ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ : ନଗଦ ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

The Sakala Picture
Published On

ରାୟଗଡା : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ, ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]

ରାୟଗଡା : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ, ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଅର୍ଜିତ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ନିକଟରେ ଚଢ଼ାଉ କରିଥିଲା। ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ନିହାର ରଂଜନ ଦାସ ମାହାଙ୍ଗା ଥାନା ଅଧିକାରୀ ଭାବେ କାର୍ଯ୍ୟରତ। ଭିଜିଲାନ୍ସ ଟିମ୍ ମାହଙ୍ଗାଠାରେ ତାଙ୍କର କ୍ୱାର୍ଟରରେ ପହଞ୍ଚିବା ପରେ ଏହା ତାଲା ପଡ଼ିଥିବା ଏବଂ ଆଇଆଇସି ଉପସ୍ଥିତ ନଥିବାର ଦେଖିବାକୁ ପାଇଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ାଉ କରିବାକୁ ଆସୁଥିବାର ସୁରାକ୍ ପାଇ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ଦାସ ନିଜ ଘରେ ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ପଳାଇଥିବା କୁହାଯାଉଛି। ତାଙ୍କୁ ଭିଜିଲାନ୍ସ ନିକଟରେ ହାଜର ହେବା ଲାଗି ବି ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର