କଏଦୀଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ହେବ କାଉନସେଲିଂ, ‘ମନମ ଫାଉଣ୍ଡେସନ’ ସହ ରାଜ୍ୟ ସରକାରଙ୍କ ଚୁକ୍ତି

The Sakala Picture
Published On

ଭୁବନେଶ୍ୱର : ପରିବାର ଲୋକଙ୍କଠାରୁ ଦୂରରେ ଜେଲ୍‌ର ଚାରିକାନ୍ଥ ଭିତରେ ରହୁଥିବାରୁ ଅନ୍ତେବାସୀଙ୍କ ମାନସିକ ସ୍ଥିତି ବିଗିଡ଼ିଯାଉଛି। ବେଳେ ବେଳେ ସ୍ଥିତି ଏତେ ଖରାପ ହେଉଛି ଯେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିବାକୁ ପଛାଉନାହାନ୍ତି। ହତାଶା ଭିତରେ କଏଦୀମାନେ ପରସ୍ପର ସହ ଗଣ୍ଡଗୋଳ କରୁଥିବା ଖବର ଆସୁଛି। ତେଣୁ କଏଦୀମାନଙ୍କ ମାନସିକ ସ୍ଥିତି ସୁଧାରିବା ପାଇଁ ରାଜ୍ୟ ସରକାର ‘ମନମ ଫାଉଣ୍ଡେସନ’ ସହ ଚୁକ୍ତି କରିଛନ୍ତି। ଏହି ସଂସ୍ଥାର କାଉନସେଲରମାନେ କଏଦୀଙ୍କ ସହ ଆଲୋଚନା କରିବେ। […]

ଭୁବନେଶ୍ୱର : ପରିବାର ଲୋକଙ୍କଠାରୁ ଦୂରରେ ଜେଲ୍‌ର ଚାରିକାନ୍ଥ ଭିତରେ ରହୁଥିବାରୁ ଅନ୍ତେବାସୀଙ୍କ ମାନସିକ ସ୍ଥିତି ବିଗିଡ଼ିଯାଉଛି। ବେଳେ ବେଳେ ସ୍ଥିତି ଏତେ ଖରାପ ହେଉଛି ଯେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିବାକୁ ପଛାଉନାହାନ୍ତି। ହତାଶା ଭିତରେ କଏଦୀମାନେ ପରସ୍ପର ସହ ଗଣ୍ଡଗୋଳ କରୁଥିବା ଖବର ଆସୁଛି। ତେଣୁ କଏଦୀମାନଙ୍କ ମାନସିକ ସ୍ଥିତି ସୁଧାରିବା ପାଇଁ ରାଜ୍ୟ ସରକାର ‘ମନମ ଫାଉଣ୍ଡେସନ’ ସହ ଚୁକ୍ତି କରିଛନ୍ତି। ଏହି ସଂସ୍ଥାର କାଉନସେଲରମାନେ କଏଦୀଙ୍କ ସହ ଆଲୋଚନା କରିବେ। ସେମାନଙ୍କ ମନସ୍ତତ୍ତ୍ବକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବେ। ପ୍ରଥମେ ଝାରପଡ଼ା ଓ ଚୌଦ୍ବାର ଜେଲ୍‌ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ଜେଲ୍‌ରେ କାଉନସେଲିଂ ଶିବିର କରାଯିବ। ବଛା ବଛା ମନସ୍ତତ୍ତ୍ୱବିତ୍‌ ଜେଲକୁ ଆସି କଏଦୀଙ୍କ ମାନସିକ ସ୍ଥିତି ଯାଞ୍ଚ କରିବେ। ଯେଉଁ କଏଦୀ ପ୍ରାୟ ସମୟ ଜେଲ୍‌ର ଚାରି କାନ୍ଥ ମଧ୍ୟରେ ଏକଲା ବସି ରହୁଛି, କାହାରି ସହ କଥା ହେଉ ନାହିଁ, ଜେଲ୍‌ ଭିତରେ ବାରମ୍ଭାର ଆତ୍ମହତ୍ୟା ଉଦ୍ୟମ କରୁଛି; ସେମାନଙ୍କର କାଉନସେଲିଂ ପ୍ରଥମେ କରାଯିବ। ଯେଉଁ କଏଦୀଙ୍କ ମଧ୍ୟରେ ଅପରାଧ ପ୍ରବଣତା ଦେଖିବାକୁ ମିଳୁଛି ତାଙ୍କୁ ଗାଇଡ୍‍ କରିବେ। ସେ ଜେଲ୍‌ରୁ ବାହାରି ବାରମ୍ଭାର ଅପରାଧ ଘଟାଇ ଜେଲକୁ ଆସୁଛି। ସେମାନଙ୍କୁ ମଧ୍ୟ ଏହି ମନସ୍ତତ୍ତ୍ବବିତ୍‌ମାନେ ଗାଇଡ୍‍ କରିବେ। ସେ ଯେପରି ପୁଣି ଜେଲରୁ ବାହାରି ଅପରାଧ ନ ଘଟାଏ ସେଥିଲାଗି ମଧ୍ୟ ଉପଦେଶ ଦେବେ। ଏପରିକି ଏକାଧିକ ଜେଲକୁ ବାରମ୍ବାର ଯାଇ କଏଦୀଙ୍କୁ ସଚେତନ କରିବା ପାଇଁ ମଧ୍ୟ କୁହାଯାଇଛି। ଏଥର ଜେଲ୍‌’ର ଆଧୁନୀକିକରଣରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜେଲ୍‌ରେ ଦେଶାତ୍ମକବୋଧ ଫିଲ୍ମ ଚାଲିବା ସହ ଭଜନ ଗାନ ହେବା, ଟିଭି ଚାଲିବା, ଖବର କାଗଜ ପଢ଼ିବା ପାଇଁ ସୁଯୋଗ, ବିଭିନ୍ନ ପ୍ରକାର ପ୍ରସ୍ତୁତ, ମାଗାଜିନ୍‍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର