ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

Madhusudan Das Picture
Published On

ସମ୍ବଲପୁର: ସମ୍ବଲପୁରରେ ଏକ ବଡ଼ ଧରଣର ସାଇବର ଠକେଇ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏକ ନକଲି ଫେସବୁକ୍ ଆକାଉଣ୍ଟ୍ ଜରିଆରେ ଜଣେ ବ୍ୟାଙ୍କ୍ ଅଧିକାରୀଙ୍କୁ ଟଙ୍କା ଦ୍ୱିଗୁଣିତ କରିବାର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସମ୍ବଲପୁର ସାଇବର ପୋଲିସ ଦୁଇ ଭଉଣୀ ଓ ଜଣେ ଭାଇଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ବାବୁପଡ଼ାର ମୂଳ ବାସିନ୍ଦା ରାଜକୁମାରୀ ବଡ଼ି (୨୪), ଝରଣା ବଡ଼ି (୩୨) ଏବଂ ସେମାନଙ୍କ ଭାଇ ରାଜେଶ ବଡ଼ି (୩୮)। ସେମାନେ ବର୍ତ୍ତମାନ ଐଁଠାପାଲି ଥାନା ଅନ୍ତର୍ଗତ ସାଇଁପାଲିଠାରେ ଏକ ଭଡ଼ା ଘରେ ରହୁଥିଲେ। ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ (ଏସପି) ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏହି ଭାଇଭଉଣୀ ୟୁଟ୍ୟୁବ୍ (YouTube) ଭିଡିଓ ଦେଖି ଠକେଇର ବିଭିନ୍ନ କୌଶଳ ଶିଖିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ଗତ ଜୁନ୍ ୨୦୨୬ ରେ ଭାରତୀ ଆକ୍ସା ଲାଇଫ୍ ଇନ୍ସୁରାନ୍ସର ରାଉରକେଲା ଶାଖା ପରିଚାଳକ ଲିପକ କୁମାର ପ୍ରଧାନଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ସୂଚନାନୁଯାୟୀ, ଅଭିଯୁକ୍ତମାନେ ପ୍ରଥମେ ‘ଦିଶା ଅଗ୍ରୱାଲ’ ନାମକ ଏକ ନକଲି ଫେସବୁକ୍ ପ୍ରୋଫାଇଲ୍ ଖୋଲି ପୀଡ଼ିତଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ସେମାନଙ୍କ ପାଖରେ ଟଙ୍କା ଦ୍ୱିଗୁଣିତ କରୁଥିବା ଏକ ସ୍ୱତନ୍ତ୍ର ମେସିନ୍ ଥିବା କହି ବିଶ୍ୱାସ ଜନ୍ମାଇଥିଲେ।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ପୀଡ଼ିତଙ୍କୁ ବିଶ୍ୱାସକୁ ନେବା ପାଇଁ ସମ୍ବଲପୁରର ଏକ ହୋଟେଲରେ ଟଙ୍କା ଦ୍ୱିଗୁଣିତ କରିବାର ଲାଇଭ୍ ଡେମୋ ମଧ୍ୟ ଦେଖାଇଥିଲେ। ଏଥିରେ ପ୍ରଭାବିତ ହୋଇ ଲିପକ ନିଜ ହୋମ୍ ଲୋନ୍‌ରୁ ୨୫ ଲକ୍ଷ ଟଙ୍କା ଉଠାଇ ଅନୁଗୋଳର ଏକ ହୋଟେଲରେ ଅଭିଯୁକ୍ତମାନଙ୍କୁ ଭେଟିଥିଲେ। ସେଠାରେ ଅଭିଯୁକ୍ତମାନେ ଏକାଭଳି ଦିଶୁଥିବା ଦୁଇଟି ବ୍ୟାଗ୍ ବ୍ୟବହାର କରିଥିଲେ। ପେନ୍ ଡ୍ରାଇଭ୍ ଏବଂ ବାଇକ୍ ଚାବି ଆଣିବା ବାହାନାରେ ସେମାନେ ଟଙ୍କା ଥିବା ବ୍ୟାଗଟିକୁ ବଦଳାଇ ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ଏହି ଘଟଣାରେ ସମ୍ବଲପୁର ସାଇବର ପୋଲିସ କେସ୍ ନଂ ୨୩/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଇବର ଡିଏସପି ଓ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଝାରସୁଗୁଡ଼ାରୁ ତିନି ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିଥିଲା।

ପୋଲିସ ସେମାନଙ୍କ ନିକଟରୁ ୧୫.୮୦ ଲକ୍ଷ ଟଙ୍କା ନଗଦ ଏବଂ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି, ଯାହା ଠକେଇ ଟଙ୍କାରେ କିଣାଯାଇଥିଲା କିମ୍ବା ମୁଥୁଟ୍ ଫାଇନାନ୍ସରୁ ମୁକୁଳାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗ୍ ପୂର୍ବରୁ ରାଉରକେଲାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସମାନ ଢଙ୍ଗରେ ୧୦ ଲକ୍ଷ ଟଙ୍କା ଠକିଥିଲା। ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି ଏବଂ ଅଧିକ ପଚରାଉଚରା ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର