ପଞ୍ଚଭୂତରେ ଲୀନ ହେଲେ ଶହୀଦ ଦେବାଶିଷ ବିଶ୍ୱାଳ, ଦେବାଶିଷ ଅମର ରହେ ଧ୍ବନିରେ କମ୍ପିଲା ସମଗ୍ର ଅଞ୍ଚଳ

The Sakala Picture
Published On

ସତ୍ୟବାଦୀ: ପଞ୍ଚଭୂତରେ ଲୀନ ହେଲା ଶହୀଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇଛି ଶେଷକୃତ୍ୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶରେ ଦେବାଶିଷ ଅମର ରହେ ଧ୍ବନିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶହୀଦ ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଅଶ୍ରୁଳ ଆଖିରେ ସମସ୍ତେ ଲଢ଼ୁଆ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ […]

ସତ୍ୟବାଦୀ: ପଞ୍ଚଭୂତରେ ଲୀନ ହେଲା ଶହୀଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇଛି ଶେଷକୃତ୍ୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶରେ ଦେବାଶିଷ ଅମର ରହେ ଧ୍ବନିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶହୀଦ ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଅଶ୍ରୁଳ ଆଖିରେ ସମସ୍ତେ ଲଢ଼ୁଆ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଭୁବନେଶ୍ୱରରୁ ସତ୍ୟବାଦୀ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଦେବାଶିଷଙ୍କ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ସାକ୍ଷୀଗୋପାଳ ନିକଟରେ ପ୍ରାୟ ୫ହଜାରରୁ ଅଧିକ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଆଖି ଲୁହରେ ଭିଜିଥିଲା ସତ୍ୟବାଦୀ ଅଳଗୁମ ଶ୍ମଶାନ । ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ଲୁହରେ ଭିଜିଥିଲା ଅଳଗୁମ ଶ୍ମଶାନ ପଡ଼ିଆ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର