ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

The Sakala Picture
Published On

ଭୁବନେଶ୍ୱର: କୋଲକାତାରେ ବସ ଅଗ୍ନିକାଣ୍ଡ ଘଟଣା ପରେ ତତ୍ପରତା ପ୍ରକାଶ କଲା ଓଡ଼ିଶା ଅଗ୍ନିଶମ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବସ୍ କିମ୍ବା କୌଣସି ବି ପବ୍ଲିକ୍ ଟ୍ରାନସପୋର୍ଟରେ ବାଣ ନ ନେବାକୁ କଡ଼ା ନିୟମ ରହିଛି । ସମସ୍ତ ବସ ମାଲିକକଙ୍କୁ ଏ ନେଇ ପୂର୍ବରୁ ସଚେତନ କରାଯାଇଛି । ଏବେ ପୁଣି ସଚେତନ କରାଯିବ । ଆବଶ୍ୟକ ସ୍ଥଳେ ସମସ୍ତ ବସ ଚେକ୍ କରାଯିବ । […]

ଭୁବନେଶ୍ୱର: କୋଲକାତାରେ ବସ ଅଗ୍ନିକାଣ୍ଡ ଘଟଣା ପରେ ତତ୍ପରତା ପ୍ରକାଶ କଲା ଓଡ଼ିଶା ଅଗ୍ନିଶମ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବସ୍ କିମ୍ବା କୌଣସି ବି ପବ୍ଲିକ୍ ଟ୍ରାନସପୋର୍ଟରେ ବାଣ ନ ନେବାକୁ କଡ଼ା ନିୟମ ରହିଛି । ସମସ୍ତ ବସ ମାଲିକକଙ୍କୁ ଏ ନେଇ ପୂର୍ବରୁ ସଚେତନ କରାଯାଇଛି । ଏବେ ପୁଣି ସଚେତନ କରାଯିବ । ଆବଶ୍ୟକ ସ୍ଥଳେ ସମସ୍ତ ବସ ଚେକ୍ କରାଯିବ । ଏ ନେଇ ଡେପୁଟି ଫାୟାର ଅଫିସର ଅବନୀକାନ୍ତ ସ୍ବାଇଁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଗତକାଲି ରାତିରେ କୋଲକାତାରୁ ଓଡିଶା ଆସୁଥିବା ଏକ ବସରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉକ୍ତ ବସ୍‌ରେ ବାଣ ଓ ମହମବତି ଥିବାରୁ ନିଆଁ ଲାଗିବା ପରେ ଅଗ୍ନିକାଣ୍ଡ ଭୟାବହ ରୂପ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ଏହି ଘଟଣା ପରେ ଓଡ଼ିଶାରୁ ଯାଉଥିବା ବସ୍‌କୁ ନେଇ ଚିନ୍ତା ପ୍ରକାଶ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର