ସତ୍ୟମ ଡେଭଲପର ମାଲିକଙ୍କୁ ହତ୍ୟା ପାଇଁ ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ, ୩ ଜଣ ମାଷ୍ଟର ମାଇଣ୍ଡଙ୍କ ସମେତ ୭ ଗିରଫ

The Sakala Picture
Published On

ବାଲେଶ୍ଵର : ବହୁ ଚର୍ଚ୍ଚିତ ସତ୍ୟମ ଡେଭଲପର ମାଲିକ ରମେଶ ବେହେରାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ରହସ୍ୟକୁ ପର୍ଦ୍ଧାଫାଶ କରିବାରେ ସଫଳ ହୋଇଛି ବାଲେଶ୍ଵର ଶିଳ୍ପାଞ୍ଚଳ ପୁଲିସ। ଏନେଇ ଆଜି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ଶିଳ୍ପାଞ୍ଚଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସମ୍ପର୍କୀୟ ସବିଶେଷ ସୂଚନା ଦେଇଛନ୍ତି।ଜମି କିଣାବିକା କୁ ନେଇ ରମେଶଙ୍କ ସହ ଅନ୍ୟ ଜଣେ ଜମି ଦଲାଲ ଙ୍କ ସହ ଶତୃତା କାରଣରୁ ଏହି ବିଭତ୍ସ ହତ୍ୟା […]

ବାଲେଶ୍ଵର : ବହୁ ଚର୍ଚ୍ଚିତ ସତ୍ୟମ ଡେଭଲପର ମାଲିକ ରମେଶ ବେହେରାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ରହସ୍ୟକୁ ପର୍ଦ୍ଧାଫାଶ କରିବାରେ ସଫଳ ହୋଇଛି ବାଲେଶ୍ଵର ଶିଳ୍ପାଞ୍ଚଳ ପୁଲିସ। ଏନେଇ ଆଜି ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର ଶିଳ୍ପାଞ୍ଚଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସମ୍ପର୍କୀୟ ସବିଶେଷ ସୂଚନା ଦେଇଛନ୍ତି।ଜମି କିଣାବିକା କୁ ନେଇ ରମେଶଙ୍କ ସହ ଅନ୍ୟ ଜଣେ ଜମି ଦଲାଲ ଙ୍କ ସହ ଶତୃତା କାରଣରୁ ଏହି ବିଭତ୍ସ ହତ୍ୟା କରାଯାଇଥିଲା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ହତ୍ୟାକାଣ୍ଡ ଘଟଣା ର ୩ ମାଷ୍ଟର ମାଇଣ୍ଡଙ୍କ ସହ ସେମାନଙ୍କ ୪ ଜଣ ସହଯୋଗୀଙ୍କୁ ମିଶାଇ ପୁଲିସ ମୋଟ ୭ ଜଣକୁ ଗିରଫ କରିଛି। ହତ୍ୟାକାଣ୍ଡ ପାଇଁ ମାସେ ତଳୁ ଯୋଜନା ହୋଇ ୫୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ବିବରଣୀରୁ ପ୍ରକାଶ ଯେ ସତ୍ୟମ ଡେଭଲପର ର ମାଲିକ ରମେଶ ବେହେରାଙ୍କ ସହ ଜମି କିଣାବିକା ଓ ପ୍ଲଟିଂକୁ ନେଇ ସ୍ଥାନୀୟ ଗଣେଶ୍ଵରପୁର ଗ୍ରାମର ଅନ୍ୟତମ ଜମି ବ୍ୟବସାୟୀ ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀ(୪୭)ଙ୍କ ସହ ଶ୍ରୀକୃଷ୍ଣପୁର ମୌଜାରେ ୨ ଏକର ୨୭ ଡିସିମିଲ ଜମି କିଣାକୁ ନେଇ ପୁରୁଣା ଶତୃତା ରହିଥିଲା। ଏହାପରେ ଚିତ୍ତରଞ୍ଜନ ଅଚ୍ୟୁତପୁର ଗ୍ରାମର ରଞ୍ଜନ ସାହୁ(୨୮) ଓ ଶ୍ରୀକୃଷ୍ଣପୁର କଠଉସାହି ଗାଁର ସମ୍ଭୁ ଓରଫ ସୁରଜ ଓରଫ ସମ୍ବୁନାଥ ବିଶୋଇ(୨୫) ଙ୍କ ସହ ଯୋଗାଯୋଗ କରି ହତ୍ୟା ପାଇଁ ପ୍ରାୟ ମାସେ ତଳେ ଷଡ଼ଯନ୍ତ୍ର କରିଥିଲା। ଯୋଜନା ଅନୁଯାୟୀ ଏହି ହତ୍ୟାକାଣ୍ଡ ପାଇଁ ଚିତ୍ତରଞ୍ଜନ ଙ୍କ ସହ ରଞ୍ଜନ ଓ ଶମ୍ଭୁ ମଧ୍ୟରେ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା।ଡିଲ ମୁତାବକ ସମ୍ଭୁ ହିଁ ଚିତ୍ତରଞ୍ଜନ ଠାରୁ ଡିଲ ବା ସୁପାରି ବାବଦରେ ଅଗ୍ରିମ ଆକାରରେ ଲକ୍ଷେ ଟଙ୍କା ନେଇଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସେହି ଅନୁସାରେ ଗତ ୨୮ ତାରିଖରେ ହତ୍ୟା ପାଇଁ ଯୋଜନା ହୋଇଥିବା ବେଳେ ଏକ ତେଲେଙ୍ଗା କଟୁରୀ ଓ ଖଣ୍ଡା ଶମ୍ଭୁ ସଙ୍ଗ୍ରହ କରିଥିଲା।୨୮ ତାରିଖରେ ରମେଶ ଓ ତାଙ୍କ ଅଫିସ ଉପରେ ଅଭିଯୁକ୍ତ ଓ ସେମାନଙ୍କ କିଛି ସହଯୋଗୀ ମାନେ ମିଳିତ ଭାବେ ନଜର ରଖିଥିଲେ।ସନ୍ଧ୍ୟା ସମୟରେ ରଞ୍ଜନ ଫୋନରେ କଥା ଅଛି କହି ରମେଶଙ୍କୁ ତାଙ୍କ ପ୍ଲଟ ପାଖକୁ ଆସିବାକୁ କହିଥିଲା। ତେବେ ସେହି ପ୍ଲଟ ନିକଟରେ ରମେଶ ପହଞ୍ଜିବା ପରେ ରଞ୍ଜନ ଏବଂ ଶମ୍ଭୁ ଅକସ୍ମାତ ଏକ ତେଲେଙ୍ଗା କଟୁରୀ ଓ ଗୁପ୍ତି ବା ଖଣ୍ଡାରେ ଆକ୍ରମଣ କରିଥିଲେ। ସେହି ସମୟରେ ସେଠାରେ ଅନ୍ୟ ଜଣେ ଅଭିଯୁକ୍ତ ଶ୍ରୀକୃଷ୍ଣପୁର ଗ୍ରାମର କମଳ ବେହେରା (୨୧) ମଧ୍ୟ ଉପସ୍ଥିତ ଥିଲେ।।ହତ୍ୟାକାଣ୍ଡ ସମ୍ପର୍କରେ କମଳ ମଧ୍ୟ ପୂର୍ବରୁ ଜାଣିଥିଲେ ବୋଲି ଜଣା ପଡିଛି।କଟୁରୀ ଓ ଖଣ୍ଡାରେ ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ରମେଶ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଦୁଇଟି ବାଇକରେ ସେଠାରୁ ଖସି ପଳାଇଥିଲେ। ସିସିଟିଭି ଫୁଟେଜ,ମୋବାଇଲ ଫୋନ କଲ୍ ଡିଟେଲ୍ସ,ରମେଶଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୁଲିସ ଉପରୋକ୍ତ ୪ ଅଭିଯୁକ୍ତ ସହ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ଓ ହତ୍ୟାକାରୀ ମାନଙ୍କୁ ସହଯୋଗ କରିଥିବା ଓସ୍ତପୁର ଗାଁର ବୁଲି ଓରଫ ଗୋପିନାଥ ପାକଳ୨୭),ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମଙ୍ଗଳପୁର ଅଞ୍ଚଳର ଚେଙ୍ଗୁଆ ଗ୍ରାମର ମନା ଓରଫ ମାନସ କୁମାର ପ୍ରଧାନ (୨୨),ବ୍ରହ୍ମପୁର ଥାନା ଭୁଗଡିଆ ଗ୍ରାମର ଭଞ୍ଜୁ ଓରଫ ଭଞ୍ଜୟ କୁମାର ବେହେରାକୁ ମିଶାଇ ମୋଟ ସାତ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଆତଙ୍କ: ଘରେ ପଶି ଯୁବତୀ ଓ ତାଙ୍କ ବାପା-ମା'ଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଏହି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ମଧ୍ୟ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୭ ଟି ମୋବାଇଲ,ନଗଦ ୪୨ ହଜାର ଟଙ୍କା,ଗୋଟିଏ ତେଲେଙ୍ଗା କଟୁରୀ,ଗୋଟିଏ ଖଣ୍ଡା ଜବତ ହୋଇଛି। ସେହିପରି ସେମାନେ ବ୍ୟବହାର କରିଥିବା ଗୋଟିଏ ପଲସର ବାଇକ,ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ,ଗୋଟିଏ ଅଟୋ,ଗୋଟିଏ ବୋଲେରୋ,ଗୋଟିଏ କ୍ରେଟା ଗାଡ଼ିକୁ ମଧ୍ୟ ଜବତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପାଞ୍ଚଳ ଆଇଆଇସି ମିନତି ବିଶ୍ବାଳ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର