ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା; ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମହିଳା ନିର୍ଯାତନା ଯାଏ ସମସ୍ୟା ଲାଗି ରହିଛି l ଏହାକୁ କିପରି ଦଳ ଶାଣିତ ଭାବେ ଉଠାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ସେ ନେଇ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ l ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ହୋଇପାରେ ମାନସ ମନ୍ଥନ ।





