ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ୫୦ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା

The Sakala Picture
Published On

ରାଉରକେଲା: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ବିଶେଷ ସ୍ୱିୀକୃତି ହାସଲ କରିଥିବାରୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ […]

ରାଉରକେଲା: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ବିଶେଷ ସ୍ୱିୀକୃତି ହାସଲ କରିଥିବାରୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି। ଏହି ତାଲିକାରେ ପୁନେ ସହର ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

‘‘ରାଉରକେଲା ସହର ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବା ଆମ ସମସ୍ତଙ୍କ ପାଇଁ ଖୁସିର ଖବର। ଏହି ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା। ରାଉରକେଲା ସହରରେ ସୌରଚାଳିତ ତଥା ଚଳମାନ ଶୀତଳଭଣ୍ଡାର ବ୍ୟବସ୍ଥା କରି ଲୋକଙ୍କ ପାଖରେ ତାଜା ପନିପରିବା ଓ ଫଳ ଆଦି ପହଞ୍ଚାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହା ମାଧ୍ୟମରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ଥିକ ବିକାଶ ହୋଇପାରିବ। ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି। ମୋର ବିଶ୍ୱାସ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ରାଉରକେଲା ଉତ୍ତୀର୍ଣ୍ଣ ହୋଇ ୧୫ଟି ଶ୍ରେଷ୍ଠ ସହର ତାଲିକାରେ ସ୍ଥାନ ପାଇବ’’, ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଏହି ଫାଇନାଲିଷ୍ଟ ସହରଗୁଡ଼ିକ ମଧ୍ୟରେ ଚୂଡ଼ାନ୍ତ ପ୍ରତିଯୋଗିତା ଜୁନ୍ ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ସହର ଦେଇଥିବା ପ୍ରସ୍ତାବ ଉପରେ କାମ କରି ତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବେ। ଏଥିରେ ସଂପୃକ୍ତ ସହରଗୁଡ଼ିକୁ ବ୍ଲୁମବର୍ଗ ଫିଲାନଥ୍ରପି ଏବଂ ଏହା ସହ ଥିବା ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଯୋଗାଇ ଦେବେ। ଏହି ୫୦ ପ୍ରତିଯୋଗୀ ସହର ଭିତରୁ ୧୫ଟି ସହରକୁ ଶ୍ରେଷ୍ଠ ବଛାଯାଇ ପ୍ରତ୍ୟେକଙ୍କୁ ୧ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ। ତା’ସହିତ ବ୍ଲୁମବର୍ଗ ପକ୍ଷରୁ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ।

ବିଭିନ୍ନ ଅଭିନବ ପ୍ରସ୍ତାବ ଉପସ୍ଥାପନ କରି ଏହି ୫୦ଟି ସହର କୋଭିଡ୍ ମହାମାରୀ ସମୟରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ନୂଆ ନୂଆ ରାସ୍ତା ଦେଖାଇପାରିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ବ୍ଲୁମବର୍ଗର ପ୍ରତିଷ୍ଠାତା ତଥା ନ୍ୟୁୟର୍କ ସହରର ପୂର୍ବତନ ମେୟର ମାଇକେଲ୍ ଆର୍ ବ୍ଲୁମବର୍ଗ।

ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ସହରର ବିଭିନ୍ନ ସ୍ଥାନରେ ସୗରଚାଳିତ ଶୀତଳଭଣ୍ଡାର ସ୍ଥାପନ କରାଯିବ। ଫଳରେ ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣକୁ ନେଇ ଯେଉଁ ଅସୁବିଧା ଭୋଗୁଛନ୍ତି ତା’ର ସମାଧାନ ହୋଇପାରିବ। ଏହା ସହିତ ବ୍ୟାଟେରିଚାଳିତ ଗାଡ଼ି ବ୍ୟବହାର କରି ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଯିବ। ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରିବେ।

ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ପ୍ରକଳ୍ପର ମୁଖ୍ୟ ଭାବେ ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ରହିଥିବା ବେଳେ ପ୍ରଶାନ୍ତ କୁମାର ନାୟକ ପ୍ରକଳ୍ପ ପରିଚାଳକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସହଯୋଗୀ ସଂସ୍ଥା ଭାବେ କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସକୁ ନିଆଯାଇଛି। ଏହାର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ବର୍ତ୍ତମାନ ତଥା ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଷୟିକ ଟିମ ଏହି କାର୍ଯ୍ୟକୁ ଆଗକୁ ନେଉଛନ୍ତି।

16 Jun 2021 By The Sakala

ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ୫୦ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ବିଶେଷ ସ୍ୱିୀକୃତି ହାସଲ କରିଥିବାରୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି। ଏହି ତାଲିକାରେ ପୁନେ ସହର ମଧ୍ୟ ରହିଛି।

‘‘ରାଉରକେଲା ସହର ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବା ଆମ ସମସ୍ତଙ୍କ ପାଇଁ ଖୁସିର ଖବର। ଏହି ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା। ରାଉରକେଲା ସହରରେ ସୌରଚାଳିତ ତଥା ଚଳମାନ ଶୀତଳଭଣ୍ଡାର ବ୍ୟବସ୍ଥା କରି ଲୋକଙ୍କ ପାଖରେ ତାଜା ପନିପରିବା ଓ ଫଳ ଆଦି ପହଞ୍ଚାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହା ମାଧ୍ୟମରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ଥିକ ବିକାଶ ହୋଇପାରିବ। ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି। ମୋର ବିଶ୍ୱାସ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ରାଉରକେଲା ଉତ୍ତୀର୍ଣ୍ଣ ହୋଇ ୧୫ଟି ଶ୍ରେଷ୍ଠ ସହର ତାଲିକାରେ ସ୍ଥାନ ପାଇବ’’, ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଏହି ଫାଇନାଲିଷ୍ଟ ସହରଗୁଡ଼ିକ ମଧ୍ୟରେ ଚୂଡ଼ାନ୍ତ ପ୍ରତିଯୋଗିତା ଜୁନ୍ ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ସହର ଦେଇଥିବା ପ୍ରସ୍ତାବ ଉପରେ କାମ କରି ତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବେ। ଏଥିରେ ସଂପୃକ୍ତ ସହରଗୁଡ଼ିକୁ ବ୍ଲୁମବର୍ଗ ଫିଲାନଥ୍ରପି ଏବଂ ଏହା ସହ ଥିବା ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଯୋଗାଇ ଦେବେ। ଏହି ୫୦ ପ୍ରତିଯୋଗୀ ସହର ଭିତରୁ ୧୫ଟି ସହରକୁ ଶ୍ରେଷ୍ଠ ବଛାଯାଇ ପ୍ରତ୍ୟେକଙ୍କୁ ୧ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ। ତା’ସହିତ ବ୍ଲୁମବର୍ଗ ପକ୍ଷରୁ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ।

ବିଭିନ୍ନ ଅଭିନବ ପ୍ରସ୍ତାବ ଉପସ୍ଥାପନ କରି ଏହି ୫୦ଟି ସହର କୋଭିଡ୍ ମହାମାରୀ ସମୟରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ନୂଆ ନୂଆ ରାସ୍ତା ଦେଖାଇପାରିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ବ୍ଲୁମବର୍ଗର ପ୍ରତିଷ୍ଠାତା ତଥା ନ୍ୟୁୟର୍କ ସହରର ପୂର୍ବତନ ମେୟର ମାଇକେଲ୍ ଆର୍ ବ୍ଲୁମବର୍ଗ।

ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ସହରର ବିଭିନ୍ନ ସ୍ଥାନରେ ସୗରଚାଳିତ ଶୀତଳଭଣ୍ଡାର ସ୍ଥାପନ କରାଯିବ। ଫଳରେ ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣକୁ ନେଇ ଯେଉଁ ଅସୁବିଧା ଭୋଗୁଛନ୍ତି ତା’ର ସମାଧାନ ହୋଇପାରିବ। ଏହା ସହିତ ବ୍ୟାଟେରିଚାଳିତ ଗାଡ଼ି ବ୍ୟବହାର କରି ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଯିବ। ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରିବେ।

ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ପ୍ରକଳ୍ପର ମୁଖ୍ୟ ଭାବେ ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ରହିଥିବା ବେଳେ ପ୍ରଶାନ୍ତ କୁମାର ନାୟକ ପ୍ରକଳ୍ପ ପରିଚାଳକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସହଯୋଗୀ ସଂସ୍ଥା ଭାବେ କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସକୁ ନିଆଯାଇଛି। ଏହାର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ବର୍ତ୍ତମାନ ତଥା ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଷୟିକ ଟିମ ଏହି କାର୍ଯ୍ୟକୁ ଆଗକୁ ନେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର