ପୁଷ୍ପା ଷ୍ଟାଇଲରେ କରୁଥିଲେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ, ମାଡିବସିଲା ଆନ୍ଧ୍ର ପୋଲିସ

The Sakala Picture
Published On

ଗଜପତି: ଅବିକଳ ତେଲୁଗୁ ସିନେମା ପୁଷ୍ପା ଷ୍ଟାଇଲରେ କରୁଥିଲେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ଓଡ଼ିଶାରୁ ଚେନ୍ନାଇ ହେଉଥିଲା ଏହି ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ମାତ୍ର ବାଟରେ ମାଡିବସିଲା ଆନ୍ଧ୍ର ପୋଲିସ । ପୋଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ଲାଲ ତସ୍କରୀ ଗ୍ୟାଙ୍ଗର ୧୧ ଜଣିଆ ଟିମ୍ । ଗୋଟିଏ ଗାଡିରୁ ୩୬୯ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ କରିଛି ପୋଲିସ । ଜବତ କାଠର ଓଜନ […]

ଗଜପତି: ଅବିକଳ ତେଲୁଗୁ ସିନେମା ପୁଷ୍ପା ଷ୍ଟାଇଲରେ କରୁଥିଲେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ଓଡ଼ିଶାରୁ ଚେନ୍ନାଇ ହେଉଥିଲା ଏହି ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ମାତ୍ର ବାଟରେ ମାଡିବସିଲା ଆନ୍ଧ୍ର ପୋଲିସ । ପୋଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ଲାଲ ତସ୍କରୀ ଗ୍ୟାଙ୍ଗର ୧୧ ଜଣିଆ ଟିମ୍ । ଗୋଟିଏ ଗାଡିରୁ ୩୬୯ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ କରିଛି ପୋଲିସ । ଜବତ କାଠର ଓଜନ ୪ କୁଇଣ୍ଟାଲ ହେବ । କୁହାଯାଉଛି ଏହାର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ । ଗ୍ୟାଙ୍ଗରେ ରହିଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘର ଓଡ଼ିଶାର ଗଜପତି ଜିଲ୍ଲାରେ । ବର୍ତ୍ତମାନ ଗ୍ୟାଙ୍ଗର ଆଉ ୪ଜଣ ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବିଶେଷ ସୁତ୍ରରୁ ଖବର ପାଇ ଟେକିଲି ଓ ପାତପାଟଣା ପୋଲିସ ଆନ୍ଧ୍ର – ଓଡିଶା ସୀମାକୁ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା । ରାୟଗଡ ବ୍ଳକ ଅନ୍ତର୍ଗତ ନାରାୟଣପୁର ରେଞ୍ଜର ମୁନିକାବାଡ ସଂରକ୍ଷିତ ଜଙ୍ଗଲରୁ ବିରଳ ପ୍ରଜାତିର ରକ୍ତ ଚନ୍ଦନ କାଠକୁ ପୂର୍ବରୁ ଚୋରି କରି ଗଚ୍ଛିତ ରଖିଥିବା ବେଳେ ସୁଯୋଗ ଦେଖି ଆଜି ସକାଳୁ ଟ୍ରକ ଯୋଗେ ଚେନ୍ନାଇ ଅଭିମୁଖେ ବାହାରିଥିଲେ। ସେହି ଚନ୍ଦନ କାଠ ବୋଝେଇ ଟ୍ରକକୁ ଆଗରୁ ପଛରୁ କଡନ ଭଳି ସୁରକ୍ଷା ଦେଉଥିଲେ ତିନୋଟି କାର। ପୁର୍ବ ସୂଚନା ମୁତାବକ ଜଗି ରହିଥିବା ଆନ୍ଧ୍ର ପୋଲିସ ଗୋଖାଦ୍ୟ ବୋଝେଇ ଟ୍ରକକୁ ତନଖି କରିବା ସମୟରେ ରକ୍ତ ଚନ୍ଦନ କାଠ ପାଇଥିଲା । ପରେ ଅନ୍ୟ କାରଗୁଡିକୁ ଠାବ କରି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାର ରାୟଗଡ ଅଞ୍ଚଳର ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଚେନ୍ନାଇରେ ୧୦ ରୁ ଅଧିକ ମାମଲା ରହିଛି । ଏମାନେ ପୂର୍ବରୁ ମଧ୍ୟ ରକ୍ତ ଚନ୍ଦନ ତସ୍କରୀ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

08 Sep 2022 By The Sakala

ପୁଷ୍ପା ଷ୍ଟାଇଲରେ କରୁଥିଲେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ, ମାଡିବସିଲା ଆନ୍ଧ୍ର ପୋଲିସ

ଗଜପତି: ଅବିକଳ ତେଲୁଗୁ ସିନେମା ପୁଷ୍ପା ଷ୍ଟାଇଲରେ କରୁଥିଲେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ଓଡ଼ିଶାରୁ ଚେନ୍ନାଇ ହେଉଥିଲା ଏହି ରକ୍ତ ଚନ୍ଦନ କାଠ ଚୋରା ଚାଲାଣ । ମାତ୍ର ବାଟରେ ମାଡିବସିଲା ଆନ୍ଧ୍ର ପୋଲିସ । ପୋଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ଲାଲ ତସ୍କରୀ ଗ୍ୟାଙ୍ଗର ୧୧ ଜଣିଆ ଟିମ୍ । ଗୋଟିଏ ଗାଡିରୁ ୩୬୯ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ କରିଛି ପୋଲିସ । ଜବତ କାଠର ଓଜନ ୪ କୁଇଣ୍ଟାଲ ହେବ । କୁହାଯାଉଛି ଏହାର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ । ଗ୍ୟାଙ୍ଗରେ ରହିଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘର ଓଡ଼ିଶାର ଗଜପତି ଜିଲ୍ଲାରେ । ବର୍ତ୍ତମାନ ଗ୍ୟାଙ୍ଗର ଆଉ ୪ଜଣ ଫେରାର ହୋଇଯାଇଛନ୍ତି ।

ବିଶେଷ ସୁତ୍ରରୁ ଖବର ପାଇ ଟେକିଲି ଓ ପାତପାଟଣା ପୋଲିସ ଆନ୍ଧ୍ର – ଓଡିଶା ସୀମାକୁ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା । ରାୟଗଡ ବ୍ଳକ ଅନ୍ତର୍ଗତ ନାରାୟଣପୁର ରେଞ୍ଜର ମୁନିକାବାଡ ସଂରକ୍ଷିତ ଜଙ୍ଗଲରୁ ବିରଳ ପ୍ରଜାତିର ରକ୍ତ ଚନ୍ଦନ କାଠକୁ ପୂର୍ବରୁ ଚୋରି କରି ଗଚ୍ଛିତ ରଖିଥିବା ବେଳେ ସୁଯୋଗ ଦେଖି ଆଜି ସକାଳୁ ଟ୍ରକ ଯୋଗେ ଚେନ୍ନାଇ ଅଭିମୁଖେ ବାହାରିଥିଲେ। ସେହି ଚନ୍ଦନ କାଠ ବୋଝେଇ ଟ୍ରକକୁ ଆଗରୁ ପଛରୁ କଡନ ଭଳି ସୁରକ୍ଷା ଦେଉଥିଲେ ତିନୋଟି କାର। ପୁର୍ବ ସୂଚନା ମୁତାବକ ଜଗି ରହିଥିବା ଆନ୍ଧ୍ର ପୋଲିସ ଗୋଖାଦ୍ୟ ବୋଝେଇ ଟ୍ରକକୁ ତନଖି କରିବା ସମୟରେ ରକ୍ତ ଚନ୍ଦନ କାଠ ପାଇଥିଲା । ପରେ ଅନ୍ୟ କାରଗୁଡିକୁ ଠାବ କରି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାର ରାୟଗଡ ଅଞ୍ଚଳର ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଚେନ୍ନାଇରେ ୧୦ ରୁ ଅଧିକ ମାମଲା ରହିଛି । ଏମାନେ ପୂର୍ବରୁ ମଧ୍ୟ ରକ୍ତ ଚନ୍ଦନ ତସ୍କରୀ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର