ବସ୍ତି ମୁକ୍ତ ସ୍ମାର୍ଟ ସହର; ଚଳିତ ବର୍ଷ ଶେଷ ସୁଦ୍ଧା ୨ ହଜାର ୯୧୯ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ

The Sakala Picture
Published On

ଭୁବନେଶ୍ୱର: ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର […]

ଭୁବନେଶ୍ୱର: ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି । ପ୍ରଥମେ ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ପ୍ରସ୍ତୁତ ହେଉଛି ଅର୍ଥୋ ମ୍ୟାପ୍ ।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

ପରେ ବାସ୍ତବ ସର୍ଭେ ପାଇଁ କ୍ୟୁରେଟ୍ରମାନେ ସମ୍ପୃକ୍ତ ହିତାଧିକାରୀ ଘରେ ପହଞ୍ଚି ଅର୍ବାନ୍ ସ୍ଲମ୍ ହାଉସ୍ ହୋଲଡ୍ ଏରିଆ ସର୍ଭେ ବା ଉଷା ଜରିଆରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରୁଛନ୍ତି । ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ପରେ ବସ୍ତି ପ୍ଲଟର ନମ୍ବର କରାଯାଇ ଫେୟାର୍ ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ହେଉଛି । ପରେ ସମ୍ପୃକ୍ତ ଜମିର ତହସିଲ ରେକର୍ଡ, କିସମ, ରକବା, ପ୍ଲଟ୍, ଖାତାକୁ ଭୂଲେଖ ସହିତ ମେଳ କରାଯାଉଛି । ତାଲିକା ପ୍ରସ୍ତୁତ ହେଲା ପରେ ଜିଲ୍ଲାପାଳ ଓ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କୃଟିନି କମିଟି ତର୍ଜମା କରୁଛି । ପରିଶେଷରେ ସ୍ଲମ୍ ଡେଭଲପ୍ମେଣ୍ଟ୍ ରିହାବିଲିଟିସେନ୍ କମିଟି ବା ଏସଡିଆରସି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଛନ୍ତି । ଆଇନ ଅନୁଯାୟୀ ଜାଗା ମିଶନ ଅନ୍ତର୍ଗତ ମାଗଣା ଜମି ଅଧିକାର ପାଇଥିବା ହିତାଧିକାରୀ କୌଣସି ତୃତୀୟ ପକ୍ଷକୁ ସମ୍ପୃକ୍ତ ଜମି ବିକ୍ରି କରିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

୫ଟି ମହାନଗର ନିଗମ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରୁ ପ୍ରାୟ ୪୦ ହଜାର ବିଏମସି ଅଞ୍ଚଳର ହୋଇଥିବାବେଳେ ବାକି ସବୁ ଅନ୍ୟ ୪ଟି ମହାନଗର ନିଗମ ଅଞ୍ଚଳର । ୩୨୩ ବର୍ଗଫୁଟ ଜମି ହିତାଧିକାରୀଙ୍କୁ ମାଗଣାରେ ମିଳିବ । ଏହା ବାଦ୍ ଅଧିକ ଦଖଲ ହୋଇଥିବା ଜମି ପାଇଁ ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ମୂଲ୍ୟରେ ୧୦ ପ୍ରତିଶତ ଅର୍ଥ ସରକାରଙ୍କୁ ଦେବାକୁ ପଡ଼ିବ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ ହିତାଧିକାରୀ ଜମି ପାଇବାକୁ ଚୂଡ଼ାନ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

27 Apr 2023 By The Sakala

ବସ୍ତି ମୁକ୍ତ ସ୍ମାର୍ଟ ସହର; ଚଳିତ ବର୍ଷ ଶେଷ ସୁଦ୍ଧା ୨ ହଜାର ୯୧୯ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ

ଭୁବନେଶ୍ୱର: ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି । ପ୍ରଥମେ ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ପ୍ରସ୍ତୁତ ହେଉଛି ଅର୍ଥୋ ମ୍ୟାପ୍ ।

ପରେ ବାସ୍ତବ ସର୍ଭେ ପାଇଁ କ୍ୟୁରେଟ୍ରମାନେ ସମ୍ପୃକ୍ତ ହିତାଧିକାରୀ ଘରେ ପହଞ୍ଚି ଅର୍ବାନ୍ ସ୍ଲମ୍ ହାଉସ୍ ହୋଲଡ୍ ଏରିଆ ସର୍ଭେ ବା ଉଷା ଜରିଆରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରୁଛନ୍ତି । ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ପରେ ବସ୍ତି ପ୍ଲଟର ନମ୍ବର କରାଯାଇ ଫେୟାର୍ ଅର୍ଥୋ ମ୍ୟାପ୍ ପ୍ରସ୍ତୁତ ହେଉଛି । ପରେ ସମ୍ପୃକ୍ତ ଜମିର ତହସିଲ ରେକର୍ଡ, କିସମ, ରକବା, ପ୍ଲଟ୍, ଖାତାକୁ ଭୂଲେଖ ସହିତ ମେଳ କରାଯାଉଛି । ତାଲିକା ପ୍ରସ୍ତୁତ ହେଲା ପରେ ଜିଲ୍ଲାପାଳ ଓ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କୃଟିନି କମିଟି ତର୍ଜମା କରୁଛି । ପରିଶେଷରେ ସ୍ଲମ୍ ଡେଭଲପ୍ମେଣ୍ଟ୍ ରିହାବିଲିଟିସେନ୍ କମିଟି ବା ଏସଡିଆରସି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଛନ୍ତି । ଆଇନ ଅନୁଯାୟୀ ଜାଗା ମିଶନ ଅନ୍ତର୍ଗତ ମାଗଣା ଜମି ଅଧିକାର ପାଇଥିବା ହିତାଧିକାରୀ କୌଣସି ତୃତୀୟ ପକ୍ଷକୁ ସମ୍ପୃକ୍ତ ଜମି ବିକ୍ରି କରିପାରିବେ ନାହିଁ ।

୫ଟି ମହାନଗର ନିଗମ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରୁ ପ୍ରାୟ ୪୦ ହଜାର ବିଏମସି ଅଞ୍ଚଳର ହୋଇଥିବାବେଳେ ବାକି ସବୁ ଅନ୍ୟ ୪ଟି ମହାନଗର ନିଗମ ଅଞ୍ଚଳର । ୩୨୩ ବର୍ଗଫୁଟ ଜମି ହିତାଧିକାରୀଙ୍କୁ ମାଗଣାରେ ମିଳିବ । ଏହା ବାଦ୍ ଅଧିକ ଦଖଲ ହୋଇଥିବା ଜମି ପାଇଁ ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ମୂଲ୍ୟରେ ୧୦ ପ୍ରତିଶତ ଅର୍ଥ ସରକାରଙ୍କୁ ଦେବାକୁ ପଡ଼ିବ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ ହିତାଧିକାରୀ ଜମି ପାଇବାକୁ ଚୂଡ଼ାନ୍ତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର