ଶିଖରଚଣ୍ଡୀରେ ବୁଲୁଛନ୍ତି ଦନ୍ତା ହାତୀ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଲା ବନ ବିଭାଗ

Madhusudan Das Picture
Published On

ଭୁବନେଶ୍ୱର: ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଶିଖରଚଣ୍ଡୀ ମନ୍ଦିର ପାହାଡ଼ ଉପରକୁ ପ୍ରବେଶ ମନା। ପ୍ରବେଶ ଉପରେ ଅଙ୍କୁଶ ଲଗାଇଲା ବନ ବିଭାଗ। ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ ଉପରେ ଡେରା ପକାଇଛନ୍ତି। ପାହାଡ଼ ଉପରେ ରହି ଗଛ ଡାଳ ପତ୍ର ଖାଇ ଘୁରି ବୁଲୁଛନ୍ତି। ସେପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଚନ୍ଦକା ଏସିଏଫ ସଂଗ୍ରାମ ମହାନ୍ତିଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ହାତୀଙ୍କ ଗତିବିଧି ଉପରେ ସତର୍କ ନଜର ଦିଆଯାଉଛି। 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଅନ୍ୟପଟେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ବର୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡ଼ ଉପରେ ବଣଭୋଜି ଚାଲୁଛି। ତେବେ ପାହାଡ଼ ଉପରେ ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ପାହାଡ ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି। ପାହାଡ଼ ଉପରକୁ କାହାରିକୁ ଯିବାକୁ ବାରଣ କରାଯାଉଛି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର