ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା

The Sakala Picture
Published On

ପୁରୀ: ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୃତୟନ ହେବେ। ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁଲିସ ମୃତୟନ ରହିବେ। କେବଳ ୧୭ ତାରିଖ ଦିନ ପାଇଁ ପୁଲିସର ଅଧିକ ୨୦ ପ୍ଲାଟୁନ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବ। ପୁରା ସହର ସିସିଟିଭିର ତୀକ୍ଷ୍ଣ […]

ପୁରୀ: ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୃତୟନ ହେବେ। ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁଲିସ ମୃତୟନ ରହିବେ। କେବଳ ୧୭ ତାରିଖ ଦିନ ପାଇଁ ପୁଲିସର ଅଧିକ ୨୦ ପ୍ଲାଟୁନ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବ। ପୁରା ସହର ସିସିଟିଭିର ତୀକ୍ଷ୍ଣ ନଜରରେ ରହିବ। ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମଧ୍ୟ ପୁଲିସ ବ୍ୟବସ୍ଥା ରହିବ। ଯଜ୍ଞସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର