ପରକିୟା ପ୍ରିତୀର କରୁଣ ପରିଣତି: ଛାଡପତ୍ର ସତ୍ତ୍ବେ ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ

The Sakala Picture
Published On

ସମ୍ବଲପୁର: ପରକିୟା ପ୍ରିତୀର କରୁଣ ପରିଣତି। ଛାଡପତ୍ର ଦେବା ସତ୍ତ୍ବେ ସ୍ତ୍ରୀର ପ୍ରେମିକକୁ ଗୁଳି କଲେ ସ୍ବାମୀ। ସ୍ବାମୀ ଗୁଳିରେ ପୂର୍ବତନ ସ୍ତ୍ରୀର ପ୍ରେମିକ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡନୂଆପଡା ନିକଟସ୍ଥ ଖେତିନାଳୀ ଗାଁରେ । ଏଥିରେ ପ୍ରେମିକ ପଙ୍କଜ ଦେହୁରୀ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ, ଝାଙ୍କରପଡା ଗାଁର ସ୍ବାଧିନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ […]

ସମ୍ବଲପୁର: ପରକିୟା ପ୍ରିତୀର କରୁଣ ପରିଣତି। ଛାଡପତ୍ର ଦେବା ସତ୍ତ୍ବେ ସ୍ତ୍ରୀର ପ୍ରେମିକକୁ ଗୁଳି କଲେ ସ୍ବାମୀ। ସ୍ବାମୀ ଗୁଳିରେ ପୂର୍ବତନ ସ୍ତ୍ରୀର ପ୍ରେମିକ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡନୂଆପଡା ନିକଟସ୍ଥ ଖେତିନାଳୀ ଗାଁରେ । ଏଥିରେ ପ୍ରେମିକ ପଙ୍କଜ ଦେହୁରୀ ଗୁରୁତର ହୋଇ ଭୀମସାରରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ

ଖବର ଅନୁଯାୟୀ, ଝାଙ୍କରପଡା ଗାଁର ସ୍ବାଧିନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡପତ୍ର ଦେଇଥିଲେ। ତେବେ ମଙ୍ଗଳବାର ଦିନ ତାଙ୍କ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀ ସାଙ୍ଗରେ ରହି ଆସୁଥିଲେ। ପଙ୍କଜଙ୍କ ସହ ଛାଡପତ୍ର ପୂର୍ବରୁ ସମ୍ପର୍କ ଥିବା ସନ୍ଦେହରେ ଅଲଗା ହୋଇଥିଲା । ଶେଷରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ସ୍ବାଧିନ ଖେତିନାଳୀ ଯାଇ ଫଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ। ଏଥିରେ ପଙ୍କଜ ଗୁରୁତର ହୋଇ ଭୀମସାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଭଣଜା ବାହାଘରରେ ମାମୁଁଙ୍କ ଟଙ୍କା ବର୍ଷା; ଉପହାର ଦେଲେ ୮୧ ଲକ୍ଷ ଟଙ୍କା ସହ ୨୫ ଭରି ସୁନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp