ସ୍ୱାସ୍ଥ୍ୟ ସମସ୍ୟା ଆଳରେ ଶିକ୍ଷକ କରୁଛନ୍ତି ବଦଳି ଆବେଦନ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକରେ ବସିବ ସ୍ୱତନ୍ତ୍ର ମେଡିକାଲ ବୋର୍ଡ

The Sakala Picture
Published On

କଟକ : ଟର୍ମିନାଲ ଇଲ୍‍ନେସ୍‍ ତଥା ଦୂରାରୋଗ୍ୟ ଆଳରେ ଶିକ୍ଷକ ମାନେ ବଦଳି ଆବେଦନ କରୁଛନ୍ତି। ସେମାନଙ୍କର ରୋଗ ସହଜରେ ଆରୋଗ୍ୟ ସାଧ୍ୟ ହେବ ନାହିଁ। ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା ଓ ନିଜ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦେବା କଷ୍ଟକର ହୋଇପଡ଼ୁଛି। ଏଣୁ ନିଜ ଜିଲ୍ଲାର କୌଣସି ସ୍କୁଲକୁ ବଦଳି କରାଇବା ନିମନ୍ତେ ଆବେଦନ ପତ୍ରରେ ଉଲ୍ଲେଖ କରୁଛନ୍ତି। ଏଭଳି ଆବେଦନପ୍ରକ୍ରିୟା ଭିତରେ ଗତ ଶିକ୍ଷାବର୍ଷରେ ସ୍ୱାସ୍ଥ୍ୟ ବିଭାଗ ହାତରେ ପଡ଼ିଥିଲା ମାଳମାଳ ଜାଲ୍‍ […]

କଟକ : ଟର୍ମିନାଲ ଇଲ୍‍ନେସ୍‍ ତଥା ଦୂରାରୋଗ୍ୟ ଆଳରେ ଶିକ୍ଷକ ମାନେ ବଦଳି ଆବେଦନ କରୁଛନ୍ତି। ସେମାନଙ୍କର ରୋଗ ସହଜରେ ଆରୋଗ୍ୟ ସାଧ୍ୟ ହେବ ନାହିଁ। ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା ଓ ନିଜ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦେବା କଷ୍ଟକର ହୋଇପଡ଼ୁଛି। ଏଣୁ ନିଜ ଜିଲ୍ଲାର କୌଣସି ସ୍କୁଲକୁ ବଦଳି କରାଇବା ନିମନ୍ତେ ଆବେଦନ ପତ୍ରରେ ଉଲ୍ଲେଖ କରୁଛନ୍ତି। ଏଭଳି ଆବେଦନପ୍ରକ୍ରିୟା ଭିତରେ ଗତ ଶିକ୍ଷାବର୍ଷରେ ସ୍ୱାସ୍ଥ୍ୟ ବିଭାଗ ହାତରେ ପଡ଼ିଥିଲା ମାଳମାଳ ଜାଲ୍‍ ସ୍ୱାସ୍ଥ୍ୟ ପ୍ରମାଣପତ୍ର।

ଆହୁରି ପଢ଼ନ୍ତୁ: ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ଶିକ୍ଷକମାନଙ୍କ ଏଭଳି ଜାଲିଆତିକୁ ଧରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। କଟକ ବକ୍ସିବଜାର ପୁରୁଣା ସେକ୍ରେଟେରୀଏଟ୍‍ କ୍ୟାମ୍ପସରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସ୍ୱତନ୍ତ୍ର ମେଡ଼ିକାଲ ବୋର୍ଡ ବସିବ। ଯେଉଁଥିରେ ରାଜ୍ୟର ୭୯୪ ଜଣ ଶିକ୍ଷକଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ରହିଛି। ବରିଷ୍ଠ ଡାକ୍ତରମାନଙ୍କ ଉପସ୍ଥିତିରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା, ସମସ୍ତ ସ୍ୱାସ୍ଥ୍ୟପରୀକ୍ଷା ରିପୋର୍ଟ ଯାଞ୍ଚ କରାଯିବ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଚାଷୀ ଆତ୍ମହତ୍ୟା: ନବୀନ ଗଠନ କଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ଶିକ୍ଷକମାନେ ଚାକିରିରେ ନିୟମିତ ହେବା ପରେ ବଦଳି ଆବେଦନ କରୁଛନ୍ତି। ମ୍ୟୁଚୁଆଲ ଭିତ୍ତିରେ ବଦଳି ମିଳୁଛି। ଅର୍ଥାତ୍‍ ଭିନ୍ନ ଭିନ୍ନ ଜିଲ୍ଲାରେ ରହିଥିବା ଦୁଇ ଶିକ୍ଷକ ପରସ୍ପରର ସହମତିରେ ବଦଳି ନେଉଛନ୍ତି। ଏହାଛଡ଼ା ଟର୍ମିନାଲ ଇଲ୍‍ନେସ୍‍ ଦେଖାଇ ଅନେକ ଶିକ୍ଷକ ବଦଳି ନିମନ୍ତେ ଆବେଦନ କରୁଛନ୍ତି। ହୃଦ୍‍ରୋଗ, କିଡ୍‍ନୀ ସମସ୍ୟା ଯୋଗୁଁ ଡାଏଲିସିସ୍‍, କ୍ୟାନ୍ସର ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇଥିବା ଦର୍ଶାଉଛନ୍ତି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡ. ସତ୍ୟବ୍ରତ ଛୋଟରାୟଙ୍କ କହିବା ଅନୁସାରେ, ଗତବର୍ଷ ଟର୍ମିନାଲ ଇଲ୍‍ନେସ୍‍ ଦର୍ଶାଇ ଅନେକ ବଦଳି ଆବେଦନ କରିଥିଲେ। ଆବେଦନପତ୍ର ଗୁଡ଼ିକ ଯାଞ୍ଚ କରାଯିବା ବେଳେ ଜାଲ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଗୁନ୍ଥା ହୋଇଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼, ୪ ରାଉଣ୍ଡ ଗୁଳିମାଡ଼ କରି ୩ ଦୁର୍ବୃତ୍ତ ଫେରାର୍

ଏଣୁ ଶିକ୍ଷକମାନଙ୍କ ଜାଲିଆତିକୁ ଧରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ମୋଟ ୮ଟି ପର୍ଯ୍ୟାୟରେ ରାଜ୍ୟର ୭୯୪ ଜଣ ଶିକ୍ଷକଙ୍କୁ ଡକାଯିବ। ଏକ ହଜାରରୁ ଅଧିକ ଶିକ୍ଷକ ବଦଳି ନିମନ୍ତେ ଆବେଦନ କରିଛନ୍ତି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଛନ୍ତି କେବଳ ସେମାନଙ୍କୁ ହିଁ ଡକାଯିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୪ ତାରିଖ ପ୍ରଥମ ଦିବସରେ ୧୦୦ ଜଣ ଶିକ୍ଷକ ଆସିବେ। ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ସ୍ୱତନ୍ତ୍ର ମେଡ଼ିକାଲ ବୋର୍ଡ ଗଠନ କରାଯାଇଛି। ଶିକ୍ଷକମାନେ କୋଭିଡ୍‍ ଆର୍‍ଟିପିସିଆର ନେଗେଟିଭ ସାର୍ଟିଫିକେଟ ଠାରୁ ନେଇ ନିଜ ସ୍ୱାସ୍ଥ୍ୟ ସମସ୍ୟାର ସମସ୍ତ ଅରିଜିନାଲ ରିପୋର୍ଟ ଧରି ଆସିବେ। ଏହି ପ୍ରକ୍ରିୟା ପରେ ଅନେକ ଶିକ୍ଷକଙ୍କ ଜାଲିଆତି ଧରାପଡ଼ିପାରେ ବୋଲି କୁହାଯାଉଛି।

07 Sep 2022 By The Sakala

ସ୍ୱାସ୍ଥ୍ୟ ସମସ୍ୟା ଆଳରେ ଶିକ୍ଷକ କରୁଛନ୍ତି ବଦଳି ଆବେଦନ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକରେ ବସିବ ସ୍ୱତନ୍ତ୍ର ମେଡିକାଲ ବୋର୍ଡ

କଟକ : ଟର୍ମିନାଲ ଇଲ୍‍ନେସ୍‍ ତଥା ଦୂରାରୋଗ୍ୟ ଆଳରେ ଶିକ୍ଷକ ମାନେ ବଦଳି ଆବେଦନ କରୁଛନ୍ତି। ସେମାନଙ୍କର ରୋଗ ସହଜରେ ଆରୋଗ୍ୟ ସାଧ୍ୟ ହେବ ନାହିଁ। ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା ଓ ନିଜ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦେବା କଷ୍ଟକର ହୋଇପଡ଼ୁଛି। ଏଣୁ ନିଜ ଜିଲ୍ଲାର କୌଣସି ସ୍କୁଲକୁ ବଦଳି କରାଇବା ନିମନ୍ତେ ଆବେଦନ ପତ୍ରରେ ଉଲ୍ଲେଖ କରୁଛନ୍ତି। ଏଭଳି ଆବେଦନପ୍ରକ୍ରିୟା ଭିତରେ ଗତ ଶିକ୍ଷାବର୍ଷରେ ସ୍ୱାସ୍ଥ୍ୟ ବିଭାଗ ହାତରେ ପଡ଼ିଥିଲା ମାଳମାଳ ଜାଲ୍‍ ସ୍ୱାସ୍ଥ୍ୟ ପ୍ରମାଣପତ୍ର।

ଶିକ୍ଷକମାନଙ୍କ ଏଭଳି ଜାଲିଆତିକୁ ଧରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। କଟକ ବକ୍ସିବଜାର ପୁରୁଣା ସେକ୍ରେଟେରୀଏଟ୍‍ କ୍ୟାମ୍ପସରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସ୍ୱତନ୍ତ୍ର ମେଡ଼ିକାଲ ବୋର୍ଡ ବସିବ। ଯେଉଁଥିରେ ରାଜ୍ୟର ୭୯୪ ଜଣ ଶିକ୍ଷକଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ରହିଛି। ବରିଷ୍ଠ ଡାକ୍ତରମାନଙ୍କ ଉପସ୍ଥିତିରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା, ସମସ୍ତ ସ୍ୱାସ୍ଥ୍ୟପରୀକ୍ଷା ରିପୋର୍ଟ ଯାଞ୍ଚ କରାଯିବ।

ଶିକ୍ଷକମାନେ ଚାକିରିରେ ନିୟମିତ ହେବା ପରେ ବଦଳି ଆବେଦନ କରୁଛନ୍ତି। ମ୍ୟୁଚୁଆଲ ଭିତ୍ତିରେ ବଦଳି ମିଳୁଛି। ଅର୍ଥାତ୍‍ ଭିନ୍ନ ଭିନ୍ନ ଜିଲ୍ଲାରେ ରହିଥିବା ଦୁଇ ଶିକ୍ଷକ ପରସ୍ପରର ସହମତିରେ ବଦଳି ନେଉଛନ୍ତି। ଏହାଛଡ଼ା ଟର୍ମିନାଲ ଇଲ୍‍ନେସ୍‍ ଦେଖାଇ ଅନେକ ଶିକ୍ଷକ ବଦଳି ନିମନ୍ତେ ଆବେଦନ କରୁଛନ୍ତି। ହୃଦ୍‍ରୋଗ, କିଡ୍‍ନୀ ସମସ୍ୟା ଯୋଗୁଁ ଡାଏଲିସିସ୍‍, କ୍ୟାନ୍ସର ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇଥିବା ଦର୍ଶାଉଛନ୍ତି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡ. ସତ୍ୟବ୍ରତ ଛୋଟରାୟଙ୍କ କହିବା ଅନୁସାରେ, ଗତବର୍ଷ ଟର୍ମିନାଲ ଇଲ୍‍ନେସ୍‍ ଦର୍ଶାଇ ଅନେକ ବଦଳି ଆବେଦନ କରିଥିଲେ। ଆବେଦନପତ୍ର ଗୁଡ଼ିକ ଯାଞ୍ଚ କରାଯିବା ବେଳେ ଜାଲ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଗୁନ୍ଥା ହୋଇଥିବା ଦେଖିବାକୁ ମିଳିଥିଲା।

ଏଣୁ ଶିକ୍ଷକମାନଙ୍କ ଜାଲିଆତିକୁ ଧରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ମୋଟ ୮ଟି ପର୍ଯ୍ୟାୟରେ ରାଜ୍ୟର ୭୯୪ ଜଣ ଶିକ୍ଷକଙ୍କୁ ଡକାଯିବ। ଏକ ହଜାରରୁ ଅଧିକ ଶିକ୍ଷକ ବଦଳି ନିମନ୍ତେ ଆବେଦନ କରିଛନ୍ତି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଛନ୍ତି କେବଳ ସେମାନଙ୍କୁ ହିଁ ଡକାଯିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୪ ତାରିଖ ପ୍ରଥମ ଦିବସରେ ୧୦୦ ଜଣ ଶିକ୍ଷକ ଆସିବେ। ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ସ୍ୱତନ୍ତ୍ର ମେଡ଼ିକାଲ ବୋର୍ଡ ଗଠନ କରାଯାଇଛି। ଶିକ୍ଷକମାନେ କୋଭିଡ୍‍ ଆର୍‍ଟିପିସିଆର ନେଗେଟିଭ ସାର୍ଟିଫିକେଟ ଠାରୁ ନେଇ ନିଜ ସ୍ୱାସ୍ଥ୍ୟ ସମସ୍ୟାର ସମସ୍ତ ଅରିଜିନାଲ ରିପୋର୍ଟ ଧରି ଆସିବେ। ଏହି ପ୍ରକ୍ରିୟା ପରେ ଅନେକ ଶିକ୍ଷକଙ୍କ ଜାଲିଆତି ଧରାପଡ଼ିପାରେ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର