ଶାବଳରେ ପିଟିପିଟି ମା’କୁ ହତ୍ୟାକଲା ପୁଅ

The Sakala Picture
Published On

ତେଲକୋଇ : ଯେଉଁ ମା’ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା ଏବଂ ନିଜ ପଣତକାନିରେ ମୁହଁ ପୋଛି ଦେଉଥିଲା, ସେହି ମା’କୁ ମଦ ନିଶାରେ ଶାବଳରେ ପିଟି ହତ୍ୟା କରିଛି ନୃଶଂସ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରିପୁର ଗାଁ ମୁଣ୍ଡା ସାହିରେ। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ୱିତ ରାତିରେ ପୁଅ ଡୁବୁରୁ ମୁଣ୍ଡା (୩୦) ମଦପିଇ ଘରକୁ ଫେରିଥିଲା। ମଦ କାହିଁକି ପିଉଛୁ ବୋଲି […]

ତେଲକୋଇ : ଯେଉଁ ମା’ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା ଏବଂ ନିଜ ପଣତକାନିରେ ମୁହଁ ପୋଛି ଦେଉଥିଲା, ସେହି ମା’କୁ ମଦ ନିଶାରେ ଶାବଳରେ ପିଟି ହତ୍ୟା କରିଛି ନୃଶଂସ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରିପୁର ଗାଁ ମୁଣ୍ଡା ସାହିରେ। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ୱିତ ରାତିରେ ପୁଅ ଡୁବୁରୁ ମୁଣ୍ଡା (୩୦) ମଦପିଇ ଘରକୁ ଫେରିଥିଲା। ମଦ କାହିଁକି ପିଉଛୁ ବୋଲି ମା’ ତୁଳେଇ ମୁଣ୍ଡା (୬୦) ପୁଅକୁ ତାଗିଦ କରିଥିଲେ।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଏହି କଥାକୁ ନେଇ ମା’-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଡୁବୁରୁ ମଦନିଶାରେ ଉତ୍ତ୍ୟକ୍ତ ହୋଇ ପ୍ରଥମେ ମା’ର ମୁଣ୍ଡକୁ ତଳେ ପିଟି ଦେଇଥିଲା। ପରେ ଏକ ଶାବଳ ଆଣି ମୁଣ୍ଡକୁ ପ୍ରହାର କରିଥିଲା। ଫଳରେ ଘଟଣାସ୍ଥଳରେ ତୁଳେଇ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ପରେ ଡୁବୁରୁ ଶବକୁ ଘୋଷାଡି ଘୋଷାଡି ନେଇ ଭଉଣୀଙ୍କ ଘରେ ପକାଇ ଦେଇଥିଲା। ଆଜି ସକାଳୁ ତୁଳେଇଙ୍କ ବଡଝିଅ ଶ୍ରାବଣୀ ମା’ର ମୃତଦେହକୁ ଦେଖି ସାହିଲୋକଙ୍କୁ ଜଣାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡୁବୁରକୁ ଅଟକ ରଖି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

09 Jun 2022 By The Sakala

ଶାବଳରେ ପିଟିପିଟି ମା’କୁ ହତ୍ୟାକଲା ପୁଅ

ତେଲକୋଇ : ଯେଉଁ ମା’ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା ଏବଂ ନିଜ ପଣତକାନିରେ ମୁହଁ ପୋଛି ଦେଉଥିଲା, ସେହି ମା’କୁ ମଦ ନିଶାରେ ଶାବଳରେ ପିଟି ହତ୍ୟା କରିଛି ନୃଶଂସ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରିପୁର ଗାଁ ମୁଣ୍ଡା ସାହିରେ। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ୱିତ ରାତିରେ ପୁଅ ଡୁବୁରୁ ମୁଣ୍ଡା (୩୦) ମଦପିଇ ଘରକୁ ଫେରିଥିଲା। ମଦ କାହିଁକି ପିଉଛୁ ବୋଲି ମା’ ତୁଳେଇ ମୁଣ୍ଡା (୬୦) ପୁଅକୁ ତାଗିଦ କରିଥିଲେ।

ଏହି କଥାକୁ ନେଇ ମା’-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଡୁବୁରୁ ମଦନିଶାରେ ଉତ୍ତ୍ୟକ୍ତ ହୋଇ ପ୍ରଥମେ ମା’ର ମୁଣ୍ଡକୁ ତଳେ ପିଟି ଦେଇଥିଲା। ପରେ ଏକ ଶାବଳ ଆଣି ମୁଣ୍ଡକୁ ପ୍ରହାର କରିଥିଲା। ଫଳରେ ଘଟଣାସ୍ଥଳରେ ତୁଳେଇ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ପରେ ଡୁବୁରୁ ଶବକୁ ଘୋଷାଡି ଘୋଷାଡି ନେଇ ଭଉଣୀଙ୍କ ଘରେ ପକାଇ ଦେଇଥିଲା। ଆଜି ସକାଳୁ ତୁଳେଇଙ୍କ ବଡଝିଅ ଶ୍ରାବଣୀ ମା’ର ମୃତଦେହକୁ ଦେଖି ସାହିଲୋକଙ୍କୁ ଜଣାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡୁବୁରକୁ ଅଟକ ରଖି ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର