ରାତି ପାହିଲେ ସ୍ୱାଧୀନତା ଦିବସ; ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର: ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଲାଗି ଫୁଲଡ୍ରେସ୍ ରିହର୍ସାଲ ସରିଛି। ଏଥର ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ନେଇ ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସ ଶେଷ ହୋଇଛି। ଓଡ୍ରାଫ, ଓଏସ୍ଏପି ଓ ଏସ୍ଏସ୍ବି ଭଳି ୩ଟି କଣ୍ଟିଜେଣ୍ଟରେ ସାମିଲ କରାଯାଇଛି। ଆଜି ଫୁଲଡ୍ରେସ୍ ରିହର୍ସାଲରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଉପସ୍ଥିତ ରହିଥିଲେ। ସେ ରିହର୍ସାଲକୁ ଦେଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିଥିଲେ। ସୁରକ୍ଷାରେ ଯେଭଳି କୌଣସି ତ୍ରୁଟି ନ ରୁହେ ସେ ଦିଗରେ […]
ଭୁବନେଶ୍ୱର: ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଲାଗି ଫୁଲଡ୍ରେସ୍ ରିହର୍ସାଲ ସରିଛି। ଏଥର ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ନେଇ ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସ ଶେଷ ହୋଇଛି। ଓଡ୍ରାଫ, ଓଏସ୍ଏପି ଓ ଏସ୍ଏସ୍ବି ଭଳି ୩ଟି କଣ୍ଟିଜେଣ୍ଟରେ ସାମିଲ କରାଯାଇଛି। ଆଜି ଫୁଲଡ୍ରେସ୍ ରିହର୍ସାଲରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଉପସ୍ଥିତ ରହିଥିଲେ। ସେ ରିହର୍ସାଲକୁ ଦେଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିଥିଲେ। ସୁରକ୍ଷାରେ ଯେଭଳି କୌଣସି ତ୍ରୁଟି ନ ରୁହେ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇଥିଲେ। ସେହିପରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ଏଣୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏଥର ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ। ସେଭଳି ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଦିନରେ ଦୁଇ ବେଳା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।
ଏହି ସମୟରେ ଜନସାଧାରଣଙ୍କ ଲାଗି କଟକଣା ଜାରି କରାଯାଇଥିବାରୁ ପରେଡସ୍ଥଳକୁ ନ ଆସିବା ଲାଗି ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରିକି ପ୍ରଦର୍ଶନୀ ପଡିଆକୁ ସିଲ୍ କରିବା ସହ ଭୁବନେଶ୍ୱରକୁ ହାଇଆଲର୍ଟ କରାଯାଇଛି। ସେଭଳି ହୋଟେଲଗୁଡିକ ଯାଞ୍ଚ କରିବା ସହ ରାତିରେ ଚେକିଂ ଓ ବ୍ଲକିଂ ହୋଇଛି। ବାର୍ ଓ ମଦ ଦୋକାନ ଉପରେ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇଛି। ସେପଟେ କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡ କମାଣ୍ଡାଣ୍ଡ ଭାବେ ଦାୟିତ୍ୱ ତୁଲାଇବେ। ଅନ୍ୟପଟେ ସାରା ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ଅଧ୍୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଏସ୍ଏଫ, ସିଆରପିଏଫ, ଏସଓଜି, ପାରାମିଲିଟାରୀ ଫୋର୍ସ ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ମୁତୟନ କରାଯିବ। ସବୁ ଜିଲ୍ଲାର ଏସପିମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ପୁଲିସ ନିର୍ଦ୍ଦେଶକ ସୁନୀଲ ବଂଶଲ ସୂଚନା ଦେଇଛନ୍ତି।