ପଞ୍ଚାୟତ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି

The Sakala Picture
Published On

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,  ଏନେଇ ଆସନ୍ତା ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ […]

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ସୂଚନା ଅନୁଯାୟୀ,  ଏନେଇ ଆସନ୍ତା ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଫେବ୍ରୁଆରୀ ୧ରେ ଯାଞ୍ଚ ଓ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥି ସହ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକ ହେବ । ଦ୍ୱିତୀୟ ସୁଯୋଗରେ ପ୍ରାର୍ଥିପତ୍ର ଦାଖଲ ନକଲେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି କୁହାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନଥିବା ବେଳେ, କେତେକ ସ୍ଥାନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବି ନାହାନ୍ତି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

25 Jan 2022 By The Sakala

ପଞ୍ଚାୟତ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ଏନେଇ ଆସନ୍ତା ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଫେବ୍ରୁଆରୀ ୧ରେ ଯାଞ୍ଚ ଓ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥି ସହ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକ ହେବ । ଦ୍ୱିତୀୟ ସୁଯୋଗରେ ପ୍ରାର୍ଥିପତ୍ର ଦାଖଲ ନକଲେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି କୁହାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନଥିବା ବେଳେ, କେତେକ ସ୍ଥାନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବି ନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର