ରାଜଧାନୀରେ କମୁଛି ବର୍ଷାଦିନ ସଂଖ୍ୟା : ୧୩୩ ଦିନରେ ମାତ୍ର ୧୭୧ ମିମି ବର୍ଷା

The Sakala Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନିୟମିତ ଭାବେ ବର୍ଷାର ପରିମାଣ କମିବାରେ ଲାଗିଛି। ବିଶେଷକରି ମୌସୁମୀ ପୂର୍ବବର୍ତ୍ତୀ ଯେତିକି ବର୍ଷା ହେବା କଥା ସେଥିରେ କ୍ରମାଗତ ଭାବେ ବ୍ୟତିକ୍ରମ ଦେଖା ଦେଇଛି। ବର୍ଷାର ଅଭାବ ଯୋଗୁଁ ଅସ୍ୱାଭାବିକ ଭାବେ ଗରମ ଓ ଗୁଳୁଗୁଳି ବଢ଼଼ୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ହେବ କ୍ରମାଗତ ଭାବେ ଫେବୃଆରୀରୁ ଜୁନ୍‍ ମଧ୍ୟରେ ବର୍ଷାର ପରିମାଣ କମିଛି। ଖାସକରି […]

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନିୟମିତ ଭାବେ ବର୍ଷାର ପରିମାଣ କମିବାରେ ଲାଗିଛି। ବିଶେଷକରି ମୌସୁମୀ ପୂର୍ବବର୍ତ୍ତୀ ଯେତିକି ବର୍ଷା ହେବା କଥା ସେଥିରେ କ୍ରମାଗତ ଭାବେ ବ୍ୟତିକ୍ରମ ଦେଖା ଦେଇଛି। ବର୍ଷାର ଅଭାବ ଯୋଗୁଁ ଅସ୍ୱାଭାବିକ ଭାବେ ଗରମ ଓ ଗୁଳୁଗୁଳି ବଢ଼଼ୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ହେବ କ୍ରମାଗତ ଭାବେ ଫେବୃଆରୀରୁ ଜୁନ୍‍ ମଧ୍ୟରେ ବର୍ଷାର ପରିମାଣ କମିଛି। ଖାସକରି ଚଳିତ ବର୍ଷ ଏହି ସ୍ଥିତି ଉଦ୍‍ବେଗଜନକ ଅବସ୍ଥାରେ ପହଞ୍ଚିଛି। ଫେବୃଆରୀ ପହିଲାରୁ ଜୁନ୍‍ ୧୩ ତାରିଖ ପର୍ଯ୍ୟନ୍ତ ୧୩୩ ଦିନରେ ମାତ୍ର ୧୧ ଦିନରେ ବର୍ଷା ହୋଇଛି। ଏଥିରେ ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ବୁନ୍ଦାଏ ବି ବର୍ଷା ହୋଇ ନ ଥିବା ବେଳେ ମେ’ ମାସର ୩୧ ଦିନରୁ ମାତ୍ର ୧୦ ଦିନ ବର୍ଷା ହୋଇଛି। ସେହିପରି ଜୁନ୍‌ରେ ବିତିଯାଇଥିବା ୧୩ ଦିନ ମଧ୍ୟରୁ ମାତ୍ର ଗୋଟିଏ ଦିନ ବର୍ଷା ହୋଇଥିବା ବେଳେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟୁଇଟି ଯୋଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର

ରାଜଧାନୀରେ ବଢ଼଼ୁଥିବା ସହରୀକରଣ ଓ ଅନବରତ ଗଛକଟା ଯୋଗୁଁ ଏଠାରେ ପାଣିପାଗଜନିତ ସ୍ଥିତି ଅସ୍ୱାଭାବିକ ହେବାରେ ଲାଗିଛି। ଗତ ୨୦୨୧ ସେପ୍ଟେମ୍ବର ୧୩ରେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭଙ୍ଗା ବର୍ଷା ହୋଇଥିଲା। ମାତ୍ର ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୯୯.୯ମିମି ବର୍ଷା ହୋଇଥିଲା। ଶେଷଥର ପାଇଁ ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୧୬୩ ମିଲିମିଟର ବର୍ଷା ହୋଇଥିଲା। ଏହା ସେପ୍ଟେମ୍ବର ମାସର ସର୍ବକାଳୀନ ରେକର୍ଡ ଭାବେ ଗଣନା କରାଯାଉଥିଲା। ମାତ୍ର ଗତବର୍ଷ ସେପ୍ଟେମ୍ବର ୧୩ରେ ହୋଇଥିବା ବର୍ଷା ଦ୍ୱାରା ୬୩ ବର୍ଷର ରେକର୍ଡ ଭଙ୍ଗ ହେବା ସହ ଏହା ସର୍ବକାଳୀନ ରେକର୍ଡରେ ପରିଣତ ହୋଇଛି। ବର୍ଷା ସହିତ ତାପମାତ୍ରାରେ ମଧ୍ୟ ଭୁବନେଶ୍ୱର ଅସ୍ୱାଭାବିକ ବ୍ୟବହାର କରୁଛି। ସହର ଚାରିକଡ଼କୁ ଲାଗି ରହିଥିବା ଅନ୍ୟ ସହରଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ତଳେ ରହୁଥିବା ବେଳେ ଭୁବନେଶ୍ୱର ତତଲା କଡ଼େଇରେ ଭାଜି ହେଉଛି। ଗତ ୨୦୨୧ ମସିହା ମାର୍ଚ୍ଚ ୩୧ରେ ରାଜଧାନୀର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା। ଯାହାକି ୧୯୪୮ ମସିହା ପରେ ସହର ପ୍ରଥମଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଏସବୁ ମଧ୍ୟରେ ଏବେ ବର୍ଷାର ଅଭାବ ସବୁ ରେକର୍ଡକୁ ବଳିଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ ଏହି ୧୩୩ ଦିନରେ ମାତ୍ର ୧୭୧.୦ ମିମି ବର୍ଷା ହୋଇଥିବା ବେଳେ ୨୦୨୧ ୧୩୩ ଦିନରେ ୩୬୬.୮ ମିମି ଓ ୨୦୨୦ର ଏହି ୧୩୩ ଦିନରେ ୪୪୯.୧ ମିମି ବର୍ଷା ହୋଇଥିଲା। ତେବେ ବର୍ଷ ନ ହେବା କାରଣରୁ ଗରମ ଓ ଗୁଳୁଗୁଳି ବଢ଼଼ିବାରେ ଲାଗିଛି। ମୌସୁମୀ ପୂର୍ବ ସମୟରେ କାଳବୈଶାଖୀ ଓ ପ୍ରାକ୍‍ ମୌସୁମୀଜନିତ ବର୍ଷା ହୋଇଥାଏ। କିନ୍ତୁ ଚଳିତବର୍ଷ କ୍ରମାଗତ ଭାବେ ଉତ୍ତପ୍ତ ବାୟୁର ପ୍ରଭାବ ରହୁଥିବାରୁ ରାଜଧାନୀରେ ବର୍ଷାର ପରିମାଣ ମାତ୍ରାଧିକ ଭାବେ ହ୍ରାସ ହେବା ସହିତ ବର୍ଷା ଦିନ ସଂଖ୍ୟା ମଧ୍ୟ କମିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

14 Jun 2022 By The Sakala

ରାଜଧାନୀରେ କମୁଛି ବର୍ଷାଦିନ ସଂଖ୍ୟା : ୧୩୩ ଦିନରେ ମାତ୍ର ୧୭୧ ମିମି ବର୍ଷା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନିୟମିତ ଭାବେ ବର୍ଷାର ପରିମାଣ କମିବାରେ ଲାଗିଛି। ବିଶେଷକରି ମୌସୁମୀ ପୂର୍ବବର୍ତ୍ତୀ ଯେତିକି ବର୍ଷା ହେବା କଥା ସେଥିରେ କ୍ରମାଗତ ଭାବେ ବ୍ୟତିକ୍ରମ ଦେଖା ଦେଇଛି। ବର୍ଷାର ଅଭାବ ଯୋଗୁଁ ଅସ୍ୱାଭାବିକ ଭାବେ ଗରମ ଓ ଗୁଳୁଗୁଳି ବଢ଼଼ୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ହେବ କ୍ରମାଗତ ଭାବେ ଫେବୃଆରୀରୁ ଜୁନ୍‍ ମଧ୍ୟରେ ବର୍ଷାର ପରିମାଣ କମିଛି। ଖାସକରି ଚଳିତ ବର୍ଷ ଏହି ସ୍ଥିତି ଉଦ୍‍ବେଗଜନକ ଅବସ୍ଥାରେ ପହଞ୍ଚିଛି। ଫେବୃଆରୀ ପହିଲାରୁ ଜୁନ୍‍ ୧୩ ତାରିଖ ପର୍ଯ୍ୟନ୍ତ ୧୩୩ ଦିନରେ ମାତ୍ର ୧୧ ଦିନରେ ବର୍ଷା ହୋଇଛି। ଏଥିରେ ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ବୁନ୍ଦାଏ ବି ବର୍ଷା ହୋଇ ନ ଥିବା ବେଳେ ମେ’ ମାସର ୩୧ ଦିନରୁ ମାତ୍ର ୧୦ ଦିନ ବର୍ଷା ହୋଇଛି। ସେହିପରି ଜୁନ୍‌ରେ ବିତିଯାଇଥିବା ୧୩ ଦିନ ମଧ୍ୟରୁ ମାତ୍ର ଗୋଟିଏ ଦିନ ବର୍ଷା ହୋଇଥିବା ବେଳେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟୁଇଟି ଯୋଗେ ସୂଚନା ଦେଇଛନ୍ତି।

ରାଜଧାନୀରେ ବଢ଼଼ୁଥିବା ସହରୀକରଣ ଓ ଅନବରତ ଗଛକଟା ଯୋଗୁଁ ଏଠାରେ ପାଣିପାଗଜନିତ ସ୍ଥିତି ଅସ୍ୱାଭାବିକ ହେବାରେ ଲାଗିଛି। ଗତ ୨୦୨୧ ସେପ୍ଟେମ୍ବର ୧୩ରେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭଙ୍ଗା ବର୍ଷା ହୋଇଥିଲା। ମାତ୍ର ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୯୯.୯ମିମି ବର୍ଷା ହୋଇଥିଲା। ଶେଷଥର ପାଇଁ ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୧୬୩ ମିଲିମିଟର ବର୍ଷା ହୋଇଥିଲା। ଏହା ସେପ୍ଟେମ୍ବର ମାସର ସର୍ବକାଳୀନ ରେକର୍ଡ ଭାବେ ଗଣନା କରାଯାଉଥିଲା। ମାତ୍ର ଗତବର୍ଷ ସେପ୍ଟେମ୍ବର ୧୩ରେ ହୋଇଥିବା ବର୍ଷା ଦ୍ୱାରା ୬୩ ବର୍ଷର ରେକର୍ଡ ଭଙ୍ଗ ହେବା ସହ ଏହା ସର୍ବକାଳୀନ ରେକର୍ଡରେ ପରିଣତ ହୋଇଛି। ବର୍ଷା ସହିତ ତାପମାତ୍ରାରେ ମଧ୍ୟ ଭୁବନେଶ୍ୱର ଅସ୍ୱାଭାବିକ ବ୍ୟବହାର କରୁଛି। ସହର ଚାରିକଡ଼କୁ ଲାଗି ରହିଥିବା ଅନ୍ୟ ସହରଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ତଳେ ରହୁଥିବା ବେଳେ ଭୁବନେଶ୍ୱର ତତଲା କଡ଼େଇରେ ଭାଜି ହେଉଛି। ଗତ ୨୦୨୧ ମସିହା ମାର୍ଚ୍ଚ ୩୧ରେ ରାଜଧାନୀର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା। ଯାହାକି ୧୯୪୮ ମସିହା ପରେ ସହର ପ୍ରଥମଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିଲା।

ଏସବୁ ମଧ୍ୟରେ ଏବେ ବର୍ଷାର ଅଭାବ ସବୁ ରେକର୍ଡକୁ ବଳିଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ ଏହି ୧୩୩ ଦିନରେ ମାତ୍ର ୧୭୧.୦ ମିମି ବର୍ଷା ହୋଇଥିବା ବେଳେ ୨୦୨୧ ୧୩୩ ଦିନରେ ୩୬୬.୮ ମିମି ଓ ୨୦୨୦ର ଏହି ୧୩୩ ଦିନରେ ୪୪୯.୧ ମିମି ବର୍ଷା ହୋଇଥିଲା। ତେବେ ବର୍ଷ ନ ହେବା କାରଣରୁ ଗରମ ଓ ଗୁଳୁଗୁଳି ବଢ଼଼ିବାରେ ଲାଗିଛି। ମୌସୁମୀ ପୂର୍ବ ସମୟରେ କାଳବୈଶାଖୀ ଓ ପ୍ରାକ୍‍ ମୌସୁମୀଜନିତ ବର୍ଷା ହୋଇଥାଏ। କିନ୍ତୁ ଚଳିତବର୍ଷ କ୍ରମାଗତ ଭାବେ ଉତ୍ତପ୍ତ ବାୟୁର ପ୍ରଭାବ ରହୁଥିବାରୁ ରାଜଧାନୀରେ ବର୍ଷାର ପରିମାଣ ମାତ୍ରାଧିକ ଭାବେ ହ୍ରାସ ହେବା ସହିତ ବର୍ଷା ଦିନ ସଂଖ୍ୟା ମଧ୍ୟ କମିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର