ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Madhusudan Das Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଜଣେ ସ୍କୁଲ୍ ଛାତ୍ରଙ୍କ ଉପରକୁ ତୀରମାଡ଼ ହୋଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତାଙ୍କ ବ୍ୟାଗରେ ଥିବା ଏକ ଟିଫିନ୍ ପ୍ଲେଟ୍ କାରଣରୁ ଛାତ୍ରଜଣକ ଏହି ମାରଣାନ୍ତକ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକର କେଉଟବେରଣୀ ଗାଁରେ ଘଟିଛି। ସୋମବାର ସକାଳେ ଅମୂଲ୍ୟ ଧଳ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କୁ ସ୍କୁଲ୍ ଛାଡ଼ିବାକୁ ଯାଉଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା ମୁଚି ସାହୁ ନାମକ ଜଣେ ବ୍ୟକ୍ତି ଛାତ୍ରଙ୍କୁ ଲକ୍ଷ୍ୟ କରି ଏକ ତୀର ମାରିଥିଲେ। ତେବେ ତୀରଟି ସୌମ୍ୟଙ୍କ ପିଠିରେ ଥିବା ସ୍କୁଲ ବ୍ୟାଗରେ ବାଜିଥିଲା। ବ୍ୟାଗ୍ ଭିତରେ ଥିବା ଏକ ଖାଦ୍ୟ ପ୍ଲେଟ୍ ବା ଟିଫିନ୍ ପ୍ଲେଟରେ ତୀରଟି ବାଜି ଅଟକି ଯାଇଥିଲା। ଫଳରେ ପ୍ଲେଟଟି ଏକ ଢାଲ ଭଳି କାମ କରିଥିଲା ଏବଂ ସୌମ୍ୟରଞ୍ଜନ ଏକ ବଡ଼ ବିପଦରୁ ଅକ୍ଷତ ଅବସ୍ଥାରେ ବର୍ତ୍ତି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଏହି ଅତର୍କିତ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ଉପରକୁ କାହିଁକି ଏହି ଆକ୍ରମଣ କରାଗଲା ଏବଂ ଏହା ପଛର ପ୍ରକୃତ କାରଣ କଣ, ସେ ନେଇ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର