ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ: ୬ଆହତ, ୨ଗୁରୁତର

The Sakala Picture
Published On

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରତର ରହିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଏକ ବୋଲେରୋ ଓଡିଶା ଆଦର୍ଶ ବିଦ୍ୟାଳୟରୁ ୯ଜଣ ଛାତ୍ରୀ ଓ ୨ଜଣ ଛାତ୍ରଙ୍କୁ ନେଇ ଫେରୁଥିବାବେଳେ ବିଦ୍ୟାଳୟରୁ ଅନତି ଦୂର ମହୁଲପାଲି ଖେଳ ପଡିଆ ନିକଟରେ ବିପରୀତ ଦିଗରୁ […]

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରତର ରହିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସୂଚନା ଅନୁଯାୟୀ, ମଙ୍ଗଳବାର ଏକ ବୋଲେରୋ ଓଡିଶା ଆଦର୍ଶ ବିଦ୍ୟାଳୟରୁ ୯ଜଣ ଛାତ୍ରୀ ଓ ୨ଜଣ ଛାତ୍ରଙ୍କୁ ନେଇ ଫେରୁଥିବାବେଳେ ବିଦ୍ୟାଳୟରୁ ଅନତି ଦୂର ମହୁଲପାଲି ଖେଳ ପଡିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା। ଧକ୍କା ହେବାପରେ ଭାରସାମ୍ୟ ହରାଇ ବୋଲେରୋ ଗାଡିଟି ରାସ୍ତାର ବାମକଡ଼ ରାସ୍ତା ତଳକୁ ଚାଲିଯାଇଥିଲା। ଏଥିରେ ବୋଲେରୋରେ ବସିଥିବା ଅତାସିଂହା ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିଶ୍ରେୟା ବିଶ୍ୱାଳ, ପଦ୍ମପୁର ଗ୍ରାମର ନବମ ଶ୍ରେଣୀ ଛାତ୍ରୀ କାୟଲ ଦାଶ ଓ ମେଣ୍ଡା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଦେବସ୍ମିତା ସାହୁ ଆହତ ହୋଇଛନ୍ତି। ସ୍ମୃତିଶ୍ରେୟା ଓ କାୟଲଙ୍କ ଡାହାଣ ହାତ ଭାଙ୍ଗିଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଏହି ଦୁର୍ଘଟଣାରେ ବାଇକ ଅରୋହି ବଡ଼ଜୋର ଗ୍ରାମର ଶଙ୍କର୍ଷଣ ଦ୍ୱାରୀ ଓ ପଛରେ ବସିଥିବା ବଳରାମ ଦ୍ୱାରୀଙ୍କ ମଧ୍ୟରୁ ବଳରାମଙ୍କ ଗୋଡ଼ ଭାଙ୍ଗିଛି। ବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ପ୍ରଧାନ ଓ ତାଙ୍କର ସହକର୍ମୀ ମାନେ ତରଭା ଦମକକ କେନ୍ଦ୍ରକୁ ଫୋନକରି ଜଣାଇଥିଲେ। ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆ ଯାଇଥିଲା। ସ୍ମୃତିଶ୍ରେୟାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଦେବସ୍ମିତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ରୀ ଅର୍ଚ୍ଚିତା ସାହୁ ଓ ଛାତ୍ର ଚନ୍ଦନ ସାହୁ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

29 Mar 2022 By The Sakala

ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ: ୬ଆହତ, ୨ଗୁରୁତର

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରତର ରହିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଏକ ବୋଲେରୋ ଓଡିଶା ଆଦର୍ଶ ବିଦ୍ୟାଳୟରୁ ୯ଜଣ ଛାତ୍ରୀ ଓ ୨ଜଣ ଛାତ୍ରଙ୍କୁ ନେଇ ଫେରୁଥିବାବେଳେ ବିଦ୍ୟାଳୟରୁ ଅନତି ଦୂର ମହୁଲପାଲି ଖେଳ ପଡିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା। ଧକ୍କା ହେବାପରେ ଭାରସାମ୍ୟ ହରାଇ ବୋଲେରୋ ଗାଡିଟି ରାସ୍ତାର ବାମକଡ଼ ରାସ୍ତା ତଳକୁ ଚାଲିଯାଇଥିଲା। ଏଥିରେ ବୋଲେରୋରେ ବସିଥିବା ଅତାସିଂହା ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିଶ୍ରେୟା ବିଶ୍ୱାଳ, ପଦ୍ମପୁର ଗ୍ରାମର ନବମ ଶ୍ରେଣୀ ଛାତ୍ରୀ କାୟଲ ଦାଶ ଓ ମେଣ୍ଡା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଦେବସ୍ମିତା ସାହୁ ଆହତ ହୋଇଛନ୍ତି। ସ୍ମୃତିଶ୍ରେୟା ଓ କାୟଲଙ୍କ ଡାହାଣ ହାତ ଭାଙ୍ଗିଛି।

ଏହି ଦୁର୍ଘଟଣାରେ ବାଇକ ଅରୋହି ବଡ଼ଜୋର ଗ୍ରାମର ଶଙ୍କର୍ଷଣ ଦ୍ୱାରୀ ଓ ପଛରେ ବସିଥିବା ବଳରାମ ଦ୍ୱାରୀଙ୍କ ମଧ୍ୟରୁ ବଳରାମଙ୍କ ଗୋଡ଼ ଭାଙ୍ଗିଛି। ବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ପ୍ରଧାନ ଓ ତାଙ୍କର ସହକର୍ମୀ ମାନେ ତରଭା ଦମକକ କେନ୍ଦ୍ରକୁ ଫୋନକରି ଜଣାଇଥିଲେ। ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆ ଯାଇଥିଲା। ସ୍ମୃତିଶ୍ରେୟାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଦେବସ୍ମିତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ରୀ ଅର୍ଚ୍ଚିତା ସାହୁ ଓ ଛାତ୍ର ଚନ୍ଦନ ସାହୁ ଆହତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର