ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ପରେ ଦଳରେ ଆରମ୍ଭ ହେଲା ବିଦ୍ରୋହ

The Sakala Picture
Published On

ବାଲେଶ୍ବର: ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି। ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ […]

ବାଲେଶ୍ବର: ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେଣୁ ବାଲେଶ୍ବର ଆସନରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇବା ସ୍ବାଭାବିକ କଥା।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

କିନ୍ତୁ ଗତକାଲି ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଗଲେ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ଖାରବେଳ ସ୍ବାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲା: ୟୁପିରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା NIA

25 Mar 2024 By The Sakala

ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ପରେ ଦଳରେ ଆରମ୍ଭ ହେଲା ବିଦ୍ରୋହ

ବାଲେଶ୍ବର: ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।

ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେଣୁ ବାଲେଶ୍ବର ଆସନରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇବା ସ୍ବାଭାବିକ କଥା।

କିନ୍ତୁ ଗତକାଲି ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଗଲେ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ଖାରବେଳ ସ୍ବାଇଁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର