ପାରାକ୍ୱେଟ ନିଷିଦ୍ଧ ପାଇଁ ରାମଚନ୍ଦାନୀଙ୍କ ଉଦ୍ୟମକୁ ସାଧୁବାଦ ଦେଲେ ‘୫-ଟି’ ସଚିବ

The Sakala Picture
Published On

ବୁର୍ଲା : ଘାସମରା ଔଷଧ ପାରାକ୍ୱେଟ ରାଜ୍ୟରେ ନିଷିଦ୍ଧ ପରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପାରାକ୍ୱେଟକୁ ନିଷିଦ୍ଧ କରିବାରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଲଢେଇକୁ ଆଜି ସିଏମଓରୁ ପ୍ରଶଂସା କରାଯାଇଛି। ସିଏମଓରୁ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ରାମଚନ୍ଦାନୀଙ୍କୁ ଫୋନ କରି ତାଙ୍କୁ ପ୍ରଶଂସା କରିଥିବା ରାମଚନ୍ଦାନୀ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାମଚନ୍ଦାନୀଙ୍କୁ ସେବାକୁ ସିଏମଓ ପ୍ରଶଂସା କରିବା ସହ ଆଗକୁ ସେବା ଜାରି […]

ବୁର୍ଲା : ଘାସମରା ଔଷଧ ପାରାକ୍ୱେଟ ରାଜ୍ୟରେ ନିଷିଦ୍ଧ ପରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପାରାକ୍ୱେଟକୁ ନିଷିଦ୍ଧ କରିବାରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଲଢେଇକୁ ଆଜି ସିଏମଓରୁ ପ୍ରଶଂସା କରାଯାଇଛି। ସିଏମଓରୁ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ରାମଚନ୍ଦାନୀଙ୍କୁ ଫୋନ କରି ତାଙ୍କୁ ପ୍ରଶଂସା କରିଥିବା ରାମଚନ୍ଦାନୀ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାମଚନ୍ଦାନୀଙ୍କୁ ସେବାକୁ ସିଏମଓ ପ୍ରଶଂସା କରିବା ସହ ଆଗକୁ ସେବା ଜାରି ରଖିବା ପାଇଁ ଉତ୍ସାହିତ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଯାହା ସାହାଯ୍ୟ ଦରକାର ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସିଏମଓ କହିଥିବା ରାମଚନ୍ଦାନୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ ପ୍ରଫେସର ନିଲମ୍ବିତ

ଗତ ୫ ତାରିଖରେ ରାଜ୍ୟ ସରକାର ବିଷାକ୍ତ ଲଟାମରା ଔଷଧକୁ ରାଜ୍ୟରେ ନିଷିଦ୍ଧ କରିବା ପାଇଁ ପତ୍ର ଜାରି କରିଛନ୍ତି। ସାରା ଭାରତରେ ପାରାକ୍ୱେଟ ପ୍ରଥମେ କେରଳରେ ନିଷିଦ୍ଧ ହୋଇଥିବା ବେଳେ ବର୍ତ୍ତମାନ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବରେ ପାରାକ୍ୱେଟକୁ ନିଷିଦ୍ଧ କରିଛି। ପାରାକ୍ୱେଟ ଖାଇ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ଏହାର ମୃତ୍ୟୁହାର ୯୦ରୁ ୯୫ ପ୍ରତିଶତ ରହିଥିବା ସରକାରୀ ଗବେଷଣାରୁ ଜଣାପଡ଼ିଥିବା ବେଳେ ଏହାକୁ ରାଜ୍ୟରେ ନିଷିଦ୍ଧ କରିବା ପାଇଁ ୨୦୧୯ ମସିହାରୁ ଡାକ୍ତର ରାମଚନ୍ଦାନୀ ଲଢ଼େଇ କରି ଆସୁଥିଲେ। ଏହା ସହ ସେହି ସମୟରେ ରାମଚନ୍ଦାନୀଙ୍କ ନେତୃତ୍ୱରେ ୫ଜଣ ଡାକ୍ତର ମିଶି ଆନ୍ଦୋଳନ କରିବା ସହ ପାରାକ୍ୱେଟକୁ ନିଷିଦ୍ଧ କରିବା ପାଇଁ ଆମରଣ ଅନଶନ ମଧ୍ୟ କରିଥିଲେ। ଏହା ସହ ଏହାକୁ ନିଷିଦ୍ଧ କରିବା ପାଇଁ ଭୀମସାରର ସୁପରିଟେଣ୍ଡଣ୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ। ତେବେ ଏହା ନିଷିଦ୍ଧ ହେବା ପରେ ରାଜ୍ୟର ଚାଷୀଙ୍କ ହିତରେ ଯିବ ବୋଲି ରାମଚନ୍ଦାନୀ କହିଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ମଧ୍ୟ ହାନି ହେବ, ତଥାପି ଚାଷୀଙ୍କ ସ୍ୱାର୍ଥରେ ପାରାକ୍ୱେଟକୁ ନିଷିଦ୍ଧ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp