ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ୨୭ରୁ ବଢିପାରେ ବର୍ଷାର ପରିମାଣ

The Sakala Picture
Published On

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।ପାରାଦୀପସ୍ଥିତ ଡପଲାର ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ସମେତ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳର ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‍ ଅନୁଯାୟୀ […]

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।ପାରାଦୀପସ୍ଥିତ ଡପଲାର ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ସମେତ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳର ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‍ ଅନୁଯାୟୀ ରବିବାର ରାଜ୍ୟବ୍ୟାପୀ ବର୍ଷାର ପରିମାଣ କମିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ସ୍‍ହଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ବାବନା ଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୬ ଓ ୨୭ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼଼ିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

ଅନ୍ୟପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିପାରେ ଦଶହରା । ମହାମାରୀ କରୋନା କଟକଣା ପାଇଁ ଗତ ଦୁଇ ବର୍ଷର ଦୁର୍ଗାପୂଜା ନିରାଡ଼ମ୍ବର ଥିଲା । ନା ଥିଲା ସାଜସଜ୍ଜା ନା ଥିଲା ଗହଳି । ମାତ୍ର ଏ ବର୍ଷ ସେତେଟା କଟକଣା ନ ଥିବାରୁ ସବୁଠି ପାର୍ବଣ ପାଇଁ ମହାଆୟୋଜନ । ଏବେଠାରୁ ପାର୍ବଣର ବାସ୍ନା ବାରି ହେଲାଣି । ଲୋକେ ବି ଆଶା ବାନ୍ଧିଛନ୍ତି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିଯାଇପାରେ ଦଶହରା ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

25 Sep 2022 By The Sakala

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ୨୭ରୁ ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।ପାରାଦୀପସ୍ଥିତ ଡପଲାର ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ସମେତ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳର ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‍ ଅନୁଯାୟୀ ରବିବାର ରାଜ୍ୟବ୍ୟାପୀ ବର୍ଷାର ପରିମାଣ କମିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ସ୍‍ହଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ବାବନା ଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୬ ଓ ୨୭ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼଼ିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିପାରେ ଦଶହରା । ମହାମାରୀ କରୋନା କଟକଣା ପାଇଁ ଗତ ଦୁଇ ବର୍ଷର ଦୁର୍ଗାପୂଜା ନିରାଡ଼ମ୍ବର ଥିଲା । ନା ଥିଲା ସାଜସଜ୍ଜା ନା ଥିଲା ଗହଳି । ମାତ୍ର ଏ ବର୍ଷ ସେତେଟା କଟକଣା ନ ଥିବାରୁ ସବୁଠି ପାର୍ବଣ ପାଇଁ ମହାଆୟୋଜନ । ଏବେଠାରୁ ପାର୍ବଣର ବାସ୍ନା ବାରି ହେଲାଣି । ଲୋକେ ବି ଆଶା ବାନ୍ଧିଛନ୍ତି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିଯାଇପାରେ ଦଶହରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର