ଭୁଶୁଡୁଛି ଲାଲ୍ ଗଡ଼, ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା; ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା

Madhusudan Das Picture
Published On

ରାୟଗଡ଼ା: ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା । କୁଖ୍ୟାତ ମାଓ ଦମ୍ପତ୍ତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏଡିଜି ସଂଜୀବ କୁମାର ପଣ୍ଡା । ପ୍ରଥମେ ମାଲକାନଗିରି, ପରେ କୋରାପୁଟ, ବୌଦ୍ଧ, ଆଉ ଏବେ ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହୋଇଛି । 

ଆହୁରି ପଢ଼ନ୍ତୁ: Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ

ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁଙ୍କ ସହ ଅନ୍ୟ ୧୩ ଜଣ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତଙ୍କ ନାଁରେ ପ୍ରାୟ ଏକ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ଦଶ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ତେବେ ଆଗକୁ ଜଳ,ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଆଜିଠାରୁ ରାୟଗଡା ଜିଲ୍ଲା ମାଓମୁକ୍ତ ହେଲା ବୋଲି ଏଡିଜି ସଂଜୀବ ପଣ୍ତା ସୂଚନା ଦେଇଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡରେ ବ୍ୟବହାର କରୁଥିବା ୨ଟି ଏକେ47, ଏସଏଲଆର୍ 5ଟି, ଷ୍ଟେନଗନ୍-୧, ଇନସାସ୍-୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି। 

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ: ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତି, ଆଇସିସିକୁ ସମର୍ଥନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp