କାଲି ମୋ ସ୍ୱାମୀର ବାହାଘରକୁ ଅଟକାନ୍ତୁ, ନହେଲେ ଆତ୍ମାହୂତି ଦେବି
ଭୁବନେଶ୍ବର : କାଲି ମୋ ସ୍ୱାମୀ ବାହାଘର । ଦୟାକରି ଏହି ବାହାଘର ଅଟକାଇ ଦିଅନ୍ତୁ ଆଉ ମତେ ନ୍ୟାୟ ଦିଅନ୍ତୁ। ନହେଲେ ମୁଁ ଆତ୍ମାହୂତି ଦେବି। ଏମିତି କିଛି କହି ନିଜ ଦୁଃଖ ଜଣାଇବାକୁ ଆଜି ଭୁବନେଶ୍ବର ଡିସିପି ଅଫିସକୁ ଆସିଥିଲେ ଜଣେ ମହିଳା। ନିଜ ସ୍ୱାମୀ କାଲି ଆଉ ଜଣେ ଝିଅକୁ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ମହିଳା ଜଣଙ୍କ ନ୍ୟାୟ ଭିକ୍ଷା କରି ବାହାଘର ଅଟକାଇବା ପାଇଁ ଆଜି ଡିସିପିଙ୍କ ଦ୍ୱାରସ୍ଥ […]
ଭୁବନେଶ୍ବର : କାଲି ମୋ ସ୍ୱାମୀ ବାହାଘର । ଦୟାକରି ଏହି ବାହାଘର ଅଟକାଇ ଦିଅନ୍ତୁ ଆଉ ମତେ ନ୍ୟାୟ ଦିଅନ୍ତୁ। ନହେଲେ ମୁଁ ଆତ୍ମାହୂତି ଦେବି। ଏମିତି କିଛି କହି ନିଜ ଦୁଃଖ ଜଣାଇବାକୁ ଆଜି ଭୁବନେଶ୍ବର ଡିସିପି ଅଫିସକୁ ଆସିଥିଲେ ଜଣେ ମହିଳା। ନିଜ ସ୍ୱାମୀ କାଲି ଆଉ ଜଣେ ଝିଅକୁ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ମହିଳା ଜଣଙ୍କ ନ୍ୟାୟ ଭିକ୍ଷା କରି ବାହାଘର ଅଟକାଇବା ପାଇଁ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନାଅନୁସାରେ ମହିଳା ଜଣକ ଘର କେନ୍ଦୁଝର ଜିଲ୍ଲାରେ। ସେ ଭୁବନେଶ୍ବର ଏକ ସୋ’ରୁମରେ କାମ କରୁଥିଲେ ସେଠାରେ କେଉଁଝର ଜିଲ୍ଲା ମଧୁକେଶରୀ ଗାଁର ଅଭିଜିତ ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ମହିଳା ଜଣଙ୍କର ଆଗରୁ ଏକ ଝିଅ ଥିବା ଜାଣିବା ପରେ ମଧ୍ୟ ଅଭିଜିତ ତାଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ଅଭିଜିତ ଏବଂ ମହିଳା ଜଣଙ୍କ ବିବାହ ପାଇଁ କଥା ହୋଇଥିଲେ। ହେଲେ ମହିଳା ଜଣଙ୍କର ବିବାହ ପୂର୍ବରୁ ଏକ ଝିଅ ଥିବା କାରଣରୁ ଅଭିଜିତ ଘର ଲୋକ ଏହାକୁ ବିରୋଧ କରିଥିଲେ। ଏହାପରେ ମହିଳା ଜଣକ ଅଭିଜିତଙ୍କ ଗାଁକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ଥାନା ଆଗରେ ଅଭିଜିତଙ୍କୁ ବାହା ହୋଇଥିଲେ । ବାହାଘର ପରେ ଦୁହେଁ ଭୁବନେଶ୍ଵର ବଡଗଡରେ ଏକାଠି ରହୁଥିଲେ।
ତେବେ ଅଭିଜିତ୍ ବଡଗଡରେ ମହିଳାଙ୍କୁ ଛାଡି କୁଆଡେ ଫେରାର ହୋଇ ଯାଇଥିବା ବେଳେ ଘର ଲୋକଙ୍କ କହିବା ଅନୁଯାୟୀ କାଲି ଅନ୍ୟତ୍ର ବିବାହ କରୁଥିବା ଜାଣିବାକୁ ପାଇ ମହିଳା ଜଣଙ୍କ ଭୁବନେଶ୍ବର ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି। କାଲି ମୋ ସ୍ୱାମୀଙ୍କ ବାହାଘର । ସେ ଆଉ କାହାକୁ ବାହା ହୋଇଯିବେ। ଦୟାକରି ଏହି ବାହାଘର ଅଟକାଇ ଦିଅନ୍ତୁ ଆଉ ମତେ ନ୍ୟାୟ ଦିଅନ୍ତୁ। ନହେଲେ ମୁଁ ଆତ୍ମାହୂତି ଦେବି ବୋଲି ମହିଳା ଜଣଙ୍କ ଡିସିପି ଅଫିସରେ ନ୍ୟାୟ ଭିକ୍ଷା କରିଛନ୍ତି।