ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ ‘ମ୍ୟାଡାମ୍‌ ପ୍ରେସିଡେଣ୍ଟ’ ଲେଖିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ମାଟିର ସୁଯୋଗ୍ୟ କନ୍ୟା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାଯିବ ଆତ୍ମଜୀବନୀ। ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି। ଜୀବନରେ ବହୁ ସଂଘର୍ଷ କରି ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଆସନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସଫଳତାକୁ ଆଧାର କରି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ ପ୍ରକାଶ କରିବ ତାଙ୍କର […]

ଭୁବନେଶ୍ବର : ଓଡ଼ିଶା ମାଟିର ସୁଯୋଗ୍ୟ କନ୍ୟା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାଯିବ ଆତ୍ମଜୀବନୀ। ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି। ଜୀବନରେ ବହୁ ସଂଘର୍ଷ କରି ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଆସନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସଫଳତାକୁ ଆଧାର କରି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ ପ୍ରକାଶ କରିବ ତାଙ୍କର ଜୀବନୀ ଗ୍ରନ୍ଥ। ‘ମ୍ୟାଡାମ୍‌ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ୍‌ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏହି ପ୍ରସ୍ତାବିତ ପ୍ରଥମ ବିସ୍ତୃତ ଜୀବନୀ ଗ୍ରନ୍ଥକୁ ଲେଖିବେ ଓଡ଼ିଶାର ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏନେଇ ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ ମଙ୍ଗଳବାର ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ଜୀବନ ପାଇଁ ଏକ ଝରକା ଖୋଲିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଘୋଷଣା କରିଛି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍‌। ଏଥିରେ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ୟ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ।

ଆହୁରି ପଢ଼ନ୍ତୁ: ଚେନ୍ନାଇ ଗ୍ୟାସ୍ ଲିକ୍ ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ତାମିଲନାଡୁରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍

ଏହି ଜୀବନୀ ଗ୍ରନ୍ଥ ପୁସ୍ତକର ଲେଖକ ସନ୍ଦୀପ ସାହୁ କୁହନ୍ତି, ‘ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖାଯିବାର କେତେ ସମ୍ଭାବନା ରହିଛି ପଚାରିଥିଲେ। ଦିନେ ରାଇରଙ୍ଗପୁରର ପୌରପାଳିକାରେ ଜଣେ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରେ ଓଡ଼ିଶା ବିଧାନସଭା, ମନ୍ତ୍ରିପରିଷଦରୁ ଝାଡ଼ଖଣ୍ଡର ରାଜଭବନ ଦେଇ ଭାରତର ୧୫ତମ ରାଷ୍ଟ୍ରପତି ରୂପେ ରାଇସିନା ହିଲର ରାଷ୍ଟ୍ରପତି ଭବନରେ ପହଞ୍ଚିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ କିଛି ସହଜସାଧ୍ୟ ବ୍ୟାପାର ନଥିଲା। ଏଥିପାଇଁ ତାଙ୍କୁ ଅନେକ ପରୀକ୍ଷା ଏବଂ ଅସୁବିଧା ଏବଂ ସଂଘର୍ଷକୁ ସାମନା କରିବାକୁ ପଡ଼ିଥିଲା। ଏଣୁ ଏହାକୁ ପୁସ୍ତକ ଆକାରରେ ପ୍ରକାଶ କରିବାର ଆବଶ୍ୟକତା ରହିଛି।

ଭାରତର ରାଷ୍ଟ୍ରପତି ହେବାରେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଓଡିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି, ଯେଉଁଠାରେ ମୁଁ ମୋର ସମଗ୍ର କିଶୋର ସମୟ ଅତିବାହିତ କରିଥିଲି। ତେଣୁ, ତାଙ୍କର ଜୀବନୀ ଗ୍ରନ୍ଥ ଲେଖିବା ପାଇଁ ଏହା ଏକ ପ୍ରମୁଖ କାରଣ ଥିଲା। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପୁସ୍ତକଟି ପ୍ରକାଶ ପାଇବ। ପ୍ରଥମେ ଇଂରାଜୀ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଇବ। ଯଦି ପ୍ରକାଶକ ଓଡିଆ ଭାଷାରେ ପୁସ୍ତକ ଅନୁବାଦ କରିବାକୁ କୁହାଯିବ ତେବେ ସେ ନିଶ୍ଚିତ ରୂପେ ଚେଷ୍ଟା କରିବେ ବୋଲି ସନ୍ଦୀପ ସାହୁ କହିଛନ୍ତି।

02 Aug 2022 By The Sakala

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ ‘ମ୍ୟାଡାମ୍‌ ପ୍ରେସିଡେଣ୍ଟ’ ଲେଖିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ

ଭୁବନେଶ୍ବର : ଓଡ଼ିଶା ମାଟିର ସୁଯୋଗ୍ୟ କନ୍ୟା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାଯିବ ଆତ୍ମଜୀବନୀ। ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି। ଜୀବନରେ ବହୁ ସଂଘର୍ଷ କରି ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଆସନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସଫଳତାକୁ ଆଧାର କରି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ ପ୍ରକାଶ କରିବ ତାଙ୍କର ଜୀବନୀ ଗ୍ରନ୍ଥ। ‘ମ୍ୟାଡାମ୍‌ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ୍‌ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏହି ପ୍ରସ୍ତାବିତ ପ୍ରଥମ ବିସ୍ତୃତ ଜୀବନୀ ଗ୍ରନ୍ଥକୁ ଲେଖିବେ ଓଡ଼ିଶାର ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏନେଇ ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ ମଙ୍ଗଳବାର ଘୋଷଣା କରିଛି।

‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ଜୀବନ ପାଇଁ ଏକ ଝରକା ଖୋଲିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଘୋଷଣା କରିଛି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍‌। ଏଥିରେ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ୟ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ।

ଏହି ଜୀବନୀ ଗ୍ରନ୍ଥ ପୁସ୍ତକର ଲେଖକ ସନ୍ଦୀପ ସାହୁ କୁହନ୍ତି, ‘ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖାଯିବାର କେତେ ସମ୍ଭାବନା ରହିଛି ପଚାରିଥିଲେ। ଦିନେ ରାଇରଙ୍ଗପୁରର ପୌରପାଳିକାରେ ଜଣେ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରେ ଓଡ଼ିଶା ବିଧାନସଭା, ମନ୍ତ୍ରିପରିଷଦରୁ ଝାଡ଼ଖଣ୍ଡର ରାଜଭବନ ଦେଇ ଭାରତର ୧୫ତମ ରାଷ୍ଟ୍ରପତି ରୂପେ ରାଇସିନା ହିଲର ରାଷ୍ଟ୍ରପତି ଭବନରେ ପହଞ୍ଚିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ କିଛି ସହଜସାଧ୍ୟ ବ୍ୟାପାର ନଥିଲା। ଏଥିପାଇଁ ତାଙ୍କୁ ଅନେକ ପରୀକ୍ଷା ଏବଂ ଅସୁବିଧା ଏବଂ ସଂଘର୍ଷକୁ ସାମନା କରିବାକୁ ପଡ଼ିଥିଲା। ଏଣୁ ଏହାକୁ ପୁସ୍ତକ ଆକାରରେ ପ୍ରକାଶ କରିବାର ଆବଶ୍ୟକତା ରହିଛି।

ଭାରତର ରାଷ୍ଟ୍ରପତି ହେବାରେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଓଡିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି, ଯେଉଁଠାରେ ମୁଁ ମୋର ସମଗ୍ର କିଶୋର ସମୟ ଅତିବାହିତ କରିଥିଲି। ତେଣୁ, ତାଙ୍କର ଜୀବନୀ ଗ୍ରନ୍ଥ ଲେଖିବା ପାଇଁ ଏହା ଏକ ପ୍ରମୁଖ କାରଣ ଥିଲା। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପୁସ୍ତକଟି ପ୍ରକାଶ ପାଇବ। ପ୍ରଥମେ ଇଂରାଜୀ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଇବ। ଯଦି ପ୍ରକାଶକ ଓଡିଆ ଭାଷାରେ ପୁସ୍ତକ ଅନୁବାଦ କରିବାକୁ କୁହାଯିବ ତେବେ ସେ ନିଶ୍ଚିତ ରୂପେ ଚେଷ୍ଟା କରିବେ ବୋଲି ସନ୍ଦୀପ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର