ଆଜିଠୁ ସ୍କୁଲ ଆସି ପାଠ ପଢ଼ିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ : ୯ଟା ୩୦ ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ କ୍ଲାସ୍‌

The Sakala Picture
Published On

ଭୁବନେଶ୍ୱର : ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢ଼଼ା ଆଜି(ସୋମବାର)ଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଅପରାହ୍ଣ ୧ଟା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ଅନୁଷ୍ଠିତ ହେବ। ଦୀର୍ଘ ୨୦ ମାସ ପରେ ଛାତ୍ରଛାତ୍ରୀ ପୁଣି ଶିକ୍ଷାନୁଷ୍ଠାନକୁ ଫେରିବେ। କରୋନା ପରଠାରୁ ଦୀର୍ଘ ଦିନ ହେବ ପିଲାମାନେ ପାରମ୍ପରିକ ଶିକ୍ଷା ଆହରଣରୁ ବିଚ୍ୟୁତ ଥିବାବେଳେ ଦୁଇଟି ଶିକ୍ଷାବର୍ଷ ପରେ ପିଲାଙ୍କର ପାଦ ବିଦ୍ୟାଳୟରେ ପଡ଼ିବ। ତେଣୁ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ […]

ଭୁବନେଶ୍ୱର : ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢ଼଼ା ଆଜି(ସୋମବାର)ଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଅପରାହ୍ଣ ୧ଟା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ଅନୁଷ୍ଠିତ ହେବ। ଦୀର୍ଘ ୨୦ ମାସ ପରେ ଛାତ୍ରଛାତ୍ରୀ ପୁଣି ଶିକ୍ଷାନୁଷ୍ଠାନକୁ ଫେରିବେ। କରୋନା ପରଠାରୁ ଦୀର୍ଘ ଦିନ ହେବ ପିଲାମାନେ ପାରମ୍ପରିକ ଶିକ୍ଷା ଆହରଣରୁ ବିଚ୍ୟୁତ ଥିବାବେଳେ ଦୁଇଟି ଶିକ୍ଷାବର୍ଷ ପରେ ପିଲାଙ୍କର ପାଦ ବିଦ୍ୟାଳୟରେ ପଡ଼ିବ। ତେଣୁ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍କୁଲ ଖୋଲିବା ପୂର୍ବରୁ ବିଭାଗର ବରିଷ୍ଠ ଅଧିକାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଶିକ୍ଷା ସାଙ୍ଗକୁ ପିଲାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କ୍ୟାମ୍ପସକୁ ଭଲଭାବେ ପରିଷ୍କାର ପରିଛନ୍ନ କରାଯିବା ସହିତ କ୍ଲାସରୁମ୍‍ ଓ ହଷ୍ଟେଲ ବିଶୋଧନ କରାଯାଇଛି।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟସ୍ତରରେ ଅଭିଭାବକଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନା କରିଛନ୍ତି। ଅଭିଭାବକଙ୍କ ସମ୍ମତିକ୍ରମେ ପିଲା ବିଦ୍ୟାଳୟ ଆସିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ପିଲାଙ୍କ ରିମେଡିଆଲ୍‍ କ୍ଲାସ ପ୍ରତି ଧ୍ୟାନ ଦେବେ। ସପ୍ତମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଷଷ୍ଠ ଶ୍ରେଣୀର ସାମଞ୍ଜସ୍ୟ ଥିବା ପାଠ ଓ ଷଷ୍ଠ ଶ୍ରେଣୀର ପିଲାଙ୍କୁ ପଞ୍ଚମର ସାମଞ୍ଜସ୍ୟ ଥିବା ପାଠ ଶିକ୍ଷକମାନେ ପଢ଼଼ାଇବେ। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କ କ୍ଲାସ୍‍ରୁମ୍‍ ସହିତ ହଷ୍ଟେଲ ଓ ବିଦ୍ୟାଳୟ ହତା ସଫା କରିବା, କରୋନା କଟକଣାର ଅନୁପାଳନ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

ପୂର୍ବ ପରି ଶୁଖିଲା ରାସନ୍‍ ପିଲାଙ୍କୁ ଦିଆଯିବ। ବିଦ୍ୟାଳୟ ଖୋଲିଲେ ମଧ୍ୟ ଅଫଲାଇନ୍‍ ସହିତ ଅନଲାଇନ୍‍ ପାଠପଢ଼଼ା ଜାରି ରହିବ। ନିୟମିତଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ, ବିଇଓ, ଏଡିଇଓ, ସିଆରସିସ, ବିଆରସିସି ପ୍ରମୁଖ ବିଦ୍ୟାଳୟ ବୁଲିବା ସହିତ ସ୍ଥିତି ଯାଞ୍ଚ କରିବେ। ପିଲାଙ୍କ ଡେସ୍କ ଓ ବେଞ୍ଚ ନିୟମିତ ଭାବେ ସାନିଟାଇଜ୍‍ କରିବା ସହିତ ପୂର୍ବରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକାର କଡ଼ାକଡ଼ି ପାଳନ କରାଯିବ। ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ପାଠପଢ଼଼ାରୁ ଦୂରରେ ଥିବାରୁ ପିଲାଙ୍କୁ ନିୟମିତ ଲିଖିତ କାର୍ଯ୍ୟ ଦେବା ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବେ। ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଲେ ଆବଶ୍ୟକ ସ୍ଥଳେ ଜିଲ୍ଲା ଶିକ୍ଷାଧିକାରୀମାନେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରିବେ।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

15 Nov 2021 By The Sakala

ଆଜିଠୁ ସ୍କୁଲ ଆସି ପାଠ ପଢ଼ିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ : ୯ଟା ୩୦ ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ କ୍ଲାସ୍‌

ଭୁବନେଶ୍ୱର : ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢ଼଼ା ଆଜି(ସୋମବାର)ଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଅପରାହ୍ଣ ୧ଟା ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢ଼଼ା ଅନୁଷ୍ଠିତ ହେବ। ଦୀର୍ଘ ୨୦ ମାସ ପରେ ଛାତ୍ରଛାତ୍ରୀ ପୁଣି ଶିକ୍ଷାନୁଷ୍ଠାନକୁ ଫେରିବେ। କରୋନା ପରଠାରୁ ଦୀର୍ଘ ଦିନ ହେବ ପିଲାମାନେ ପାରମ୍ପରିକ ଶିକ୍ଷା ଆହରଣରୁ ବିଚ୍ୟୁତ ଥିବାବେଳେ ଦୁଇଟି ଶିକ୍ଷାବର୍ଷ ପରେ ପିଲାଙ୍କର ପାଦ ବିଦ୍ୟାଳୟରେ ପଡ଼ିବ। ତେଣୁ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍କୁଲ ଖୋଲିବା ପୂର୍ବରୁ ବିଭାଗର ବରିଷ୍ଠ ଅଧିକାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଶିକ୍ଷା ସାଙ୍ଗକୁ ପିଲାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କ୍ୟାମ୍ପସକୁ ଭଲଭାବେ ପରିଷ୍କାର ପରିଛନ୍ନ କରାଯିବା ସହିତ କ୍ଲାସରୁମ୍‍ ଓ ହଷ୍ଟେଲ ବିଶୋଧନ କରାଯାଇଛି।

ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟସ୍ତରରେ ଅଭିଭାବକଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋଚନା କରିଛନ୍ତି। ଅଭିଭାବକଙ୍କ ସମ୍ମତିକ୍ରମେ ପିଲା ବିଦ୍ୟାଳୟ ଆସିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ପିଲାଙ୍କ ରିମେଡିଆଲ୍‍ କ୍ଲାସ ପ୍ରତି ଧ୍ୟାନ ଦେବେ। ସପ୍ତମ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ଷଷ୍ଠ ଶ୍ରେଣୀର ସାମଞ୍ଜସ୍ୟ ଥିବା ପାଠ ଓ ଷଷ୍ଠ ଶ୍ରେଣୀର ପିଲାଙ୍କୁ ପଞ୍ଚମର ସାମଞ୍ଜସ୍ୟ ଥିବା ପାଠ ଶିକ୍ଷକମାନେ ପଢ଼଼ାଇବେ। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କ କ୍ଲାସ୍‍ରୁମ୍‍ ସହିତ ହଷ୍ଟେଲ ଓ ବିଦ୍ୟାଳୟ ହତା ସଫା କରିବା, କରୋନା କଟକଣାର ଅନୁପାଳନ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ।

ପୂର୍ବ ପରି ଶୁଖିଲା ରାସନ୍‍ ପିଲାଙ୍କୁ ଦିଆଯିବ। ବିଦ୍ୟାଳୟ ଖୋଲିଲେ ମଧ୍ୟ ଅଫଲାଇନ୍‍ ସହିତ ଅନଲାଇନ୍‍ ପାଠପଢ଼଼ା ଜାରି ରହିବ। ନିୟମିତଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ, ବିଇଓ, ଏଡିଇଓ, ସିଆରସିସ, ବିଆରସିସି ପ୍ରମୁଖ ବିଦ୍ୟାଳୟ ବୁଲିବା ସହିତ ସ୍ଥିତି ଯାଞ୍ଚ କରିବେ। ପିଲାଙ୍କ ଡେସ୍କ ଓ ବେଞ୍ଚ ନିୟମିତ ଭାବେ ସାନିଟାଇଜ୍‍ କରିବା ସହିତ ପୂର୍ବରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକାର କଡ଼ାକଡ଼ି ପାଳନ କରାଯିବ। ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ପାଠପଢ଼଼ାରୁ ଦୂରରେ ଥିବାରୁ ପିଲାଙ୍କୁ ନିୟମିତ ଲିଖିତ କାର୍ଯ୍ୟ ଦେବା ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବେ। ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଲେ ଆବଶ୍ୟକ ସ୍ଥଳେ ଜିଲ୍ଲା ଶିକ୍ଷାଧିକାରୀମାନେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର