ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସ୍ମୃତିରେ ଭକ୍ତଦାସିଆ ପୀଠରେ ସାମୁହିକ ଦୀପ ଦାନ

The Sakala Picture
Published On

ବାଲିଗାଁ: ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ବାଲିଗାଁ ଠାରେ ଭକ୍ତ ଦାସିଆ ସ୍ମୃତି କମିଟିର ଆନୁକୂଲ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ସାମୁହିକ ଦୀପଦାନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସ୍ୱର୍ଗତ ରାଉତରାୟଙ୍କ କନିଷ୍ଠ ଭ୍ରାତା ପ୍ରଶାନ୍ତ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ […]

ବାଲିଗାଁ: ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ବାଲିଗାଁ ଠାରେ ଭକ୍ତ ଦାସିଆ ସ୍ମୃତି କମିଟିର ଆନୁକୂଲ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ସାମୁହିକ ଦୀପଦାନ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସ୍ୱର୍ଗତ ରାଉତରାୟଙ୍କ କନିଷ୍ଠ ଭ୍ରାତା ପ୍ରଶାନ୍ତ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସାମୁହିକ ଦୀପଦାନ କରିଥିଲେ। ପରେ ସ୍ମୃତିଚାରଣ ସଭାର ପ୍ରାରମ୍ଭରେ ୨ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଭୁବନେଶ୍ୱର ଏମ୍‍ସ୍‍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ସ୍ୱର୍ଗତ ରାଉତରାୟଙ୍କ ମନ୍ତ୍ରୀ ସମୟରେ ଭକ୍ତ ଦାସିଆ ପୀଠକୁ ରାଜ୍ୟର ଏକ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ, ତାଙ୍କର ନିଷ୍ଠାପର ରାଜନୈତିକ ଜୀବନ ଓ ସମାଜ ସେବାର ବଳିଷ୍ଠ ଭୂମିକା ବର୍ଣ୍ଣନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ଅନୁଷ୍ଠାନର ମ୍ୟାନେଜିଙ୍ଗ୍‍ ଟ୍ରଷ୍ଟି ଡଃ ପ୍ରତିଭା ମହାରଥୀ ଏହି କାର୍ଯ୍ୟକ୍ରମରେ ଭରଚୁଆଲ ମୋଡ଼ରେ ଯୋଗ ଦେଇ ସ୍ୱର୍ଗତ ରାଉତରାୟଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ସହିତ ତାଙ୍କର ନିଷ୍ଠାପର ସମାଜ ସେବା, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ, ରାଜସ୍ୱ, ସ୍ୱାସ୍ଥ୍ୟ, ଜଙ୍ଗଲ ବିଭାଗରେ ଦାୟିତ୍ୱ ସମୟରେ ଜଣେ ଦକ୍ଷ ରାଜନୈତିକ ନେତା ଭାବେ ଆଲୋକପାତ କରି କିପରି ବିଭିନ୍ନ ସମୟରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ସହଯୋଗ କରୁଥିଲେ ତାହାର ଜ୍ୱଳନ୍ତ ଉଦାହରଣ ଦେଇ ତାଙ୍କ ପରିବାର ଏହି ଦୁଃଖରେ ଧୈର୍ଯ୍ୟର ରଖିବାକୁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ବରିଷ୍ଠ ଟ୍ରଷ୍ଟି ତଥା ଶିକ୍ଷାବିତ୍‍ ଡଃ ଚିତ୍ତରଞ୍ଜନ ମିଶ୍ର ସ୍ୱର୍ଗତ ରାଉତରାୟଙ୍କ କାର୍ଯ୍ୟ ଦକ୍ଷତା, ନିରବଚ୍ଛିନ୍ନ ସମାଜସେବା ନିମନ୍ତେ ସେ ରାଜ୍ୟବାସୀଙ୍କ ନିକଟରେ ସର୍ବଦା ସ୍ମରଣୀୟ ହୋଇ ରହିବା ମନ୍ତବ୍ୟ ରଖିଥିଲେ। ସ୍ୱର୍ଗତଃ ରାଉତରାୟଙ୍କ କନିଷ୍ଠ ପୁତ୍ର ବିଷ୍ଣୁବ୍ରତ୍ତ ରାଉତରାୟ (ବିଧାୟକ) ମଧ୍ୟ ଭରଚୁଆଲ୍‍ ମୋଡ଼ରେ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଉକ୍ତ ଆଧ୍ୟାତ୍ମିକ ପୀଠର ବିକାଶ ନିମନ୍ତେ ତାଙ୍କ ପିତାଙ୍କ ଭଳି ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟଧାରାରେ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଡାକ୍ତର ନରେନ୍ଦ୍ରନାଥ ସାହୁ, ଅର୍ଜ୍ଜୁନ ଚରଣ ସାମଲ, ସଦସ୍ୟ ସରୋଜ କୁମାର ସାହୁ, ଆଞ୍ଚଳିକ କମିଟି ସଦସ୍ୟ ଜୟକୃଷ୍ଣ ରାଉତ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରତାପ ଦାସ, ଲକ୍ଷ୍ମୀଧର ସାହୁ, କୃଷ୍ଣଚନ୍ଦ୍ର ଲେଙ୍କା, କବିନ୍ଦ୍ର ବେହେରା, ଫଗୁ ବେହେରା, ପ୍ରଫୁଲ୍ଲ ବିଶ୍ୱାଳ, ପବିତ୍ର ମଲ୍ଲିକ, ବିଶିଷ୍ଟ ସମାଜସେବୀ ଶକ୍ତିପ୍ରସାଦ ବାରିକ ଯୋଗ ଦେଇଥିଲେ। ଆଚାର୍ଯ୍ୟ ଆଲୋକ ଚନ୍ଦ୍ର ପରିଡ଼ା, ମାନସରାମ ମିଶ୍ର, ମୁଖ୍ୟ ପୂଜକ ଲକ୍ଷ୍ମିଧର ପାଢୀ ବେଦ ପାଠ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ ସଂଯୋଜନା କରି ଦିବଗଂତ ଅମର ଆତ୍ମାର ସଦ୍‍ଗତି କାମନା କରିଥିଲେ।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର