ସୁରକ୍ଷାସଂସ୍ଥାକୁ ନେଇ ଭିମସାରରେ ଉତ୍ତେଜନା

The Sakala Picture
Published On

ସମ୍ବଲପୁର: ବୁର୍ଲା ଭିମସାରରେ ଉତ୍ତେଜନା। ଆଜି ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭିମସାରରେ ନିୟୋଜିତ ହୋଇଥିବା ESS ସୁରକ୍ଷାସଂସ୍ଥା ବିରୋଧରେ ଭୀମସାର କତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ଭିମସାର ଉପରେ ନିର୍ଭର କରୁଥିବା ରୋଗୀ ସମ୍ପର୍କୀୟଙ୍କ ଠାରୁ ପ୍ରତିଦିନ କିଛି ନା […]

ସମ୍ବଲପୁର: ବୁର୍ଲା ଭିମସାରରେ ଉତ୍ତେଜନା। ଆଜି ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭିମସାରରେ ନିୟୋଜିତ ହୋଇଥିବା ESS ସୁରକ୍ଷାସଂସ୍ଥା ବିରୋଧରେ ଭୀମସାର କତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ଭିମସାର ଉପରେ ନିର୍ଭର କରୁଥିବା ରୋଗୀ ସମ୍ପର୍କୀୟଙ୍କ ଠାରୁ ପ୍ରତିଦିନ କିଛି ନା କିଛି ଚୋରି, ଲୁଟ ଏପରିକି ମରଣାତ୍ମକ ଆକ୍ରମଣ ହେଉଥିବା ବୁର୍ଲା ଥାନାରେ ଅଭିଯୋଗ ହେଉଛି। ଏପରିକି ଭୀମସରର ବିଭିନ୍ନ ବିଭାଗରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ମଧ୍ୟ ହେଉଥିବା ଦେଖାଦେଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ କିଛି ଦଲାଲ ଓ ଆସମାଜିକ ଯୁବକଙ୍କ ସହିତ ମିଶି ଅନେକ ସମୟରେ ଏଭଳି ଘଟଣା ଘଟାଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ଅନ୍ୟପଟରେ ଦୀର୍ଘ ୧୧ ବର୍ଷ ଧରି ଏହି ସଂସ୍ଥାକୁ କେଉଁ ଆଧାରରେ ବିନା ଟେଣ୍ଡରରେ କାର୍ଯ୍ଯ କରିବା ପାଇଁ ଭିମସାର କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ବୁର୍ଲା ଭିମସାରରେ ସୁରକ୍ଷାବ୍ୟବସ୍ଥା ଯୋଗାଇ ଦିଆଯାଇଛି। ହେଲେ ବ୍ୟାପକ ଅର୍ଥ କାରବାର କରି ସୁରକ୍ଷାସଂସ୍ଥାର ମାଲିକ ଓ କିଛି କର୍ମଚାରୀ ଅନ୍ୟ ଜିଲ୍ଲାର ଆସମାଜିକ ଯୁବକ ମାନଙ୍କୁ ଆଣି ଏଠାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ପ୍ରାୟ ସମୟରେ ଚୋରି , ଲୁଟ, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି। ଏହାର ପ୍ରତିବାଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ସଂସ୍ଥାକୁ ବାତିଲ କରିବା ସହିତ ପୁନର୍ବାର ଟେଣ୍ଡର କରିବା ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ଆସନ୍ତା ସାତଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

28 Jun 2021 By The Sakala

ସୁରକ୍ଷାସଂସ୍ଥାକୁ ନେଇ ଭିମସାରରେ ଉତ୍ତେଜନା

ସମ୍ବଲପୁର: ବୁର୍ଲା ଭିମସାରରେ ଉତ୍ତେଜନା। ଆଜି ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭିମସାରରେ ନିୟୋଜିତ ହୋଇଥିବା ESS ସୁରକ୍ଷାସଂସ୍ଥା ବିରୋଧରେ ଭୀମସାର କତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ଭିମସାର ଉପରେ ନିର୍ଭର କରୁଥିବା ରୋଗୀ ସମ୍ପର୍କୀୟଙ୍କ ଠାରୁ ପ୍ରତିଦିନ କିଛି ନା କିଛି ଚୋରି, ଲୁଟ ଏପରିକି ମରଣାତ୍ମକ ଆକ୍ରମଣ ହେଉଥିବା ବୁର୍ଲା ଥାନାରେ ଅଭିଯୋଗ ହେଉଛି। ଏପରିକି ଭୀମସରର ବିଭିନ୍ନ ବିଭାଗରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ମଧ୍ୟ ହେଉଥିବା ଦେଖାଦେଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ କିଛି ଦଲାଲ ଓ ଆସମାଜିକ ଯୁବକଙ୍କ ସହିତ ମିଶି ଅନେକ ସମୟରେ ଏଭଳି ଘଟଣା ଘଟାଉଥିବା ଅଭିଯୋଗ ହୋଇଛି।

ଅନ୍ୟପଟରେ ଦୀର୍ଘ ୧୧ ବର୍ଷ ଧରି ଏହି ସଂସ୍ଥାକୁ କେଉଁ ଆଧାରରେ ବିନା ଟେଣ୍ଡରରେ କାର୍ଯ୍ଯ କରିବା ପାଇଁ ଭିମସାର କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ବୁର୍ଲା ଭିମସାରରେ ସୁରକ୍ଷାବ୍ୟବସ୍ଥା ଯୋଗାଇ ଦିଆଯାଇଛି। ହେଲେ ବ୍ୟାପକ ଅର୍ଥ କାରବାର କରି ସୁରକ୍ଷାସଂସ୍ଥାର ମାଲିକ ଓ କିଛି କର୍ମଚାରୀ ଅନ୍ୟ ଜିଲ୍ଲାର ଆସମାଜିକ ଯୁବକ ମାନଙ୍କୁ ଆଣି ଏଠାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ପ୍ରାୟ ସମୟରେ ଚୋରି , ଲୁଟ, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି। ଏହାର ପ୍ରତିବାଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ସଂସ୍ଥାକୁ ବାତିଲ କରିବା ସହିତ ପୁନର୍ବାର ଟେଣ୍ଡର କରିବା ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ଆସନ୍ତା ସାତଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/sambalpur/vimsar-excitement-over-security/article-3294
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର