ସମ୍ବଲପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୧୦ ଦିନ ମଧ୍ୟରେ ଭୀମସାରରେ ଦ୍ବିତୀୟ କୋଭିଡ ହସ୍ପିଟାଲ ନିଷ୍ପତ୍ତି

The Sakala Picture
Published On

ସମ୍ବଲପୁର: ଭୀମସାରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ଯ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିର ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ରହିବ। ତେବେ ଭୀମସାରର […]

ସମ୍ବଲପୁର: ଭୀମସାରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ଯ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିର ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ରହିବ। ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବେଡ ରହିବ। ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ କାର୍ୟ୍ୟ କରିବ। ଏହା ସହ ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର