ସମ୍ବଲପୁର: ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ ପରେ ଝିଅକୁ ଝୁରୁଛି ମା’

The Sakala Picture
Published On

ସମ୍ବଲପୁର: ଆଫଗାନିସ୍ତାନରେ ଆତଙ୍କରାଜ। ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନ ୧୪ଶହ ବର୍ଷ ପୁରୁଣା ଯୁଗକୁ ଫେରି ଯାଇଛି। ଏସବୁ ଭିତରେ ଆଫଗାନିସ୍ତାନରେ ଫସିଥିବା ଓଡ଼ିଶାର ଜଣେ ଝିଅକୁ ନେଇ ତା’ ପରିବାର ଆଶଙ୍କା ଭିତରେ ଜିଉଁଛି। ଓଡ଼ିଶାରେ ବାପ ଘର କାବୁଲରେ ଶାଶୂ ଘର। ସମ୍ବଲପୁରର ଝିଅ ଏବେ ତାଲିବାନୀଙ୍କ କବଳରେ ଥିବା କାବୁଲରେ। ଝିଅ ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନି। ଶେଷ ଥର ପାଇଁ ଝିଅକୁ ବିବାହ ବେଦିରେ ଦେଖିଥିଲେ ବାପା […]

ସମ୍ବଲପୁର: ଆଫଗାନିସ୍ତାନରେ ଆତଙ୍କରାଜ। ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନ ୧୪ଶହ ବର୍ଷ ପୁରୁଣା ଯୁଗକୁ ଫେରି ଯାଇଛି। ଏସବୁ ଭିତରେ ଆଫଗାନିସ୍ତାନରେ ଫସିଥିବା ଓଡ଼ିଶାର ଜଣେ ଝିଅକୁ ନେଇ ତା’ ପରିବାର ଆଶଙ୍କା ଭିତରେ ଜିଉଁଛି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ଓଡ଼ିଶାରେ ବାପ ଘର କାବୁଲରେ ଶାଶୂ ଘର। ସମ୍ବଲପୁରର ଝିଅ ଏବେ ତାଲିବାନୀଙ୍କ କବଳରେ ଥିବା କାବୁଲରେ। ଝିଅ ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନି। ଶେଷ ଥର ପାଇଁ ଝିଅକୁ ବିବାହ ବେଦିରେ ଦେଖିଥିଲେ ବାପା ମାଆ। ଆଉ ଏବେ ଝିଅକୁ ଦେଖିବାକୁ ଚାହିଁକି ବି ଦେଖିପାରୁ ନାହାନ୍ତି ପରିବାର ଲୋକେ। ଦୀର୍ଘ ୧୪ ବର୍ଷ ହେବ ଝିଅକୁ ଦେଖିନି ମାଆ। ଦୁଇ ମାସ ହେବ ଝିଅ ସହ ସମ୍ପର୍କ ହୋଇ ପାରୁନି। ବର୍ତ୍ତମାନ ଆଫଗାନ ପରିସ୍ଥିତି ଠିକ ନଥିବାରୁ ସମ୍ବଲପୁରରେ ଥାଇ ଚିନ୍ତାରେ ପଡିଛି ମାଆର ମନ।

ସମ୍ବଲପୁରର ଜୁହୁରା ବେଗମ ଝୁରୁଛନ୍ତି ଝିଅକୁ। ଝିଅ ସକିଲା ବେଗମ କେମିତି ଅଛି । ଜ୍ୱାଇ ଓ ନାତି ନାତୁଣୀ କେମିତି ଅଛନ୍ତି । ଏହି ସବୁ ଚିନ୍ତାରେ ଘାଣ୍ଟିହେଉଛନ୍ତି ଜୁହୁରା। ୧୪ ବର୍ଷ ହେଲା ଝିଅ ବିଦା ହେବା ପରେ ସମ୍ବଲପୁରକୁ ଆଉ ଫେରିନି। ଫୋନରେ କଥା ହେବାରେ ସମ୍ପର୍କ ତିଷ୍ଟିଥିଲା। ଏବେ କିନ୍ତୁ ଦୁଇ ମାସ ହେଲା ଫୋନରେ ବି ହୋଇ ପାରୁନି ସମ୍ପର୍କ। ତାଲିବାନ ପୁରା ଦେଶକୁ ନିଜ କବଜାକୁ ନେଇ ସେଠାରେ ନିଜ ମର୍ଜିର ଶାସନ କରୁଥିବା ବେଳେ ଝିଅର ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଜୁହୁରା।

୧୪ ବର୍ଷ ତଳେ ଆଫଗାନୀ ଯୁବକ ଆତଉଲ୍ଲା ଖାନଙ୍କ ପ୍ରେମରେ ପଡିଥିଲେ ସକିଲା। ପ୍ରେମ ପାଇଁ ଅତାଉଲ୍ଲାଙ୍କ ହାତ ଧରି ସେ ନିଜ ଦେଶ ଛାଡିଥିଲେ। ସମ୍ବଲପୁରରୁ କାବୁଲ ଯିବାକୁ ୧୪ ବର୍ଷ ବିତିଗଲାଣି। ଏହା ଭିତରେ ଥରୁଟିଏ ବି ନିଜ ସହର କି ନିଜ ମା’ ପାଖକୁ ଫେରି ନାହାନ୍ତି ସକିଲ। ଫୋନରେ ଦି’ ପଦ କଥା ହେଇ ମା’ ଝିଅ ଭଲରେ ଅଛି ବୋଲି ଜାଣୁଥିଲେ। କିନ୍ତୁ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସବୁ କିଛି ବବଦଳି ଯାଇଛି। ଏବେ ଆଶା ଓ ଆଶଙ୍କା ଭିତରେ ବଂଚିବାକୁ ବାଧ୍ୟ ଜୁହୁରା।

19 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର