ଗଞ୍ଜେଇ ଚାଲାଣକାରୀଙ୍କ ପ୍ରିୟ ରାସ୍ତା ମନମୁଣ୍ଡା-ସୋନପୁର-ସମ୍ବଲପୁର, ଗାଡି ଛାଡି ଚମ୍ପଟ ହେଉଛନ୍ତି ଅଭିଯୁକ୍ତ !
ସୋନପୁର: ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ ବେପାର। କେବେ ସୋନପୁର ପୋଲିସ୍ ହାତରେ ତ କେତେବେଳେ ଅବକାରୀ ବିଭାଗ ହାବୁଡରେ ପଡୁଛନ୍ତି ଗଞ୍ଜେଇ ଚାଲାଣକାରୀ ମାନେ। ତଥାବି ଏମାନେ ହାର ମାନୁ ନାହାନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ଥ ବିଭିନ୍ନ ଗାଁରୁ ପ୍ରତିଦିନ ରାଜ୍ୟ ବାହାରକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ତେବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପାଇଁ ସହଜ ରାସ୍ତା ହେଲା ମନମୁଣ୍ଡା ତେଲନଦୀ ବ୍ରିଜ […]
ସୋନପୁର: ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ ବେପାର। କେବେ ସୋନପୁର ପୋଲିସ୍ ହାତରେ ତ କେତେବେଳେ ଅବକାରୀ ବିଭାଗ ହାବୁଡରେ ପଡୁଛନ୍ତି ଗଞ୍ଜେଇ ଚାଲାଣକାରୀ ମାନେ। ତଥାବି ଏମାନେ ହାର ମାନୁ ନାହାନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ଥ ବିଭିନ୍ନ ଗାଁରୁ ପ୍ରତିଦିନ ରାଜ୍ୟ ବାହାରକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି।
ତେବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପାଇଁ ସହଜ ରାସ୍ତା ହେଲା ମନମୁଣ୍ଡା ତେଲନଦୀ ବ୍ରିଜ ଉପରେ ସୋନପୁର ଦେଇ ସମ୍ବଲପୁର। ସମ୍ବଲପୁରରୁ ବିଭିନ୍ନ ରାସ୍ତା ଦେଇ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଆଦି ରାଜ୍ୟକୁ ଗଞ୍ଜେଇର ବ୍ୟାପକ ଚାଲାଣ ହେଉଛି। ତେବେ ଯେ କେବଳ ଏହି ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି, ତାହା ନୁହେଁ ତରଭାଠାରୁ ମନମୁଣ୍ଡା ଯାଏଁ ତେଲନଦୀର ବିଭିନ୍ନ ସ୍ଥାନରେ ଗଳାବାଟ ଠଉରାଇଛନ୍ତି ଗଞ୍ଜେଇ ମାଫିଆ ମାନେ। ଏଇ ନିକଟରେ ତରଭା ଥାନା ଅଧିନସ୍ଥ ୨-୩ଟି ସ୍ଥାନରୁ ବ୍ୟାପକ ଗଞ୍ଜେଇ ସହ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲା ପୋଲିସ୍।
ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡିକୁ ସୁର କ୍ଷା ପ୍ରଦାନ ତଥା ଗଞ୍ଜେଇ ଧରା ପଡିଗଲେ ମଧ୍ୟ ଅଭିଯୁକ୍ତଙ୍କୁ ଖସେଇ ନେବା ପାଇଁ ସାଙ୍ଗରେ ପାଇଲଟ୍ ଗାଡି ମଧ୍ୟ ଯାଉଥିବାର ସନ୍ଦେହ କରାଯାଉଛି। କାରଣ ବିଭିନ୍ନ ସମୟରେ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହେଉଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି। ଏପରିକି ନୂଆ କାର୍ ମଧ୍ୟ ଘଟଣାସ୍ଥଳରୁ ଛାଡି ଚମ୍ପଟ ହୋଇ ଯାଉଛନ୍ତି ଅଭିଯୁକ୍ତ। ଜବତ କାର ଅନ୍ୟ ରାଜ୍ୟର ନମ୍ବର ଥିବାରୁ ପୋଲିସ୍ ତଦନ୍ତରେ ମଧ୍ୟ ସମସ୍ୟା ଦେଖା ଦେଉଛି। ସେହିପରି ବନ୍ଧୁକ ମୂନରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ। ଜୁନ୍ ୩୦ ଧର୍ମଶାଳା ଫାଣ୍ଡି ରକ୍ସା ଛକ ନିକଟରେ କଣ୍ଟେନର ଭିତରୁ ୧୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଘଟଣାରେ ଏହି କଥା ସ୍ପଷ୍ଟ ହୋଇଥିଲା ପୋଲିସ୍। କଣ୍ଟେନରର ଡ୍ରାଇଭର ନିକଟରୁ ୨ ରାଉଣ୍ଡ ଗୁଳି ଏବଂ ଏକ ୯ ଏମଏମ ପିସ୍ତଲ ଜବତ ହୋଇଥିଲା। ଗାଡି ଡ୍ରାଇଭର ସିନା ଗିରଫ ହୋଇଗଲା, ତେବେ ଗଞ୍ଜେଇର ଅସଲ ମାଲିକ କିଏ ?
ଅନ୍ୟ ରାଜ୍ୟର ନମ୍ବର ଥିବା ଗାଡି ମନମୁଣ୍ଡା ପଟୁ ଦ୍ରୁତ ଗତିରେ ଆସିଲେ ସେହି ଗାଡି ଉପରେ ସନ୍ଦେହଜାତ ହେଉଛି। ସୋନପୁର ପୋଲିସ୍ କୌଣସି ଚେକପୋଷ୍ଟରେ ଯାଞ୍ଚ କଲେ ଅଧିକାଂଶ ଗାଡିରୁ ବାହାରୁଛି ବିପୁଳ ଗଞ୍ଜେଇ। ଝାଡଖଣ୍ଡ, ଛତିଶଗଡ, ପଞ୍ଜାବର ଯୁବକ ମାନେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ବିଭିନ୍ନ ସମୟରେ ଗିରଫ ହେଲେଣି। ତେବେ ମନମୁଣ୍ଡା ଥାନା ଦେଇ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ଆସୁଥିବା ବେଳେ ବିନା ବାଧାରେ କିଭଳି ସୋନପୁରରେ ଏମାନେ ପହଞ୍ଚି ଯାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଉଛି।






