାହାଯ୍ୟ ପାଇଲାପରେ ସେ 5T ସଚିବ ତଥା ରାଜ୍ୟ ସରାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର