ମୋବାଇଲ୍‌ କିଣିବାକୁ ଟଙ୍କା ନ ଦେବାରୁ ବାପାକୁ ଟାଙ୍ଗିଆ ହାଣି ହତ୍ୟା କଲା ନୃଶଂସ ପୁଅ

Madhusudan Das Picture
Published On

ରାୟଗଡ଼ା: ମୋବାଇଲ ପାଇଁ ବାପାକୁ ହାଣିଦେଲା ନୃଶଂସ ପୁଅ । ମୋବାଇଲ କିଣିବା ପାଇଁ ଟଙ୍କା ନଦେବାରୁ ବାପାକୁ ଟାଙ୍ଗିଆ‌ରେ ହାଣି ଦେଲା ପୁଅ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ଲାଲିବା ଗାଁରେ। ମୃତକ ହେଲେ, ଭୀମ ଡାକ୍ରାକା(୫୭)। ଚାନ୍ଦିଲି ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। 

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ପୁଲିସ ସୂଚନା ଅନୁଯାୟୀ, କୋଲନରା ବ୍ଲକ ଅନ୍ତର୍ଗତ କୌଳାସପୁର ପଞ୍ଚାୟତର ଲାଲିବା ଗାଁର ଭୀମ କାଡ୍ରାକାଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା ମୋବାଇଲ ଫୋନ କିଣିବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଭୀମ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଉଦୟ ତାଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ତାଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନକୁ ଟାଙ୍ଗିଆରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଭୀମଙ୍କ ମୃତ୍ୟୁ ହୋଇଯାଇଥିଲା। ଭୀମଙ୍କ ପତ୍ନୀ ଚମ୍ପା କାଡ୍ରାକା ଏନେଇ ଚାନ୍ଦିଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

11 Dec 2025 By Madhusudan Das

ମୋବାଇଲ୍‌ କିଣିବାକୁ ଟଙ୍କା ନ ଦେବାରୁ ବାପାକୁ ଟାଙ୍ଗିଆ ହାଣି ହତ୍ୟା କଲା ନୃଶଂସ ପୁଅ

ରାୟଗଡ଼ା: ମୋବାଇଲ ପାଇଁ ବାପାକୁ ହାଣିଦେଲା ନୃଶଂସ ପୁଅ । ମୋବାଇଲ କିଣିବା ପାଇଁ ଟଙ୍କା ନଦେବାରୁ ବାପାକୁ ଟାଙ୍ଗିଆ‌ରେ ହାଣି ଦେଲା ପୁଅ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ଲାଲିବା ଗାଁରେ। ମୃତକ ହେଲେ, ଭୀମ ଡାକ୍ରାକା(୫୭)। ଚାନ୍ଦିଲି ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। 

ପୁଲିସ ସୂଚନା ଅନୁଯାୟୀ, କୋଲନରା ବ୍ଲକ ଅନ୍ତର୍ଗତ କୌଳାସପୁର ପଞ୍ଚାୟତର ଲାଲିବା ଗାଁର ଭୀମ କାଡ୍ରାକାଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା ମୋବାଇଲ ଫୋନ କିଣିବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଭୀମ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଉଦୟ ତାଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ତାଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନକୁ ଟାଙ୍ଗିଆରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ଭୀମଙ୍କ ମୃତ୍ୟୁ ହୋଇଯାଇଥିଲା। ଭୀମଙ୍କ ପତ୍ନୀ ଚମ୍ପା କାଡ୍ରାକା ଏନେଇ ଚାନ୍ଦିଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର