ଏଟିଏମ୍‍ ଭିତରେ ଦୁଷ୍କର୍ମ, ୨ ସିକ୍ୟୁରିଟି ଗାର୍ଡ ଅଟକ

The Sakala Picture
Published On

ଭୁବନେଶ୍ୱର: ଖାରବେଳ ନଗର ଥାନା ରାମମନ୍ଦିର ନିକଟରେ ଥିବା ଏକ ଏଟିଏମ୍‍ କାଉଣ୍ଟର୍‍ ଭିତରେ ଜଣେ ମହିଳାଙ୍କୁ ସାରାରାତି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କର ଡାକ୍ତରୀ ମାଇନା କରିବା ସହ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଥିବା ଜଣାପଡିଛି। ଏପରିକି ସେମାନଙ୍କ ମେଡିକାଲ ପରୀକ୍ଷା କରିଛି। ମହିଳାଙ୍କ ଶରୀରରୁ […]

ଭୁବନେଶ୍ୱର: ଖାରବେଳ ନଗର ଥାନା ରାମମନ୍ଦିର ନିକଟରେ ଥିବା ଏକ ଏଟିଏମ୍‍ କାଉଣ୍ଟର୍‍ ଭିତରେ ଜଣେ ମହିଳାଙ୍କୁ ସାରାରାତି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କର ଡାକ୍ତରୀ ମାଇନା କରିବା ସହ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଥିବା ଜଣାପଡିଛି। ଏପରିକି ସେମାନଙ୍କ ମେଡିକାଲ ପରୀକ୍ଷା କରିଛି। ମହିଳାଙ୍କ ଶରୀରରୁ ମିଳିଥିବା ନମୁନା ସହ ଦୁଇ ଅଭିଯୁକ୍ତଙ୍କ ନମୁନା ମେଳ ଖାଇବା ପରେ ପୁଲିସ ଗିରଫ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି। ତାଙ୍କର ରାତିରେ ଟଙ୍କା ଆବଶ୍ୟକ ପଡ଼ିଥିଲା। ତେଣୁ ସେ ଟଙ୍କା ଉଠାଇବା ପାଇଁ ନିକଟରେ ଥିବା ଏଟିଏମ୍‍କୁ ଯାଇଥିଲେ। ଏହି ସମୟରେ ମହିଳାଙ୍କୁ ଏକାକୀ ଦେଖି ସିକ୍ୟୁରିଟି ଗାର୍ଡ ସେଠାରେ ଦୁଷ୍କର୍ମ କରିଥିଲେ। ଏପରିକି ମହିଳାଙ୍କୁ ନିକଟରେ ଥିବା ଏକ ଘର ଭିତରକୁ ଟେକି ନେଇ ରାତି ତମାମ ଦୁଷ୍କର୍ମ କରିଥିଲେ। ସକାଳୁ କୌଣସି ମତେ ମହିଳା ଜଣଙ୍କ ଅଭିଯୁକ୍ତ ନିକଟରୁ ଖସିଆସି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ସନ୍ଦେହରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ: ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର

02 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର