ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୭ ନକ୍ସଲ ନିପାତ

The Sakala Picture
Published On

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା । ପୁଲିସ ଗୁଳିରେ ୭ ଜଣ ନକ୍ସଲ ନିପାତ । ଛତିଶଗଡ଼ର ନାରାୟଣପୁର ଓ ବିଜାପୁର ଜିଲ୍ଲା ସୀମାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ । STF ଏବଂ DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି […]

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା । ପୁଲିସ ଗୁଳିରେ ୭ ଜଣ ନକ୍ସଲ ନିପାତ । ଛତିଶଗଡ଼ର ନାରାୟଣପୁର ଓ ବିଜାପୁର ଜିଲ୍ଲା ସୀମାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ । STF ଏବଂ DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷାକର୍ମୀମାନେ ନାରାୟଣପୁର, ଦାନ୍ତେୱାଡା ଓ ବିଜାପୁର ସୀମାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ନାରାୟଣପୁର ଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲମାନେ ଏକ ବଡ଼ ଧରଣର ବୈଠକ କରୁଛନ୍ତି। ଏହା ପରେ ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଓ ସିଆରପିଏଫ ଯବାନ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦିନ ଗୋଟାଏ ପର୍ଯ୍ୟନ୍ତ କିଛି ସମୟ ବ୍ୟବଧାନରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳୁଥିଲା। ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ସେତେବେଳେ ୭ ଜଣ ନକ୍ସଲର ମୃତଦେହ ମିଳିଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର