ଆସନ୍ତା ୨୪ରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ

The Sakala Picture
Published On

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଅନ୍ୟ ସଂଗଠନଗୁଡିକରେ ବି ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର […]

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଅନ୍ୟ ସଂଗଠନଗୁଡିକରେ ବି ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିବେ । ତୃଣମୂଳ ସ୍ତରରୁ ବିଜେଡିକୁ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

22 Mar 2024 By The Sakala

ଆସନ୍ତା ୨୪ରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଅନ୍ୟ ସଂଗଠନଗୁଡିକରେ ବି ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିବେ । ତୃଣମୂଳ ସ୍ତରରୁ ବିଜେଡିକୁ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରାଯିବ ।

ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର