ଭୋକିଲାଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ସୋନାଲି

The Sakala Picture
Published On

ଭୁବନେଶ୍ବର : କରୋନା ପାଇଁ ଚାଲିଛି ଲକଡାଉନ୍‌। ସପ୍ତାହାନ୍ତ ସଟଡାଉନ୍ ସମୟରେ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ପରିବାର ମଧ୍ୟରେ କେହି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଙ୍କ ପାଖକୁ ନିଜ ଲୋକମାନେ ମଧ୍ୟ ଯାଉନାହାନ୍ତି। ଏଭଳି ପରିସ୍ଥିତିରେ ରାଜଧାନୀରେ ବାସହରାଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ସୋନାଲି ପ୍ରିୟଦର୍ଶିନୀ ସୋନାଲି ଭୁବନେଶ୍ବରର ଏକ ସଫ୍ଟୱେର କମ୍ପାନୀରେ ଚାକିରି କରିଛନ୍ତି। ନିଜ କର୍ମମୟ ଜୀବନରୁ ସମୟ ବାହାର କରି ନିଜେ ରୋଷେଇ କରି ରାଜଧାନୀର ଗଳିକନ୍ଦିରେ ଦୈନିକ ୧୦୦ରୁ […]

ଭୁବନେଶ୍ବର : କରୋନା ପାଇଁ ଚାଲିଛି ଲକଡାଉନ୍‌। ସପ୍ତାହାନ୍ତ ସଟଡାଉନ୍ ସମୟରେ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ପରିବାର ମଧ୍ୟରେ କେହି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଙ୍କ ପାଖକୁ ନିଜ ଲୋକମାନେ ମଧ୍ୟ ଯାଉନାହାନ୍ତି। ଏଭଳି ପରିସ୍ଥିତିରେ ରାଜଧାନୀରେ ବାସହରାଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ସୋନାଲି ପ୍ରିୟଦର୍ଶିନୀ ସୋନାଲି ଭୁବନେଶ୍ବରର ଏକ ସଫ୍ଟୱେର କମ୍ପାନୀରେ ଚାକିରି କରିଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

ନିଜ କର୍ମମୟ ଜୀବନରୁ ସମୟ ବାହାର କରି ନିଜେ ରୋଷେଇ କରି ରାଜଧାନୀର ଗଳିକନ୍ଦିରେ ଦୈନିକ ୧୦୦ରୁ ଊର୍ଦ୍ଧ୍ବ ଭୋକିଲା ଗରିବଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟୁଛନ୍ତି। କରୋନା କାଳରେ ହଜାର ହଜାର ଶ୍ରମିକ ଜୀବିକା ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ଚୁଲି ଜଳୁନି। ଫଳରେ ସେମାନେ ଭୋକଉପାସରେ ଦିନ କାଟୁଛନ୍ତି। ଏପରିସ୍ଥଳେ ସୋନାଲିଙ୍କ ଏଭଳି ମହାନତା ଅନ୍ୟମାନଙ୍କ ସୋନାଲିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

ମଞ୍ଚେଶ୍ବରସ୍ଥିତ ଚକେଇସିଆଣି ସୋନାଲି ଅଞ୍ଚଳରେ ରହୁଥିବା ସୋନାଲୀ ନିଜେ ବଜାରରୁ ସଉଦା ଜଡ଼ିତ ରହି ଆଣି ରୋଷେଇ ଏବଂ ପ୍ୟାକିଂ କରିଥାନ୍ତି। ଦିନ ୧୨ଟାରୁ ଘରୁ ଖାଦ୍ୟ ପୁଡ଼ିଆ ଧରି ବାହାରି ପଡ଼ନ୍ତି ସୋନାଲି ମଞ୍ଚେଶ୍ୱରରୁ ଖାଦ୍ୟ ବାଣ୍ଟିବା ଆରମ୍ଭ କରି ବାଣୀବିହାର, ସହିଦନଗର, ମାଷ୍ଟକ୍ୟାଣ୍ଟିନ୍, ରାଜମହଲ, କ୍ୟାପିଟାଲ ହସ୍ପିଟାଲ, ଖଣ୍ଡଗିରି, ପୋଖରୀପୁଟ, ବରମୁଣ୍ଡା, ସିଆର୍‌ପି ଜୟଦେବବିହାର, ପଟିଆ ଆଦି ସ୍ଥାନରେ ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକଙ୍କୁ ସେ ଭାତ, ଡାଲ୍‌ମା, ଅଣ୍ଡା ତରକାରି, ସାଲାଡ୍ ଆଦି ଦେଇଥାନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ

ଅନେକ ସମୟରେ ଖାଦ୍ୟ ପାଇଁ ପିଲାଙ୍କଠାରୁ ବୟସ୍କ ଯାଏ ସୋନାଲିଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି। ଏ ବିଷୟରେ ସୋନାଲି କୁହନ୍ତି ଯେ, ୬ରୁ ୭ବର୍ଷ ହେବ ସମାଜ ସେବାରେ ଜଡ଼ିତ ରହି ଲୋକମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖୁଛି। କୋଭିଡ୍ ସମୟରେ ସେମାନଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। । ଏହି ସମୟରେ ସେମାନଙ୍କୁ ମୁଁ ମୋ ସକ୍ଷମ ଅନୁସାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଏଥିରେ ମୋର ଜଣେ ସହଯୋଗୀ ସମୀକ୍ଷା ଦୀକ୍ଷିତ ଆର୍ଥିକ ସହାୟତା ଦେଉଥିବାବେଳେ ଅଷ୍ଟମ । ଶ୍ରେଣୀରେ ପଢୁଥିବା ମୋ ସାନ ଭଉଣୀ ମୋ ସହ ଖାଦ୍ୟ ବିତରଣ କରିବାରେ ସାହାଯ୍ୟ କରୁଛି ବୋଲି କୁହନ୍ତି ସୋନାଲି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp