ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଗୃହରେ ଉପସ୍ଥାପନ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଅଗଷ୍ଟ ୪ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସମସ୍ତ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରାଯିବା ସହ ଗୃହୀତ କରାଯିବ। କୌଣସି ବିଭାଗର ଖର୍ଚ୍ଚ ଦାବି ଗୃହୀତ ନ ହୋଇ […]

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଅଗଷ୍ଟ ୪ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସମସ୍ତ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରାଯିବା ସହ ଗୃହୀତ କରାଯିବ। କୌଣସି ବିଭାଗର ଖର୍ଚ୍ଚ ଦାବି ଗୃହୀତ ନ ହୋଇ ପାରିଲେ ୨୯ ତାରିଖରେ ଗିଲୋଟିନ୍‍ ଜରିଆରେ ଗୃହୀତ କରାଯିବ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ଏହାର ପରଦିନ ଅର୍ଥାତ ୩୦ ତାରିଖରେ ୨୦୨୨-୨୩ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍‍ ଗୃହୀତ କରାଯିବ। ଦ୍ୱିତାୟ ପର୍ଯ୍ୟାୟକୁ ଅଧିକ ଗଠନ ଧର୍ମୀ କରିବା ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ଦଳ ଗୁଡ଼ିକ ନିଜସ୍ୱ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଟାର୍ଗେଟ ରଖିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ନିଯୁକ୍ତି ,ରୋଜଗାର ସୃଷ୍ଟି, ଚାଷୀ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପ୍ରଥମରୁ ସ୍ଥିରୀକୃତ କରାଯାଇଥିବା ସମସ୍ତ ପ୍ରସଙ୍ଗ ଉପସ୍ଥାପନା କରାଯିବ। ଗୃହ ମଧ୍ୟରେ କଂଗ୍ରେସ ଯେ ପ୍ରକୃତ ବିରୋଧି ଦଳ ଭୂମିକା ନିର୍ବାହ କରୁଛି, ତାହା କାହାକୁ ଅଛପା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନା କରାଯାଇଛି। ବଜେଟ ଉପରେ ସାଧାରଣ ଆଲୋଚନା ମଧ୍ୟ ସମାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଚୁଡାନ୍ତ ଭୋଟର ତାଲିକା ପ୍ରକାଶ: ମୟୂରଭଞ୍ଜ ଜିଲ୍ଲାରେ ଭୋଟର ସଂଖ୍ୟା ୧୮.୩୭ଲକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର