ଦଶହରା ପରେ ରାଜ୍ଯରେ ଖୋଲିବ ପ୍ରାଥମିକ ସ୍କୁଲ: ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆସିବେ ବିଦ୍ୟାଳୟ

The Sakala Picture
Published On

ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ରାଜ୍ୟର ପ୍ରାଥମିକ ସ୍କୁଲ। ପରୀକ୍ଷା ମୂଳକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ । ପରବର୍ତ୍ତୀ ରାଜ୍ୟରେ କରୋନା ସ୍ଥିତିର ସୁଧାର ଆସିଥିବାବେଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ୨୦ ମାସ ହେଲା ବିଦ୍ୟାଳୟର ହତା ମାଡ଼ି ନାହାନ୍ତି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ । ପୂର୍ବ ବର୍ଷ ଭଳି […]

ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ରାଜ୍ୟର ପ୍ରାଥମିକ ସ୍କୁଲ। ପରୀକ୍ଷା ମୂଳକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ । ପରବର୍ତ୍ତୀ ରାଜ୍ୟରେ କରୋନା ସ୍ଥିତିର ସୁଧାର ଆସିଥିବାବେଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

୨୦ ମାସ ହେଲା ବିଦ୍ୟାଳୟର ହତା ମାଡ଼ି ନାହାନ୍ତି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇନି. ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ସ୍ତରରେ ଯଦିଓ ଅନଲାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏହା ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚି ପାରୁନାହିଁ । ଦେଢ଼ ବର୍ଷରୁ ଅଧିକ ଦିନ ଧରି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ନଥିବାରୁ ଅଷ୍ଟମ ଶ୍ରେଣୀ ପଢ଼ା ପ୍ରାଥମିକ ଶ୍ରେଣୀର ଛୋଟ ଛୋଟ ପିଲାଙ୍କ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ମନସ୍ତତ୍ବବିତ୍ ମାନେ କହୁଛନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାଶିକ୍ଷାଧ୍ୟାକାରୀ ଓ ବ୍ଲକ ଶିକ୍ଷାଧ୍ୟାକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ହତା ସଫା ରଖିବା ସହିତ କ୍ଳାସରୁମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରିବେଶକୁ ପିଲାଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ। ଅନୁରୂପ ଭାବେ କରୋନା ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ହରିୟାଣା, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ପ୍ରାଥମିକ ପିଲାଙ୍କ ପାଇଁ ସ୍କୁଲ ସେପ୍ଟେମ୍ବରରୁ ଖୋଲିଛନ୍ତି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

29 Sep 2021 By The Sakala

ଦଶହରା ପରେ ରାଜ୍ଯରେ ଖୋଲିବ ପ୍ରାଥମିକ ସ୍କୁଲ: ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆସିବେ ବିଦ୍ୟାଳୟ

ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ରାଜ୍ୟର ପ୍ରାଥମିକ ସ୍କୁଲ। ପରୀକ୍ଷା ମୂଳକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ । ପରବର୍ତ୍ତୀ ରାଜ୍ୟରେ କରୋନା ସ୍ଥିତିର ସୁଧାର ଆସିଥିବାବେଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି।

୨୦ ମାସ ହେଲା ବିଦ୍ୟାଳୟର ହତା ମାଡ଼ି ନାହାନ୍ତି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇନି. ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ସ୍ତରରେ ଯଦିଓ ଅନଲାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏହା ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚି ପାରୁନାହିଁ । ଦେଢ଼ ବର୍ଷରୁ ଅଧିକ ଦିନ ଧରି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ନଥିବାରୁ ଅଷ୍ଟମ ଶ୍ରେଣୀ ପଢ଼ା ପ୍ରାଥମିକ ଶ୍ରେଣୀର ଛୋଟ ଛୋଟ ପିଲାଙ୍କ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ମନସ୍ତତ୍ବବିତ୍ ମାନେ କହୁଛନ୍ତି।

ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାଶିକ୍ଷାଧ୍ୟାକାରୀ ଓ ବ୍ଲକ ଶିକ୍ଷାଧ୍ୟାକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ହତା ସଫା ରଖିବା ସହିତ କ୍ଳାସରୁମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରିବେଶକୁ ପିଲାଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ। ଅନୁରୂପ ଭାବେ କରୋନା ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ହରିୟାଣା, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ପ୍ରାଥମିକ ପିଲାଙ୍କ ପାଇଁ ସ୍କୁଲ ସେପ୍ଟେମ୍ବରରୁ ଖୋଲିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର