ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ରାତି ୧୦ଟାରେ ଉଠିବ ମହାଦୀପ

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଜାଗର। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହା ଶହ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଜି ଏ ନେଇ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଟ୍ବିନ ସିଟି ପୁଲିସ୍ କମିଶନର […]

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଜାଗର। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହା ଶହ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଜି ଏ ନେଇ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଟ୍ବିନ ସିଟି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା , ଭୁବନେଶ୍ୱର ଡିସିପି ପ୍ରତୀକ ସିଂ , ପୂର୍ବତନ ସଭାପତି ବିଜେପି ନେତା ସମୀର ମହାନ୍ତି , ଜଟଣୀ ବିଧାୟକ ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଏଥିସହ ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେ। ଜାଗରରେ କିଭଳି ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ ହେବ ସେନେଇ ସିଂହଦ୍ଵାର ଦେଇ ଭକ୍ତ ମାନଙ୍କ ପ୍ରବେଶ ହେବ। ଭିଆଇପି ମାନଙ୍କ ପାଇଁ ପାସ ବ୍ୟବସ୍ଥା ହେବ। ଉତ୍ତର ଦ୍ଵାରା ଦେଇ ସେବାୟତଙ୍କ ପରିବାର ଲୋକଙ୍କୁ ଅନୁମତି ଯିବାର ବ୍ୟବସ୍ଥା ହୋଇଛି। ଦକ୍ଷିଣ ଦ୍ଵାର ଦେଇ କେବଳ ପ୍ରସ୍ଥାନ ବ୍ୟବସ୍ଥା ରହିବ। ପୂର୍ବ ବର୍ଷ ମହାଦୀପ ଉଠିବା ବିଳମ୍ବ ହେଉଥିବା ବେଳେ ଚଳିତ ବର୍ଷ ଯେପରି ସଠିକ ସମୟରେ ମହାଦୀପ ଉଠିବ ସେ ନେଇ ସମସ୍ତେ ମତ ରଖିଛନ୍ତି। ତେଣୁ ଚଳିତ ବର୍ଷ କିଭଳି ନିର୍ଦ୍ଧାରିତ ସମୟେ ମହାଦୀପ ଉଠିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ, ଆମ୍ବୁଲାନ୍ସ ସେବା ଯୋଗାଇବ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ବ୍ୟାପକ ମୁତୟନ ହେବ। ଚୋରି ଓ ଛୀନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବ ବୋଲି ଟ୍ବିନ ସିଟି ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

04 Mar 2024 By The Sakala

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଜାଗର। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହା ଶହ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଜି ଏ ନେଇ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଟ୍ବିନ ସିଟି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା , ଭୁବନେଶ୍ୱର ଡିସିପି ପ୍ରତୀକ ସିଂ , ପୂର୍ବତନ ସଭାପତି ବିଜେପି ନେତା ସମୀର ମହାନ୍ତି , ଜଟଣୀ ବିଧାୟକ ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିସହ ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେ। ଜାଗରରେ କିଭଳି ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ ହେବ ସେନେଇ ସିଂହଦ୍ଵାର ଦେଇ ଭକ୍ତ ମାନଙ୍କ ପ୍ରବେଶ ହେବ। ଭିଆଇପି ମାନଙ୍କ ପାଇଁ ପାସ ବ୍ୟବସ୍ଥା ହେବ। ଉତ୍ତର ଦ୍ଵାରା ଦେଇ ସେବାୟତଙ୍କ ପରିବାର ଲୋକଙ୍କୁ ଅନୁମତି ଯିବାର ବ୍ୟବସ୍ଥା ହୋଇଛି। ଦକ୍ଷିଣ ଦ୍ଵାର ଦେଇ କେବଳ ପ୍ରସ୍ଥାନ ବ୍ୟବସ୍ଥା ରହିବ। ପୂର୍ବ ବର୍ଷ ମହାଦୀପ ଉଠିବା ବିଳମ୍ବ ହେଉଥିବା ବେଳେ ଚଳିତ ବର୍ଷ ଯେପରି ସଠିକ ସମୟରେ ମହାଦୀପ ଉଠିବ ସେ ନେଇ ସମସ୍ତେ ମତ ରଖିଛନ୍ତି। ତେଣୁ ଚଳିତ ବର୍ଷ କିଭଳି ନିର୍ଦ୍ଧାରିତ ସମୟେ ମହାଦୀପ ଉଠିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ, ଆମ୍ବୁଲାନ୍ସ ସେବା ଯୋଗାଇବ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ବ୍ୟାପକ ମୁତୟନ ହେବ। ଚୋରି ଓ ଛୀନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବ ବୋଲି ଟ୍ବିନ ସିଟି ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର