‘୯ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’, ଓବିସିସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

The Sakala Picture
Published On

ଭୁବନେଶ୍ୱର: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏକାଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟ ଗୁଡ଼ିକ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗୁରୁବାର ଶ୍ରୀ ମହାପାତ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସାମଗ୍ରିକ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୯ ମାସ ମଧ୍ୟରେ ସାରିବା […]

ଭୁବନେଶ୍ୱର: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏକାଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟ ଗୁଡ଼ିକ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗୁରୁବାର ଶ୍ରୀ ମହାପାତ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସାମଗ୍ରିକ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୯ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୩୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତୃଣମୂଳସ୍ତରରେ ସମସ୍ତ କାର୍ଯ୍ୟ ଅଗ୍ରଗତି ଉଲ୍ଲେଖନୀୟ। ମନ୍ଦିର ୩ ପାର୍ଶ୍ବଃର ବାହାର ରାସ୍ତା, ୬ଟି ଶୌଚାଳୟ, ୩ ସେଲ୍ଟର ପ୍ୟାଭିଲିୟନ, ମିନି କ୍ଲକ ରୁମ୍‍ ଏବଂ ଇଲେକ୍ଟିକ୍‍ ରୁମ୍‍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ୫ଟି ଜୋନରେ ବିଭିକ୍ତ କରାଯାଇଛି। ଏଗୁଡିକ ହେଉଛି-ବଫର ନୋ ଏଣ୍ଟ୍ରି ଜୋନ୍‍, ଇନର ପ୍ରଦକ୍ଷିଣ ପାଥ, ଲ୍ୟାଣ୍ଡସ୍କେପ୍‍ ଜୋନ୍‍, ଆଉଟର ପ୍ରଦକ୍ଷଣ ଜୋନ୍‍ ଏବଂ ପବ୍ଲିକ କନଭିଏନ୍ସ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତ୍ୱରାନ୍ୱିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପୁରୀ ପରିକ୍ରିମା ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁ ସହଜରେ ମନ୍ଦିର ଚତୁପାର୍ଶ୍ୱ ପରିଭ୍ରମଣ କରିବାରେ ସୁବିଧା ହେବ । ଐତିହ୍ୟ କରିଡର ନିର୍ମାଣକୁ ରାଜ୍ୟ ସରକାର ଫୋକସ ଦେଇଛନ୍ତି । 5T ସଚିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମଧ୍ୟ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପୁରୀ ଗସ୍ତ କରିଥିବାବେଳେ ରଥଯାତ୍ରା ସୁରୁକ୍ଷୁରରେ ହେବା ନେଇ ସମୀକ୍ଷା କରିଥିଲେ । ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଆଉ ୯ ମାସ ମଧ୍ୟରେ ବହୁ ପ୍ରତିକ୍ଷୀତ ପ୍ରକଳ୍ପ କାର୍ଯ୍ୟକୁ ସାରିବାକୁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

25 Jun 2022 By The Sakala

‘୯ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’, ଓବିସିସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏକାଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟ ଗୁଡ଼ିକ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗୁରୁବାର ଶ୍ରୀ ମହାପାତ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସାମଗ୍ରିକ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୯ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୩୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତୃଣମୂଳସ୍ତରରେ ସମସ୍ତ କାର୍ଯ୍ୟ ଅଗ୍ରଗତି ଉଲ୍ଲେଖନୀୟ। ମନ୍ଦିର ୩ ପାର୍ଶ୍ବଃର ବାହାର ରାସ୍ତା, ୬ଟି ଶୌଚାଳୟ, ୩ ସେଲ୍ଟର ପ୍ୟାଭିଲିୟନ, ମିନି କ୍ଲକ ରୁମ୍‍ ଏବଂ ଇଲେକ୍ଟିକ୍‍ ରୁମ୍‍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ୫ଟି ଜୋନରେ ବିଭିକ୍ତ କରାଯାଇଛି। ଏଗୁଡିକ ହେଉଛି-ବଫର ନୋ ଏଣ୍ଟ୍ରି ଜୋନ୍‍, ଇନର ପ୍ରଦକ୍ଷିଣ ପାଥ, ଲ୍ୟାଣ୍ଡସ୍କେପ୍‍ ଜୋନ୍‍, ଆଉଟର ପ୍ରଦକ୍ଷଣ ଜୋନ୍‍ ଏବଂ ପବ୍ଲିକ କନଭିଏନ୍ସ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତ୍ୱରାନ୍ୱିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପୁରୀ ପରିକ୍ରିମା ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁ ସହଜରେ ମନ୍ଦିର ଚତୁପାର୍ଶ୍ୱ ପରିଭ୍ରମଣ କରିବାରେ ସୁବିଧା ହେବ । ଐତିହ୍ୟ କରିଡର ନିର୍ମାଣକୁ ରାଜ୍ୟ ସରକାର ଫୋକସ ଦେଇଛନ୍ତି । 5T ସଚିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମଧ୍ୟ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପୁରୀ ଗସ୍ତ କରିଥିବାବେଳେ ରଥଯାତ୍ରା ସୁରୁକ୍ଷୁରରେ ହେବା ନେଇ ସମୀକ୍ଷା କରିଥିଲେ । ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଆଉ ୯ ମାସ ମଧ୍ୟରେ ବହୁ ପ୍ରତିକ୍ଷୀତ ପ୍ରକଳ୍ପ କାର୍ଯ୍ୟକୁ ସାରିବାକୁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

https://www.thesakala.in/latest-odisha-news/srimandira-parikrama-project-will-end-in-9-months/article-12765
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର