ମନୋରଞ୍ଜନ
ବିନାଭକ୍ତରେ ଗଡ଼ିବ ରୁକୁଣା ରଥ, ମିଳିଲା ସରକାରଙ୍କ ଅନୁମତି
ଭୁବନେଶ୍ୱର : କରୋନା ପାଇଁ ସାରାରାଜ୍ୟରେ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏହି କ୍ରମରେ ଗତବର୍ଷ ରୁକୁଣା ରଥ ନିର୍ମାଣ ସରିଥିଲେ ବି ରଥ ଗଡ଼ିପାରି ନ ଥିଲା। ତେବେ ଚଳିତବର୍ଷ ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାକୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ବିଡିଏରେ ବସିଥିବା ଏହି ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରର ୪ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ। […]
ଭୁବନେଶ୍ୱର : କରୋନା ପାଇଁ ସାରାରାଜ୍ୟରେ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏହି କ୍ରମରେ ଗତବର୍ଷ ରୁକୁଣା ରଥ ନିର୍ମାଣ ସରିଥିଲେ ବି ରଥ ଗଡ଼ିପାରି ନ ଥିଲା। ତେବେ ଚଳିତବର୍ଷ ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାକୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ବିଡିଏରେ ବସିଥିବା ଏହି ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରର ୪ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।
ଏଠାରେ ହୋଇଥିବା ଆଲୋଚନା ଅନୁଯାୟୀ ଯଦି ଚଳିତବର୍ଷ ରୁକୁଣା ରଥଯାତ୍ରା ହୁଏ ତେବେ ପୁରୀ ରଥଯାତ୍ରା ଭଳି ବିନା ଭକ୍ତରେ ରଥଯାତ୍ରା ହେବ। ଏଥିପାଇଁ ଯାତ୍ରା ପୂର୍ବରୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କଟକଣା ଜାରି କରାଯିବା ସହିତ ଲୋକମାନଙ୍କୁ ବାହାକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯିବ। କଟକଣା ଭିତରେ କେବଳ ପୁଲିସ ଓ ସେବାୟତମାନେ ରଥ ଟାଣି ମାଉସୀମା ଛକ ପର୍ଯ୍ୟନ୍ତ ରଥ ନେବେ ବୋଲି ଆଲୋଚନା ହୋଇଛି। ଏହା ବ୍ୟତୀତ ରଥରେ ସର୍ବାଧିକ ୨୦-୨୫ ଜଣ ସେବାୟତ ରହିବେ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ସମସ୍ତେ ସାମାଜିକ ଦୂରତା ନିୟମ ପାଳନ କରିବେ ବୋଲି ଆଲୋଚନା ହୋଇଛି। ତେବେ ଏହି ସମସ୍ତ ନିଷ୍ପତ୍ତି ଉପରେ ଉଭୟ ବିଏମ୍ସି ସେବାୟତମାନେ ରାଜି ହୋଇଥିବା ବେଳେ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଯାହାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।
ବୈଠକ ପରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ କିଭଳି ପରମ୍ପରା ରକ୍ଷା ପାଇବ, ସେନେଇ ସେବାୟତ ନିଯୋଗ ପକ୍ଷରୁ ବିଏମ୍ସିକୁ ଅବଗତ କରାଯାଇଥିଲା। କଟକଣା ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ସେବାୟତମାନେ ବିଏମ୍ସିକୁ ଅନୁରୋଧ କରାଯାଇଥିଲା। ସେହିପରି ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି ଯେ କରୋନା କଟକଣା ମାନି ବିନାଭକ୍ତରେ ଯାତ୍ରା ଆୟୋଜନ ହେବ। ଏନେଇ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହପରି ଯାତ୍ରା ପୂର୍ବରୁ ସେବାୟତମାନଙ୍କର କରୋନା ପରୀକ୍ଷଣ କରାଯିବ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ପହଞ୍ଚିଯାଏ କିମ୍ବା ନ ପହଞ୍ଚେ ସେନେଇ କ’ଣ କରାଯିବ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ସୂଚନା ଥାଉ କି ଚଳିତ ମାସ ୨୦ ତାରିଖ ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପଡ଼ୁଛି। ଏଥିପାଇଁ ୫୦ରୁ ଊର୍ଦ୍ଧ୍ବ ମହାରଣା ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।