୪ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି ରାଜ୍ୟ ସରକାର । ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ,୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ ନରୱଣେ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ […]

ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି ରାଜ୍ୟ ସରକାର । ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ,୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ ନରୱଣେ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'

ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ ବର୍ତ୍ତମାନ ଅତିରିକ୍ତ ଡିଜିପି ଏବଂ ନିର୍ଦ୍ଦେଶକ, ଅନୁସନ୍ଧାନ, ଓଡିଶା ମାନବ ଅଧିକାର ଆୟୋଗ (OHRC) ଥିବାବେଳେ ସିଦ୍ଧାର୍ଥ ନରୱଣେ ଅତିରିକ୍ତ ଡିଜିପି, ମାନବ ଅଧିକାର ସୁରକ୍ଷା ସେଲ୍ (HRPC)ରେ କାର୍ଯ୍ୟରତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ଆଇପିଏସ ଅଫିସର ବି. ରାଧିକା ବର୍ତ୍ତମାନ କେନ୍ଦ୍ର ଡେପୁଟେସନ୍‌ରେ ଅଛନ୍ତି। ବି. ରାଧିକା ବର୍ତ୍ତମାନ ଅତିରିକ୍ତ ଡିଜି. ସୀମା ସୁରକ୍ଷା ବଳ(SSB)ରେ କର୍ଯ୍ୟରତ ଥିବା ବେଳେ ଅମିତ ମୋହନ ପ୍ରସାଦ ଅତିରିକ୍ତ ଡିଜି, ଇଷ୍ଟର୍ନ କମାଣ୍ଡ, ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ITBP)ରେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର