ମା'ର ମୃତ୍ୟୁ ଖବରକୁ ସହି ପାରିଲାନି ପୁଅ, ସେହିଠାରେ ହିଁ ଟଳିପଡିଲା

Madhusudan Das Picture
Published On

ଜୟପୁର: ଏମିତି ବି ଆସେ ମୃତ୍ୟୁ । ମା'ର ମୃତ୍ୟୁ ଖବରକୁ ସହି ପାରିଲାନି ପୁଅ, ସେହିଠାରେ ହିଁ ଟଳିପଡିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁରର ପରିଚ୍ଛା ସାହିରେ। ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସବୁ ଦିନ ପରି ସକାଳୁ ଜମିକୁ ଯାଇ ଫେରିବା ପରେ ମାଙ୍କୁ ଡାକଥିଲା ପୁଅ । କିନ୍ତୁ ପୁଅ ରବିର ଡାକ ମା' ନ ଶୁଣିବାରୁ ମା' ଶୋଇଥିବା ଖଟ ପାଖକୁ ଯାଇ ମା'କୁ ଉଠାଇଥିଲା।  ହେଲେ ମା' ନ ଉଠିବାରୁ ଭୟଭୀତ ହୋଇ ସାହି ପଡୋଶୀଙ୍କୁ ଡାକିଥିଲା। ଗାଁ ଲୋକେ ଆସି ଦେଖିବା ପରେ କହିଲେ ଯେ, ମାଆ ଆଉ ଏ ଦୁନିଆରେ ନାହାନ୍ତି । ଏହାଶୁଣି ପୁଅର ପାଦ ତଳୁ ମାଟି ଖସିଗଲା । ମାଆଙ୍କ ମୃତଦେହକୁ କୋଳରେ ଧରି ସେ ପାଗଳଙ୍କ ପରି କାନ୍ଦିବାକୁ ଲାଗିଲା । ମାଆକୁ ହରାଇବାର ଅସହ୍ୟ ଯନ୍ତ୍ରଣାରେ କିଛି ସମୟ କାନ୍ଦିବା ପରେ ଅଚାନକ ସେଠାରେ ହିଁ ପୁଅ ଟଳିପଡ଼ିଲା ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ପରିବାରରେ କେବଳ ମାଆ ପୁଅ ରହୁଥିଲେ।  ପୁଅର ବୟସ ୫୨ ଓ ମାର ବୟସ ପ୍ରାୟ ୭୮ ହେବ ବୋଲି ଜଣା ପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା, ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp